/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686132174.jpg)
railway signal box
ପ୍ରେମିକା ସହ ଝଗଡ଼ା କରି ଶହ ଶହ ଲୋକଙ୍କ ଜୀବନକୁ ବିପଦକୁ ଠେଲିଦେଲା ପ୍ରେମିକ । ଓଡ଼ିଶା ଟ୍ରେନ୍ ଟ୍ରାଜେଡି ଘଟଣା ମନରୁ ଲିଭିନଥିବା ବେଳେ ତାମିଲନାଡୁର ତିରୁପତ୍ତୁରର ଜଣେ ୩୦ ବର୍ଷିୟ ଯୁବକ କିଛି ଏଭଳି କାଣ୍ଡ କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରେମିକା ସହିତ ଝଗଡ଼ା କରିବା ପରେ ରାଗରେ ସେ ଏକ ରେଲୱେ ସିଗନାଲ୍ ବକ୍ସକୁ ନଷ୍ଟ କରିଦେଇଛନ୍ତି ।
ସଂଯୋଗବଶତଃ ରେଲୱେ ଅଧିକାରୀମାନେ ମଙ୍ଗଳବାର ଦିନ ରେଳ ଧାରଣା ଯାଞ୍ଚ କରିବା ବେଳେ ସିଗନାଲ୍ ବକ୍ସ ନଷ୍ଟ ହୋଇଥିବା ଦେଖିଥିଲେ । ଏନେଇ ତୁରନ୍ତ ରେଲୱେ ପୋଲିସ୍ ଫୋର୍ସକୁ ଖବର ଦିଆଯାଇଥିଲା । ଏତେ ସବୁ କରିବା ପରେ ମଧ୍ୟ ଯୁବକ ଜଣକ କୁଆଡ଼େ ନଯାଇ ଘଟଣାସ୍ଥଳରେ ଥିଲେ । ରେଳଧାରଣା ନିକଟରେ ପହଞ୍ଚିବା ପରେ ଗୋକୁଳ ନାମକ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ ।
ସନ୍ଦେହ ହେବାରୁ ଆରପିଏଫ ଏବଂ ଜିଆରପିର ଅଧିକାରୀମାନେ ଗୋକୁଳଙ୍କୁ ପଚରା ଉଚରା କରିଥିଲେ । ହେଲେ ପ୍ରଥମେ ସେ ନିଜର ଦୋଷ ସ୍ୱୀକାର କରିନଥିଲା । ପରେ ବାରମ୍ବାର ପଚରାଉଚରା ପରେ ପ୍ରେମିକା ସହିତ କଜିଆ କରି ରାଗରେ ଏପରି କରିଥିବା କଥା ସ୍ୱୀକାର କରିଛି । ଅଭିଯୁକ୍ତର ବୟାନ୍ ଆଧାରରେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟା ପ୍ରତି ୧୨୮ କିଲୋମିଟର ବେଗରେ ଦୌଡୁଥିଲା । ଆଉ ବାହାନଗାରେ ଘଟିଲା ଭୟଙ୍କର ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । କେତେ ଯେ ଲୋକଙ୍କ ଘର ଉଜାଡ଼ିବା ସହ ସଂସାର ଭସାଇ ଦେଇଛି ଏହି ଦୁର୍ଘଟଣା, ତା’ର ହିସାବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)