Advertisment

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Bhitarkanika National Park in Odisha to Reopen

Odisha's Bhitarkanika to be opened for tourists from today

କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ଏକ ତାରିଖ ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା।

Advertisment

ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲୁ ଥିବାରୁ ପର୍ଯ୍ୟଟକମାନେ ଖୁସି ଅଛନ୍ତି। ଭିତରକନିକା ପ୍ରବେଶ କରିବା ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି
ତିନୋଟି ପ୍ରବେଶ ପଥ ଦେଇ ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ବନବିଭାଗ ପକ୍ଷରୁ ସରକାରୀ ୧୪ଟି ଓ ଘରୋଇ ବୋଟ64 ଟି ପ୍ରସ୍ତୁତ କରାଯାଇଛି।

ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକ ମାନଙ୍କ ସୁବିଧା ଦୃଷ୍ଟି ରୁ 6 ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ l ପ୍ରବେଶ ଦ୍ୱାର ପାଖରୁ ବୋଟ ଯାଏ ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ l 

Advertisment
Bhitarkanika Odisha Tourism
Advertisment
Advertisment