Advertisment

ବଡ଼ ଅଘଟଣ: ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୭ ମୃତ

ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharastra Crane Accident

16 Killed In Crane Accident At Expressway Site,

ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଅକାଳରେ ଚାଲିଗଲା ୧୭ ଶ୍ରମିକଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି। ଏବେବି ୫ ଜଣ ଲୋକ ଦବି ରହିଥିବା ସୂଚନା ମିଳିଛିା ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନା ଅନୁସାରେ, ଶ୍ରମିକମାନେ ଥାନେର ସାହାପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସ୍‌ ହାଇୱେ ନିର୍ମାଣ କାମରେ ନିୟୋଜିତ ଥିଲେ। ତେବେ କ୍ରେନ୍‌ର ଗର୍ଡର ଲଞ୍ଚିଂ ମେସିନ୍‌ରେ ଶ୍ରମିକମାନେ କୌଣସି ବଡ଼ ଜିନିଷ ଉଠାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। 

ଘଟଣାସ୍ଥଳରେ NDRF ଓ ଅନ୍ୟାନ୍ୟ ରେସ୍କ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ବଡ଼ ବ୍ରିଜ୍ ଭିତରେ ସଂଯୋଗ ହେଉଥିବା ସ୍ଲାବ୍‌କୁ ଉଠାଇବା କାମରେ ଗର୍ଡର ଲଞ୍ଚିଂ ମେସିନ୍ ବ୍ୟବହୃତ ହୋଇଥାଏ। 

Advertisment
Advertisment
Advertisment