ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି।
କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ତେଣେ ମୃତଦେହ ସ୍ଥାନାନ୍ତର ପରେ ଶ୍ରେଣୀ ଗୃହକୁ ସାନିଟାଇଜ୍ ସରିଛି ଓ ସ୍କୁଲ ଖୋଲିବା ପୂର୍ବରୁ ପୂଜାପାଠ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ଡିଇଓ କହିଛନ୍ତି ଡର ଭୟ ଛାଡ଼ିବାକୁ ଅଭିଭାବକଙ୍କୁ ବି ବୁଝାଇବୁ ।..
ଯାନ୍ତ୍ରିକ ତ୍ରୁଟି ନା ଅନ୍ତର୍ଘାତୀ କାର୍ଯ୍ୟ ? ଆଜି ବି CBIର ଗ୍ରାଉଣ୍ଡ ଜିରୋରେ ସରଜମିନ ଖୋଳତାଡ଼ …
ସାଂପ୍ରଦାୟିକ ନିଆଁରେ ବଳି ପଡ଼ିଲେ ୩ ନିରୀହ ...ହସ୍ପିଟାଲ ଯାଉଥିବା ବେଳେ ଜୀଅନ୍ତା ଜାଳିଦେଲେ
କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।
ITBP ହେଡ୍ କନଷ୍ଟେବଳ (ମିଡୱାଇଫ୍) - ଗ୍ରୁପ୍ 'ସି' (ଅଣ ଗେଜେଟେଡ୍ ଏବଂ ଅଣମନ୍ତ୍ରୀ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଦଶମ ପାଶ ସହିତ ନର୍ସିଂ କରିଥିଲେ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୮୧ ହଜାର ଟଙ୍କା ଦରମା ମିଳିବ।
ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର
ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
୪୧ ବର୍ଷିୟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।
ସାମାନ୍ୟ ଝଗଡ଼ା ପାଇଁ କେତେ ବଡ଼ ଅଘଟଣ ଘଟିଥାଆନ୍ତା... ରେଳ ଧାରଣା ଯାଞ୍ଚ କରିବାକୁ ଆସି ସିଗନାଲ୍ ବକ୍ସ ନଷ୍ଟ ହୋଇଥିବା ଦେଖିଲେ ରେଲୱେ ଅଧିକାରୀ
ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।
ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା ଓ କପା କୁଇଣ୍ଟାଲ ପିଛା ୬୬୨୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
୫୭ ବର୍ଷ ବୟସରେ ଆସାମର ଫ୍ୟାଶନ ଉଦ୍ୟୋଗୀ ରୂପାଲି ବରୁଆଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ଆଶିଷ ବିଦ୍ୟାର୍ଥୀ। ତାଙ୍କର ବିବାହର ଫଟୋ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଟ୍ରୋଲ୍ ଉପରେ ଅଭିନେତା ନିଜର ପ୍ରତିକ୍ରିୟା ରଖିଛନ୍ତି।
ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ବୃଦ୍ଧାବସ୍ଥାରେ ପେନ୍ସନ୍ ବନ୍ଦ ହେବା ପରେ ବିଜୟ ଦୁଆର ଦୁଆର ବୁଲୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପେନ୍ସନ୍ ହୋଇପାରୁ ନାହିଁ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୫୦ ଟଙ୍କା ହୋଇଛି।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ବୁଧବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।