Advertisment

୫୭ ବର୍ଷରେ ବାହା ହେବାରୁ ଟ୍ରୋଲ୍ ହେଲେ ଆଶିଷ ବିଦ୍ୟାର୍ଥୀ; ଲୋକେ ବୁଢ଼ା କହିବାରୁ ଦେଲେ ଜବାବ

୫୭ ବର୍ଷ ବୟସରେ ଆସାମର ଫ୍ୟାଶନ ଉଦ୍ୟୋଗୀ ରୂପାଲି ବରୁଆଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ଆଶିଷ ବିଦ୍ୟାର୍ଥୀ। ତାଙ୍କର ବିବାହର ଫଟୋ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଟ୍ରୋଲ୍ ଉପରେ ଅଭିନେତା ନିଜର ପ୍ରତିକ୍ରିୟା ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ashish vidyarthi on being trolled for getting married at 57

ashish vidyarthi on being trolled for getting married at 57

ନିକଟରେ ବଲିଉଡର ଲୋକପ୍ରିୟ ଭିଲେନ୍ ଆଶିଷ ବିଦ୍ୟାର୍ଥୀ ୫୭ ବର୍ଷ ବୟସରେ ଆସାମର ଫ୍ୟାଶନ ଉଦ୍ୟୋଗୀ ରୂପାଲି ବରୁଆଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ବିବାହର ଫଟୋ ଭାଇରାଲ୍ ହେଉଛି। କେତେକ ପ୍ରଶଂସକ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଟ୍ରୋଲ୍ ଉପରେ ଅଭିନେତା ନିଜର ପ୍ରତିକ୍ରିୟା ରଖିଛନ୍ତି। ନିକଟରେ, ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଟ୍ରୋଲରମାନଙ୍କ ବିଷୟରେ କହିଛନ୍ତି। ସେ ମଧ୍ୟ ଶେୟାର କରିଛନ୍ତି ଯେ ତାଙ୍କୁ ମଧ୍ୟ ଖୁବ ହଇରାଣ ହେବାକୁ ପଡିଛି।

Advertisment

ସାକ୍ଷାତକାରରେ ଅଭିନେତା କହିଛନ୍ତି, "ମୁଁ ବୁଢା ଏବଂ ଅନ୍ୟାନ୍ୟ ଅନେକ ଅପମାନଜନକ ଶବ୍ଦ ପଢିଛି। କିନ୍ତୁ କୌତୁହଳର ବିଷୟ ଏହା ଯେ ଏହି ମନ୍ତବ୍ୟ, ଯିଏ ଆମକୁ କହୁଛି, ସେ ଏହାକୁ ଆଗାମୀ ପିଢିକୁ ଦେଉଛି। ଆମେ ନିଜକୁ ମଧ୍ୟ ଡରଉଛୁ ଯେ, ସମସ୍ତେ ବୁଢ଼ା ହୋଇଯିବେ। ଯେତେବେଳେ ଆମେ ନିଜକୁ କହୁଛୁ, 'ଆରେ, ଶୁଣ, ତମେ କାମ କର ନାହିଁ, କାରଣ ତୁମେ ବୁଢା ହେଇଗଲଣି।' ତେବେ ଏହାର ମାନେ ଏହା ଯେ ତୁମକୁ ଦୁଃଖରେ ମୃତ୍ୟୁବରଣ କରିବାକୁ ହେବ। ଯଦି କେହି ଜୀବନରେ ଜଣେ ସାଥୀ ଦରକାର କରନ୍ତି, ତେବେ ସେ କାହିଁକି ଏହା ନ କରିବେ?”

କିଛି ଦିନ ପୂର୍ବରୁ ଏହି ଅଭିନେତା ତାଙ୍କ ବିବାହ ପରେ ବୟସ ଏବଂ ତାଙ୍କ ସାଥୀଙ୍କ ବିଷୟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ୍‌ ଶେୟାର କରିଥିଲେ। ଏଥିରେ ସେ କହିଥିଲେ, "ଏହି କାନ୍ଥ ଆମ ସମସ୍ତଙ୍କ ପାଇଁ କ’ଣ ନିର୍ମାଣ କରୁଛି ? ଆଇନକୁ ପାଳନ କରୁଥିବା ଜଣେ ବ୍ୟକ୍ତି କଠିନ ପରିଶ୍ରମ କରେ ଟ୍ୟାକ୍ସ ଦେବା ପାଇଁ। କାହା ସହ ଆଇନଗତ ଭାବେ ବିବାହ କରିବା ବ୍ୟକ୍ତି ଏକ ପରିବାର ଗଢିବା ଓ ପ୍ରେମର ସହ ବଞ୍ଚିବା ନେଇ ବହୁତ ଖୁସି ଅନୁଭବ କରେ। ଏହା ଏପରି ଏକ ଜିନିଷ ଯେଉଁଥିରେ ଆମ ସମସ୍ତଙ୍କୁ ପରସ୍ପରକୁ ସମର୍ଥନ କରିବା ଉଚିତ ଏବଂ କାହାକୁ ଟ୍ରୋଲ୍‌ କରିବା ଉଚିତ୍ ନୁହେଁ। ଏହା ଏମିତି କିଛି ହେଲା ଯାହା ମୁଁ କେବେ ବି ଆଶା କରି ନ ଥିଲି ଏବଂ ଆଶ୍ଚର୍ଯ୍ୟ ହୋଇଯାଇଥିଲି କାରଣ ମୋର ପୂରା ଜୀବନରେ ମୁଁ ଏକ ନୂଆ ଅଧ୍ୟାୟ ଯୋଡିଛି।"

Advertisment


 
 
 
 
 
 
 
 
 
 
 
 
 
 

A post shared by Ashish Vidyarthi Avid Miner (@ashishvidyarthi1)

ପ୍ରକାଶଥାଉ ଯେ ଅଭିନେତା ଆଶିଷ ବିଦ୍ୟାର୍ଥୀ ବଲିଉଡ୍‌ ଚଳଚ୍ଚିତ୍ରରେ ଖଳ ଚରିତ୍ର ପାଇଁ ଜଣାଶୁଣା। ୧୯୪୨ : ଏକ୍‌ ପ୍ରେମ କାହାନୀ, ବାଜି, ଜୀତ୍, ମୃତ୍ୟୁଦାତା, ଅର୍ଜୁନ ପଣ୍ଡିତ, ମେଜର ସାବ୍‌, ସୋଲଜର୍, ହସୀନା ମାନ୍ ଜାଏଗୀ, ଜାନୱାର, ବାସ୍ତବ: ଦ ରିଅଲିଟି, ଜୋରୁ କା ଗୁଲାମ, ଯୋଡି ନମ୍ବର ୧ ଭଳି ଅନେକ ଫିଲ୍ମରେ ଆଶିଷ ନିଜର ଦମଦାର ଅଭିନୟ ଦେଖେଇଛନ୍ତି।

Bollywood Marriage
Advertisment
Advertisment