/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686149840.jpg)
Train Mishap
ବାହାନଗା ଟ୍ରେନ୍ ଟ୍ରାଜେଡିର ପ୍ରକୃତ ମୃତ୍ୟୁସଂଖ୍ୟକୁ ନେଇ ଏବେ ବି ସନ୍ଦୀହାନ ସ୍ଥିତି । କାହିଁକି ନା ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଭିନ୍ନ ଭିନ୍ନ ସଂଖ୍ୟା । ପ୍ରଥମେ ୨୮୮, ପରେ ୨୭୫ ଏବଂ ପରେ ପୁଣି କୁହାଗଲା ୨୮୮ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଖ୍ୟା ଯଥେଷ୍ଟ ଅଧିକ ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି । ରାଜସ୍ୱ ମନ୍ତ୍ରୀ କିନ୍ତୁ କହିଛନ୍ତି ମୃତ୍ୟୁ ସଂଖ୍ୟା ଆଦୌ ଲୁଚାଯାଇ ନାହିଁ । ସେପଟେ ମୃତଦେହ ଗଣିବା ରାଜ୍ୟ ସରକାରଙ୍କ କାମ କହି, ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି । ଦୁର୍ଘଟଣା ପରଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଗଲା। କିନ୍ତୁ ତା ପରଦିନ କମିଗଲା ମୃତ୍ୟୁ ସଂଖ୍ୟା। ବାଲେଶ୍ୱର ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୨୭୫ ବୋଲି କୁହାଗଲା । କିଛି ମୃତଦେହ ଦୁଇଥର ଗଣାଯାଇଥିବାରୁ
ସଂଖ୍ୟା କମିଲା ବୋଲି ସରକାରଙ୍କ ପକ୍ଷରୁ ଦିଆଗଲା ସ୍ପଷ୍ଟୀକରଣ।
ତେବେ ଗତକାଲି ପୁଣି ବଦଳିଳା ମୃତକଙ୍କ ସଂଖ୍ୟା । ଏଥର ପୁଣି ସଂଖ୍ୟା ୨୮୮ ବୋଲି କୁହାଗଲା । ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ କହିଛି, ଯାହା ହିସାବ କରାଯାଇଛି, ମୃତ୍ୟ ସଂଖ୍ୟା ତାଠୁ ଯଥେଷ୍ଟ ଅଧିକ । ପାଖାପାଖି ୫ଶହ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଦଳ ପକ୍ଷରୁ କୁହାଯିବା ସହିତ ପ୍ରକୃତ ସଂଖ୍ୟା ଲୁଚାଯାଉଥିବା ଅଭିଯୋଗ କରିଛି ଦଳ। ରାଜସ୍ୱ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିବା ବେଳେ ବିଜେପି ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ।
ସେପଟେ ମୃତ୍ୟ ସଂଖ୍ୟାକୁ ନେଇ ସାଧାରଣରେ ବି ବଢୁଛି ସନ୍ଦେହ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଓ ଯଶୱନ୍ତପୁର ଏକ୍ସପ୍ରେସ୍ ରେ ଶହ ଶହ ଯାତ୍ରୀ ଥିଲେ। ଏହି ଟ୍ରେନ୍ ଟ୍ରାଜେଡିରେ ପଶ୍ଚିମବଙ୍ଗ, ବିହାର, ଆସାମ, ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ ଭଳି ରାଜ୍ୟର ଅନେକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ପରଦିନ ବାହାନଗା ଗସ୍ତରେ ଆସିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଦୁର୍ଘଟଣାରେ ୫ଶହ ଜଣଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ପାଇଥିବା କହିଥିଲେ । ଯାହାକୁ ଖଣ୍ଡନ କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବଡ଼ ପ୍ରଶ୍ନ ଯଦି ପ୍ରକୃତରେ ୨୮୮ରୁ ଅଧିକଙ୍କ ମୃତ୍ୟୁ ହୋଇଛି । ତେବେ ସେସବୁ ମୃତଦେହ ଗଲା କୁଆଡେ ? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ଯାତ୍ରୀଙ୍କର ଶରୀର ଖଣ୍ଡବିଖଣ୍ଡ ହୋଇ ଛିଟିକି ପଡିଥିଲା । ତେଣୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଜାଣି ହେଉନି କି? ତେବେ ମୃତ୍ୟୁ ସଂଖ୍ୟା ଲୁଚାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)