Advertisment

ଓସିଏସ୍ ଟପ ଟେନରେ ପୁରୁଷ ଯେତିକି ମହିଳା ସେତିକି,୧୬୪ ମହିଳାଙ୍କ ସହ ୪୩୨ ଜଣ ସଫଳ

ତମାମ ପ୍ରତିକୂଳ ପରିସ୍ଥିତିରେ ବି ସଫଳତା ପାଇଛନ୍ତି ଅନେକ ପରିକ୍ଷାର୍ଥୀ

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Civil Services

Odisha Civil Services

ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାର ରେଜଲ୍ଟ । ଏଥର ମୋଟ୍ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଭିତରୁ ୧୬୪ ଜଣହେଉଛନ୍ତି ମହିଳା। ସୁଦେବ କୁମାର ପୃଷ୍ଟି ଟପ୍ପର ହେବାର ସୌଭାଗ୍ୟ ଲାଭ କରିଥିଲା ବେଳେ ପ୍ରଥମ ୧୦ ଟିରୁ ପୁରୁଷ ଓ ମହିଳା ସମ ପରିମାଣ ଅର୍ଥାତ୍ ୫ଟି ଲେଖାଏଁ ସ୍ଥାନ ଅକ୍ତିଆର କରିନେଇଛନ୍ତି।....

Advertisment

ଏକ ନମ୍ବରରେ ଅଛି ସୁଦେବ କୁମାର ପୃଷ୍ଟିଙ୍କ ନାଁ। ତାଙ୍କ ତଳକୁ ଦ୍ୱିତୀୟରେ ଅର୍ଥାତ୍ ରାଙ୍କ ୨ରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ରଞ୍ଜନ ସାହୁ, ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା ଓ ପଞ୍ଚମ ସ୍ଥାନରେ ଅଛନ୍ତି ଶ୍ୱେତଲିନା ମାହାନା। ଅର୍ଥାତ ପ୍ରଥମ ୫ଟି ସ୍ଥାନ ଭିତରୁ ମହିଳା ତିନିଟି ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଷଷ୍ଠରେ ଅଗ୍ନିଜା ଶିବଦତ୍ତା, ସପ୍ତମରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମରେ ମୀମାଂସା ସାହୁ, ନବମରେ ବିନ୍ଦୁ ବଳୟ ରାଉତରାୟ ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ମିଳିଛି ୧୦ମ ସ୍ଥାନ।...

ଓସିଏସ୍ ପରୀକ୍ଷାରେ ଏଥର ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଆଉ ଏମାନଙ୍କ ଭିତରେ ଦ୍ୱିତୀୟ ରାଙ୍କରେ ଥିବା ସୁଚିସ୍ମିତା ପାଣିଗ୍ରାହୀ ଓ ୨୧୫ତମ ରାଙ୍କରେ ଥିବା ସମର୍ଥ ବେହେରାଙ୍କ ସମର୍ଥ କାହାଣୀକୁ ନେଇ ଚର୍ଚ୍ଚା। କାରଣ ସଫଳତାର ପଥ ଯେ ଏତେ ସୁଗମ ନୁହେଁ, କି ଆଦୌ ଅସାଧ୍ୟ ବି ନୁହେଁ, ତାକୁ ପୁଣି ପ୍ରମାଣିତ କରିଛନ୍ତି ଏ ଦୁହେଁ। ଯେମତି ସମର୍ଥ।...ତାଙ୍କ କହିବା ଅନୁଯାୟୀ, ଦେଶମାତୃକାର ସେବା ପାଇଁ ୨୦୧୪ରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଜଏନ୍ କରିଥିଲେ ସମର୍ଥ। ହେଲେ ଭାଗ୍ୟର ବିଡ଼ମ୍ବନା ଟ୍ରେନିଂର ଠିକ୍ ୩ବର୍ଷ ପରେ ଏକ ଦୁର୍ଘଟଣାର ଶିକାର ହୋଇ ସମର୍ଥଙ୍କ ଆଣ୍ଠୁ ଖସିଗଲା। ପରବର୍ତ୍ତୀ ସମୟରେ ଫିଜିକାଲ୍ ଅନଫିଟ୍ ହୋଇଯିବାରୁ ପାଇକି ବି ହରେଇ ବସିଲେ ଏନଡିଏ ସ୍ୱପ୍ନ। ହେଲେ ହାରିଲେନି ସମର୍ଥ। ଓଡ଼ିଶା ଫେରି ଆସି ଡିଷ୍ଟାନ୍ସରେ ପ୍ଲସ ଥ୍ରୀ କଲେ। ୨୦୨୦ରେ ପ୍ରଥମ ପ୍ରୟାସରେ ରାଜ୍ୟ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ବିଫଳ ହେବା ପରେ ଦ୍ୱିତୀୟ ପ୍ରୟାସରେ ହାସଲ କଲେ ୨୧୫ ନମ୍ବର ରାଙ୍କ।...

Advertisment

ସେହିପରି ଦ୍ୱିତୀୟ ରାଙ୍କରେ ଥିବା ସୁଚିସ୍ମିତା ମଧ୍ୟ ଓସିଏସ ଦେବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ବି ମନବଳ ଭାଙ୍ଗି ନଥିଲେ। ଏପରିକି ହୁଇଲ ଚେୟାରରେ ବସି ଇଣ୍ଟରଭ୍ୟୁ ଆଟେଣ୍ଡ କରିଥିଲେ। ଯାହାର ପରିଣତି ଏବେ ସମସ୍ତଙ୍କ ସାମ୍ନାରେ।...

୨୦୨୧-୨୨ ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ପିଲା ପରୀକ୍ଷା ଦେଇଥିଲେ। ସେଭିତରୁ ମେନ୍ ପାଇଁ ୫ ହଜାର ସିଲେକ୍ଟ ହୋଇଥିଲା ବେଳେ, ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ମନୋନୀତ ହୋଇଥିଲେ ପ୍ରାୟ ୮ ଶହ ପ୍ରାର୍ଥୀ।...

Odisha Civil Services
Advertisment
Advertisment