Advertisment

କାଳ ରାତିର ଲୋମଟାଙ୍କୁରା କାହାଣୀ; ଜୀବନ ବଞ୍ଚାଇବାକୁ ବାହାରୁଥିଲେ, ଛାତିରେ ଆସି ପଡ଼ିଲା କଟାମୁଣ୍ତ

କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Train Accident Live Updates

Train Accident

ଟ୍ରେନ୍‌ ଟ୍ରାଜେଡିରୁ ବଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଛାତିରେ ଆସି ମାଡ଼ ହେଲା ମଣିଷର କଟାମୁଣ୍ତ । କରମଣ୍ତଳ ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ବଞ୍ଚାଇବା ପାଇଁ ଛଟପଟ ହେଉଥିଲେ ଶହଶହ ଲୋକ । କିଛି ଝରକା ପଟେ ତ କେତେଜଣ ବଗିର ମୁଖ୍ୟ ଦ୍ୱାର ଦେଇ ବାହାରକୁ ବାହାରୁଥିଲେ । ସେ ସମୟର ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଏହି ସମୟରେ ଆସାମର ଜଣେ ୨୭ ବର୍ଷୀୟ ଯୁବକଙ୍କ ସହ ଏମିତି କିଛି ଘଟଣା ଘଟିଥିଲା । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Advertisment

ଘଣ୍ଟାପ୍ରତି ୧୨୮ ସ୍ପିଡରେ ଥିବା କରମଣ୍ଡଳ ଏକ୍ସପ୍ରେସ୍‌ଟି ଲୁପ୍ ଲାଇନରେ ଥିବା ମାଲବାହୀ ଟ୍ରେନରେ ଧକ୍କା ଦେଇଥିଲା । ପ୍ରଚଣ୍ଡ ବେଗରେ ଧକ୍କା ହେବା କ୍ଷଣି ଦିଆସିଲି ଖୋଳ ଭଳି କିଛି ବଗି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। କିଛି ବଗି ଡେଇଁ କଚାଡ଼ି ହୋଇ ସଂପୂର୍ଣ୍ଣ ଓଲଟି ପଡ଼ିଥିଲା। ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟ ୨୮୮ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଗୁରୁତର ହୋଇଥିଲେ । କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।

ଅଧିକ ପଢ଼ନ୍ତୁ: କେତେ ଜଣଙ୍କ ଜୀବନ ନେଇଛି କରମଣ୍ତଳ..୨୭୫ ନା ୨୮୮ ?

ଦୁର୍ଘଟଣାରେ ବଞ୍ଚିଯାଇଥିବା ଆସାମର ଜଣେ ଯୁବକ ରୁପକ ଦାସଙ୍କ କହିଛନ୍ତି ଯେ ଟ୍ରେନ୍‌ ଦୁର୍ଘଟଣା ହେବା ଜାଣିବା ପରେ ସେ ଏମରଜେନ୍ସି ୱିଣ୍ତୋରୁ ବାହାରକୁ ବାହାରୁଥିଲେ । ଠିକ୍‌ ସେହି ସମୟରେ ଜଣେ ମଣିଷର କଟାମୁଣ୍ତ ଫୁଟବଲ୍‌ ପରି ଗଡ଼ି ଗଡ଼ି ଆସି ତାଙ୍କ ଛାତିରେ ମାଡ଼ ହୋଇଥିଲା ।

Advertisment

ଜୁନ୍‌ ୬ରେ ରୁପକ୍‌ ହାଓଡ଼ା-ଟେନ୍ନାଇ କରମଣ୍ତଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ । ହଠାତ୍‌ ସେ ଜୋର୍‌ରେ ଶବ୍ଦ ଶୁଣିବାକୁ ପାଇଲେ । ଝରକା ପଟେ ଦେଖିଲା ବେଳକୁ ଟ୍ରେନ୍‌ର ଇଞ୍ଜିନଟି ମାଲବାହୀ ଗାଡ଼ି ଉପରକୁ ଚଢ଼ିଯାଇଥିଲା । ସେ ତତ୍‌କ୍ଷଣାତ ଟ୍ରେନ୍‌ର ଏମରଜେନ୍ସି କାଚ ଭାଙ୍ଗି ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ । ସେହି ସମୟରେ ବେଙ୍ଗାଲୁରୁ ହାୱଡ଼ା ସାଲିମାର ଏକ୍ସପ୍ରେସ୍‌ ମଧ୍ୟ କରମଣ୍ତଳରେ ପିଟି ହୋଇଥିଲା । ଠିକ୍‌ ସେତେବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ କଟାମୁଣ୍ତ ଆସି ତାଙ୍କ ଛାତିରେ ବାଜିଥିଲା । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ବାଲେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ସେହିପରି ବାହାନଗା ଟ୍ରେନ୍ ଟ୍ରାଜେଡିରୁ ଅଳ୍ପକେ ବର୍ତ୍ତିଯାଇଥିବା ବିହାର ପାଟନାର ଅଟଳ ବିହାରୀଙ୍କ ପରିବାର। ପତ୍ନୀ ସାବିତ୍ରୀ, ଦୁଇ ଝିଅ ରୁନୁ-ମୁନୁ ଓ ପୁଅ ସ୍ବାଧୀନ। ସମସ୍ତଙ୍କ ଜୀବନ ଯେ ଅକ୍ଷତ ରହିଛି, ଏକଥା ବିଶ୍ବାସ ହେଉନି ଦୁର୍ଘଟଣାରେ ଧ୍ବସ୍ତ ଏସ୍ ଟୁ ବଗିରୁ ଉଦ୍ଧାର ପାଇଥିବା ଅଟଳବିହାରୀଙ୍କୁ। ବ୍ରେନ୍ ଟ୍ୟୁମର ଅପରେସନ ପରେ ବଡ଼ଝିଅର ଚେକଅପ୍ ପାଇଁ ସପରିବାର ଚେନ୍ନାଇ ଯାଉଥିଲେ ଅଟଳବିହାରୀ। କରମଣ୍ଡଳ ଏସ୍ ଟୁ ବଗିର ୫୧ରୁ ୫୪ ଯାଏଁ ସିଟରେ ବସିଥିଲେ।

ଅଧିକ ପଢ଼ନ୍ତୁ: ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ସନ୍ଧ୍ୟାରେ ଜଳଖିଆ ଖାଇବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଭୟଙ୍କର ଶବ୍ଦ ସହ ପଲଟି ମାରୁଥିଲା ତାଙ୍କ ବଗି। ସାରା ବଗି ଧୂଳିରେ ଭରି ଯାଇଥିଲା, ଜଣକ ଉପରେ ଜଣେ ଛିଟିକି ପଡୁଥିଲେ। ଜୀବନ ବିକଳରେ ପତ୍ନୀ ସାବିତ୍ରୀ ବଡ଼ ଝିଅର ହାତକୁ ଜାବୁଡ଼ି ଧରି ସାନ ଝିଅ ଓ ପୁଅକୁ ଡାକ ପକାଉଥିଲେ। ତେଣେ କିନ୍ତୁ ସାନ ଝିଅ ଓ ପୁଅ ହାତକୁ ଛାଡ଼ି ନଥିଲେ ସ୍ୱାମୀ ଅଟଳ। ସମସ୍ତେ ସୁରକ୍ଷିତ ଉଦ୍ଧାର ପାଇଛନ୍ତି, ଈଶ୍ବରଙ୍କୁ ଧନ୍ୟବାଦ ଦେଇ ପୁଣି ଆଉ ଏକ ଟ୍ରେନ୍‌ରେ ଚେନ୍ନାଇ ଯାଇଛନ୍ତି ନୂଆ ଜୀବନ ପାଇଥିବା ଏ ପରିବାର।

Train Accident Train Mishap
Advertisment
Advertisment