Advertisment

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ! ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Weather Alert

Well marked low pressure over Bay of Bengal intensifies into a deep depression today evening

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ଗଭୀର ଅବପାତରେ ପରିଣତ ହୋଇ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ।

Advertisment

ସେପଟେ ଆଜି ବି ଭୁବନେଶ୍ୱର କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତୁହାକୁ ତୁହା ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସତର୍କତା ଜାରି କରାଯାଇଛି। ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା ରହିଛି।

ଗତକାଲି ଭୁବନେଶ୍ୱରରେ ମାତ୍ର ୩ ଘଣ୍ଟାରେ ୭୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସାଢ଼େ ୫ଟାରୁ ସାଢ଼େ ୮ଟା ଯାଏ ଏତେ ପରିମାଣର ବର୍ଷା ହୋଇଛି। ଏହାସହ ଗତକାଲି ୨୫୮ ମିଲିମିଟର ବର୍ଷା ହୋଇଛିା ଆଜିଠାରୁ ଆହୁରି ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

ବିଶେଷ କରି ପୂର୍ବ ଓଡିଶା, ପଶ୍ଚିମ ଓଡିଶା ଏବଂ ଉତ୍ତର ଓଡିଶାରେ ତୁହାକୁ ତୁହା ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଜି ବାଲେଶ୍ୱର, ମୟୂରଭଂଜ, ଯାଜପୁରଭଦ୍ରକ ଜିଲ୍ଲା ସମେତ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛିା

ସେପଟେ ଅଗଷ୍ଟ ମାସରେ ସାରା ଦେଶରେ କମ୍ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀର ଦ୍ୱିତୀୟାର୍ଦ୍ଧରେ କମ୍ ବର୍ଷା ହୋଇପାରୋ ସାରା ଦେଶରେ ସାମାନ୍ୟରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା 

Weather Update
Advertisment
Advertisment