• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଢ଼ କୁଢ଼ ମୃତଦେହଙ୍କ ମୂକସାକ୍ଷୀ ଏଇ ବାହାନଗା ହାଇସ୍କୁଲ । କାହାର ମୁଣ୍ଡ ନଥିଲା, ତ କାହାର ହାତ ଗୋଡ଼ । ଏଇ ସ୍କୁଲ କୋଠରୀରେ ପାଖାପାଖି ଦେଢ଼ ଦିନ ପଡ଼ି ରହିଥିଲା ଅଢ଼େଇ ଶହରୁ ଅଧିକ ଅଜଣା ଡେଡବଡ଼ି । ପ୍ରଶାସନ ସେସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରିସାରିଛି ସତ, ହେଲେ କାହିଁକି କେଜାଣି ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଘାରିଛି ଅଜଣା ଡର । ଆଗକୁ କିଛି ଅଘଟଣ ଘଟିବା ନେଇ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ ।

ଗତ ଶୁକ୍ରବାର କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ପରେ ସ୍ଥାନୀୟ ଲୋକ ଓ ରେସ୍କ୍ୟୁ ଟିମ୍ ଙ୍କ ଦ୍ୱାରା ଉଦ୍ଧାର ମୃତଦେହ ଗୁଡ଼ିକୁ ଗାଡ଼ିରେ ବୁହାଇ ଆଣି ଏଇ ସ୍କୁଲରେ ରଖାଯାଇଥିଲା । ଆଉ ସେତେବେଳେ ବୀଭତ୍ସ ଅବସ୍ଥାରେ ପଡ଼ିଥିବା ମୃତଦେହ ଗଦାରୁ ନିଜ ଲୋକଙ୍କୁ ଠାବ କରିବାକୁ ପରିଜନଙ୍କ କରୁଣ କ୍ରନ୍ଦନ ପରିବେଶକୁ ଅଧିକ ଭୟାନକ କରି ଦେଇଥିଲା । ସେବେଠୁ ଡରି ଯାଇଛନ୍ତି କୁନି କୁନି ପିଲା ।...

ଅଧିକ ପଢ଼ନ୍ତୁ: ବାହାଘରକୁ ୨ ବର୍ଷ ହୋଇନି, ବିଧବା କରିଦେଲା କରମଣ୍ଡଳ

ଖରା ଛୁଟି ସରିବାକୁ ମଝିରେ ଆଉ ମାତ୍ର ସପ୍ତାହେ। ତାପରେ ସ୍କୁଲ ଖୋଲିବ । ତେଣେ ଭୁବନେଶ୍ୱରକୁ ମୃତଦେହ ସବୁ ସ୍ଥାନାନ୍ତର ହେବା ପରେ ବାହାନଗା ହାଇସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ବାରଣ୍ଡାରେ ପଡ଼ିଥିବା ଚେୟାର ଟେବୁଲ ସବୁକୁ ପୁଣି ଭିତରକୁ ନିଆଯିବ । ହେଲେ ସେଦିନ ଘଟଣା ପରଠୁ ପିଲା ଓ ଗାଁ ଲୋକଙ୍କ ମଧ୍ୟରେ ନକରାତ୍ମକ ଭାବନା ସୃଷ୍ଟି ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ଜିଲ୍ଲା ଶିକ୍ଷାଧିକାରୀ, ସ୍କୁଲର ମ୍ୟାନେଜିଂ କମିଟି ଓ ଆଲମୁନି ସଦସ୍ୟଙ୍କୁ ନେଇ ବୈଠକ କରିଥିଲେ ।

ଆଗକୁ ଲୋକଙ୍କୁ ଏସବୁ ଭାବନାରୁ ଦୂରେଇ ରହିବାକୁ ସଚେତନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିବାବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି- ସ୍କୁଲ ଖୋଲିବା ପୂର୍ବରୁ ପୂଜା ପାଠ କରାଯିବ । ଦୁର୍ଘଟଣା ପରେ ଏଠିକାର ଲୋକଙ୍କ ମାନବିକତା ଓ ସାହସିକତା ସମ୍ପର୍କରେ ବୁଝାଯିବ। ଏବେ ଦେଖିବାର କଥା ଖରା ଛୁଟି ସରିଲେ, ବାହାନଗା ସ୍କୁଲରେ କେମିତି ରହୁଛି ପିଲାଙ୍କ ଉପସ୍ଥାନ।

ଅଧିକ ପଢ଼ନ୍ତୁ: ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

  • Reported by:
  • JAGDISH DAS