/odishatv-khabar/media/post_attachments/uploadimage/library/16_9/16_9_0/April_fool_1680269974.jpg)
April fool
ଆମେ ସମସ୍ତେ ଏପ୍ରିଲ୍ ୧ ତାରିଖକୁ ଏପ୍ରିଲ୍ ପୁଲ୍ ଡେ’ କହିଥାଉ । ସାଙ୍ଗମାନଙ୍କ ମଧ୍ୟରେ ଥଟ୍ଟାମଜା କରାଯାଏ । ଆଉ ବୋକା ବନାଯାଏ । ବୋକା ବନିଲା ପରେ ଆମେ ତାଙ୍କୁ ଏପ୍ରିଲ ଫୁଲ୍ କହିଥାଉ । ତେବେ ଆପଣ ଜାଣିଛନ୍ତି କି ଆମେ କାହିଁକି ଏପ୍ରିଲ ଫୁଲ୍ କହିଥାଉ ? ଏହା କେବେଠାରୁ ଆରମ୍ଭ ହେଲା ? ଏହା କାହିଁକି ଆରମ୍ଭ ହେଲା ? ଆଉ ଏହାକୁ କିଏ ଆରମ୍ଭ କଲା ?
ତେବେ ଏହି ଏପ୍ରିଲ ଫୁଲ୍ ପ୍ରଥା କାହିଁ କେଉଁ କାଳରୁ ରହି ଆସିଛି । ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ହେବ ଏହି ପ୍ରଥା ଚାଲି ଆସିଛି । ଏପ୍ରିଲ ଫୁଲ୍ ନୁହେଁ ପ୍ରଥମେ ଏହାକୁ ଏପ୍ରିଲ ହୋଲି ବୋଲି କୁହାଯାଉଥିଲା ଏବଂ ଏହାକୁ ପାଳନ ମଧ୍ୟ କରାଯାଉଥିଲା ।
୧୬୮୬ ମସିହାରେ ୟୁକେର ବାୟୋଗ୍ରାଫର ଜନ୍ ଔବେରୀ ଏହାକୁ ଆରମ୍ଭ କରିଥିଲେ । କିଛି ବର୍ଷ ପରେ ଅର୍ଥାତ୍ ୧୬୯୮ରେ ଏକ ଗୁଜବ ସୃଷ୍ଟି କରି ଲୋକଙ୍କୁ ଟାୱାର ଅଫ୍ ଲଣ୍ଡନ୍ରେ ଏକାଠି କରାଯାଇଥିଲା । କିନ୍ତୁ ଯେତେବେଳେ ଲୋକେ ଟାୱାର ନିକଟରେ ପହଞ୍ଚିଥିଲେ ସେଠାରେ କିଛି ହୋଇନଥିଲା । କୌଣସି ବି କାର୍ଯ୍ୟକ୍ରମ ନଥିଲା । ଏହି ମିଛ ଗୁଜବର ଖୁଲାସା ଏହାର ପରଦିନ ଖବର କାଗଜ ମାଧ୍ୟମରେ କରାଗଲା ।
ଏହାପରଠାରୁ ଏପ୍ରିଲ ମାସର ପ୍ରଥମ ତାରିଖରେ ଲୋକଙ୍କୁ ମିଛ କହି ବୋକା ବନେବା ଆରମ୍ଭ ହୋଇଗଲା । ଲୋକମାନେ ଅନ୍ୟମାନଙ୍କ ସହ ଥଟ୍ଟମଜା କରିବାକୁ ଲାଗିଲେ । ବିଭିନ୍ନ ପ୍ରକାର ମିଛ କହି ବା ପ୍ରାଙ୍କ୍ କରି ଲୋକଙ୍କୁ ବୋକା ବନେଇବା ପ୍ରଥା ଆରମ୍ଭ ହେଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)