Advertisment

ଜନତାଙ୍କ ପାଇଁ ଖୁସି ଖବର ! ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର।  କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
LPG Gas Cylinder Price Reduced

Commercial LPG gas cylinders prices slashed

ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର(LPG Gas Cylinder Price)। ଦେଶର ଅଏଲ୍‌ ମାର୍କେଟିଂ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ LPG ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଛି। ଦର ହ୍ରାସ ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୧,୬୮୦ ଟଙ୍କାରେ ପହଞ୍ଚିଛି। ତେବେ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ହୋଇନାହିଁ।

Advertisment

ସୂଚନାଥାଉ କି, ଗତ ଫେବୃଆରୀରୁ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ। ପୂର୍ବ ଦର ଅନୁସାରେ ଏହା ସ୍ଥିର ରହିଛି। 

LPG Cylinder Price
Advertisment
Advertisment