• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟରେ ଖରିଫ ଋତୁରେ ହେବାକୁ ଥିବା ଖାଦ୍ୟ ଶସ୍ୟର ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗା ଯାଇଛି ।

ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩କୁ ବୃଦ୍ଧି କରାଯାଇଛି । ଧାନ ଗ୍ରେଡ୍-ଏର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩କୁ ବୃଦ୍ଧି ପାଇଛି । ସେହିପରି ମୁଗ କୁଇଣ୍ଟାଲ ପିଛା ୮୫୫୮ ଟଙ୍କା, କପା ୬୬୨୦ ଟଙ୍କାକୁ ବୃଦ୍ଧି ପାଇଛି । ବିରି କୁଇଣ୍ଟାଲ ୬୯୫୦ ଟଙ୍କା, ବାଦାମ କୁଇଣ୍ଟାଲ ୬୩୭୭ ଟଙ୍କା, ହରଡ଼ ଡାଲି କୁଇଣ୍ଟାଲ ୭୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟଲ ।....