/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690807322.jpg)
5 killed in lighting strikes in several parts of Odisha
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ବଣାଇ ଘୋଷରା ଗାଁରେ ଚାଷ କାମ ବେଳେ ବଜ୍ରପାତରେ ନାବାଳିକା ମୃତ୍ୟୁ ହୋଇଛି।
Advertisment
ଆନନ୍ଦପୁର ହାଟଡିହିରେ ବିଲ କାମ ବେଳେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ ହୋଇଛି। ଚିଲିକା ମଝିରେ କଳିଯୁଗେଶ୍ୱର ପାହାଡ଼ ନିକଟରେ ବାପା, ପୁଅଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ମାଛ ଧରିବା ବେଳେ ବଜ୍ରପାତରେ ଉଭୟଙ୍କ ଜୀବନ ଚାଲିଯାଇଛି।
ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସେହିପରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରକୁ ଆଲର୍ଟ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)