• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେଣ୍ଡରେ ସୀମାପାର ପ୍ରେମକାହାଣୀ । ପ୍ରେମ ପାଇଁ ଦେଶ ଛାଡ଼ି ଦେଉଛନ୍ତି ପ୍ରେମପକ୍ଷୀ । ପ୍ରଥମେ ସଚିନ୍-ସୀମାହାଇଦର୍ ତା’ପରେ ନସରୁଲ୍ଲା-ଅଞ୍ଜୁ ଆଉ ଏବେ ବିଗ୍ନେଶ୍ୱରୀ-ଲକ୍ଷ୍ମଣଙ୍କ ଲଭଷ୍ଟୋରୀକୁ ନେଇ ଚର୍ଚ୍ଚା । ଭାରତୀୟ ଯୁବକଙ୍କୁ ବିବାହ କରିବା ପାଇଁ ସୁଦୂର ଶ୍ରୀଲଙ୍କାରୁ ଧାଇଁ ଆସିଛନ୍ତି ଯୁବତୀ । ଭାରତ ପହଞ୍ଚିବା ପରେ ଫେସବୁକ ଦ୍ୱାରା ପରିଚିତ ହୋଇଥିବା ବାନ୍ଧବୀଙ୍କୁ ଠକି ଦେଇ ନାହାନ୍ତି ଭାରତୀୟ ଯୁବକ । ପ୍ରେମିକା ଭାରତ ପହଞ୍ଚିବା ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଏ କାହାଣୀର ନାୟିକା ହେଲେ ଶ୍ରୀଲଙ୍କା ବାସିନ୍ଦା ବିଗ୍ନେଶ୍ୱରୀ (୨୫) । ଫେସବୁକରେ ଭେଟିଥିବା ପ୍ରେମିକ ସହିତ ସାରା ଜୀବନ ବିତାଇବାକୁ ସେ ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାକୁ ଚାଲି ଆସିଛନ୍ତି । ବିଗ୍ନେଶ୍ୱରୀ ଟୁରିଷ୍ଟ ଭିସାରେ ଭାରତ ଆସିଛନ୍ତି । ଆଉ ଏବେ ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରି ଘର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ବିବାହ ପରେ ତାଙ୍କ ଖୁସି କହିଲେ ନସରେ, ଗୋଡ଼ ଆଉ ତଳେ ଲାଗୁନି । ତାଙ୍କୁ ଲାଗୁଛି, ଯେପରି ଦୁନିଆର ସବୁ ଖୁସି ହାତ ପାଆନ୍ତାରେ ମିଳିଯାଇଛି ।

୬ ବର୍ଷ ପୂର୍ବରୁ ଫେସବୁକରେ ବନ୍ଧୁତା

ଲକ୍ଷ୍ମଣଙ୍କ ଘର ଆନ୍ଧ୍ର ପ୍ରଦେଶର ଭେଙ୍କଟଗିରିକୋଟାରେ । ବିଗ୍ନେଶ୍ୱରୀ ଓ ଲକ୍ଷ୍ମଣଙ୍କ ସମ୍ପର୍କ ୨୦୧୭ରୁ ଫେସବୁକରୁ ଆରମ୍ଭ ହୋଇଥିଲା । କିଛି ଦିନର ବନ୍ଧୁତା ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହାପରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବିଗ୍ନେଶ୍ୱରୀ ଜୁଲାଇ ୮ରେ ଶ୍ରୀଲଙ୍କାରୁ ଆନ୍ଧ୍ରପ୍ରଦେଶ ଚାଲି ଆସିଥିଲେ । ଆଉ ତା’ପରେ ଫେସବୁକ ପ୍ରେମିକ ଲକ୍ଷ୍ମଣଙ୍କୁ ଜୁଲାଇ ୨୦ରେ ବିବାହ କରିଥିଲେ । ଗୋଟିଏ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା।

ହେଲେ ଉଭୟଙ୍କ ପ୍ରେମକାହାଣୀରେ ଭିଲେନ୍ ସାଜୁଛି ଟୁରିଷ୍ଟ ଭିସା । ବିଗ୍ନେଶ୍ୱରୀଙ୍କ ଭିସା ଅବଧି ଅଗଷ୍ଟ ୬ରେ ଶେଷ ହେବାକୁ ଯାଉଛି । ତେଣୁ ଇମିଗ୍ରେସନ ନିୟମ ଅନୁସାରେ ଚିତ୍ତୋର ଜିଲ୍ଲା ପୋଲସ ତାଙ୍କୁ ଗୋଟିଏ କାରଣ ଦର୍ଶାଅ ନୋଟିସ ପଠାଇଛି । ଲକ୍ଷ୍ମଣ ଓ ବି ବିଗ୍ନେଶ୍ୱରୀଙ୍କ ବାହାଘର କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏପଟେ ବିଗ୍ନେଶ୍ୱରୀ ଭାରତର ନାଗରିକତା ନେବାକୁ ଚାହୁଁଛନ୍ତି । କିନ୍ତୁ ଏବେ ତାଙ୍କୁ ସ୍ଥାୟୀ ନାଗରିକତା ମିଳିବ ନାହିଁ । ତାଙ୍କ ଭିସାର ଅବଧିକୁ ବୃଦ୍ଧି କରାଯିବ । ସେହିପରି ସମସ୍ତ ପ୍ରକାରର ଆଇନଗତ ସମସ୍ୟାକୁ ମାତ ଦେବା ପାଇଁ ପୋଲିସ୍‌ ଏହି ଦମ୍ପତିଙ୍କୁ ବିଧିବଦ୍ଧ ଭାବେ ବିବାହକୁ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛି ।