ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ଏମାନେ ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ।
ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।
ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।
ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର – ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।
ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି।
ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି ।
ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।
ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
ବାଲେଶ୍ୱରରେ ପରୀକ୍ଷାର୍ଥୀଙ୍କ ହଲ୍ଲାବୋଲ୍ । ASO ମାମଲାରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ରାୟ ହାଇକୋର୍ଟରେ ବଳବତ୍ତର ।
ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।
୩୫ଟି ଚୋରା ବାଇକ୍ ଜବତ, ଚାବି - ଫେକ୍ ନମ୍ବର ପ୍ଲେଟ୍ ଓ ଡକ୍ୟୁମେଣ୍ଟ ସିଜ୍ । ରାଜଧାନୀର ବିଭିନ୍ନ ମଲ୍, ହାଟ ଓ ମାର୍କେଟ୍ ଏରିଆରୁ ଚୋରି କରୁଥିଲେ ବାଇକ୍ ।
ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ ।
୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।
ତମାମ ପ୍ରତିକୂଳ ପରିସ୍ଥିତିରେ ବି ସଫଳତା ପାଇଛନ୍ତି ଅନେକ ପରିକ୍ଷାର୍ଥୀ
କେବଳ ରେଫରାଲ୍ ଛଡ଼ା OPD ଟିକେଟରେ ଉଲ୍ଲେଖ ନାହିଁ ଚିକିତ୍ସା ତଥ୍ୟ । କ୍ରାଇମବ୍ରାଞ୍ଚକୁ ସିଡିଏମଓଙ୍କ ଇଞ୍ଜୁରି ରିପୋର୍ଟ ତାରିଖକୁ ନେଇ ବି ବିଭ୍ରାନ୍ତି ।
ଆନ୍ଦୋଳନ କରି ହକ୍ ମାଗିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦଫା ଦାବିରେ ଆନ୍ଦୋଳନ, ଶିକ୍ଷକ ଓ ଅଧ୍ୟାପକ ବି ଦାବି ନେଇ ଗର୍ଜିଲେ ।
ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...
ପରୀକ୍ଷାରେ ବାରମ୍ବାର ବିଭ୍ରାଟ, ତ୍ରୁଟି ଆଉ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତିରେ ଦୁର୍ନୀତି ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଦେଖାଦେଉଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ଏବଂ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ଗରିବ ଓ ମେଧାବୀ ଯୁବବର୍ଗ ହତୋତ୍ସାହିତ ହେଉଛନ୍ତି।
ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି।