/odishatv-khabar/media/post_attachments/uploadimage/library/16_9/16_9_0/Twin_City_1690864314.jpg)
Twin City
ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ଟ୍ୱିନ୍ ସିଟି । ଲୋକଙ୍କ ଘରେ, କଲୋନୀରେ, ରାସ୍ତାରେ ପାଣି ଜମିଛିା ରାଜଧାନୀ ଭୁବନେଶ୍ୱରର ଭିଆଇପି କଲୋନୀ, ଫରେଷ୍ଟ ପାର୍କ, ନ୍ୟୁ ଫରେଷ୍ଟ କଲୋନୀ, ସୌଭାଗ୍ୟ ନଗର ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଲୋକଙ୍କ ଘରେ ଭିତରେ ପାଣି ପଶିଛି, ବେଡରୁମ୍ ଯେପରି ପାଣିରେ ଭାସୁଛି । ଖଟ, ୱାସିଂ ମେସିଂ, ରୋଷେଇ ଘର ସବୁ କିଛି ପାଣିରେ ଭାସୁଛି । ଏପରିକି ରାସ୍ତାରେ ପାଣି ସୁଅ କାଟୁଛି ।
କଟକରେ ବି ସମାନ ସ୍ଥିତି । ବାଦମବାଡ଼ିଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ଏବେ ପାଣି ପଶିଯିବା ଯୋଗୁଁ ଲୋକଙ୍କ ଜୀବନଯାପନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ସମସ୍ୟା ଭୋଗିଛନ୍ତି ।
ଭୁବନେଶ୍ୱର ଆଇଗିଣିଆରେ ତ୍ ସ୍ଥିତି ଅଧିକ ବିଗିଡ଼ିଛି । ଆଇଗିଣିଆ ଅଞ୍ଚଳରେ ଲୋକଙ୍କ ଘର ଭିତରେ ୩ରୁ ୫ ଫୁଟର ପାଣି ଜମିବା ପରେ ଲୋକଙ୍କୁ ରେସ୍କ୍ୟୁ କରିଛି ଅଗ୍ନିଶମ ବାହିନୀ । ଆଇଗିଣିଆର ରାଜୀବନଗରରେ ଅଗ୍ନିଶମ ବିଭାଗର ରେସ୍କ୍ୟୁ ଟିମ୍ ପହଞ୍ଚି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏପରିକି ବିଳମ୍ବିତ ରାତି ଯାଏ ରିଲିଫ ସାମଗ୍ରୀ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବଣ୍ଟନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)