Advertisment

କରମଣ୍ଡଳ ଟ୍ରାଜେଡି ବେଳେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି।

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Train Accidents Live Updates

Viral Video

ଭୟଙ୍କର କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାବେଳେ କେମିତି ଥିଲା ବଗି ଭିତରର ଚିତ୍ର। ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି। ସଫେଇ କର୍ମଚାରୀ ସଫା କରୁଛନ୍ତି, ତ ପାଖ ସିଟ୍ ରେ ଜଣେ ମହିଳା ଯାତ୍ରୀ ଘୋଡ଼େଇ ହୋଇ ଶୋଇଛନ୍ତି । ପାଖରେ ଝିଅଟିଏ ବସିଛି । ହଠାତ୍ ପ୍ରଚଣ୍ଡ ଶବ୍ଦ, ତାପରେ ବଗି ଅନ୍ଧାର, ଆଉ ଆର୍ତ୍ତ ଚିତ୍କାର। କଣ ହେଲା କେହି କିଛି ବୁଝି ପାରିନାହାନ୍ତି। ଭିଡ଼ିଓଟି ସତରେ କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ବେଳର କି ନୁହେଁତାହା ସ୍ପଷ୍ଟ ହୋଇନଥିଲେ ବି ଦୃତ ଗତିରେ ଭାଇରାଲ୍ ହେବାରେ ଲାଗିଛି।....

Advertisment

ଅଧିକ ପଢ଼ନ୍ତୁ: ସଂସାର ଉଜାଡିଦେଲା କରମଣ୍ତଳ..କାହା ମଥାରୁ ସିନ୍ଦୂର ପୋଛିଲା ତ କାହାକୁ ବାପ ଛେଉଣ୍ତ କରିଦେଲା

ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡିର ପ୍ରକୃତ ମୃତ୍ୟୁସଂଖ୍ୟକୁ ନେଇ ଏବେ ବି ସନ୍ଦୀହାନ ସ୍ଥିତି । କାହିଁକି ନା ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଭିନ୍ନ ଭିନ୍ନ ସଂଖ୍ୟା। ପ୍ରଥମେ ୨୮୮, ପରେ ୨୭୫ ଏବଂ ପରେ ପୁଣି କୁହାଗଲା ୨୮୮ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଖ୍ୟା ଯଥେଷ୍ଟ ଅଧିକ ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି । ରାଜସ୍ୱ ମନ୍ତ୍ରୀ କିନ୍ତୁ କହିଛନ୍ତି ମୃତ୍ୟୁ ସଂଖ୍ୟା ଆଦୌ ଲୁଚାଯାଇ ନାହିଁ । ସେପଟେ ମୃତଦେହ ଗଣିବା ରାଜ୍ୟ ସରକାରଙ୍କ କାମ କହି, ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି।...

Advertisment

ଅଧିକ ପଢ଼ନ୍ତୁ: ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

Train Accident Viral Video Train Mishap
Advertisment
Advertisment