/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690859681.jpg)
PLus 2 Science Syllabus
ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ୍ ଦିଆଯାଇଛି । ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ । ଏହାପୂର୍ବରୁ CBSE ବାଦ୍ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି ।
Advertisment
ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍ ପରୀକ୍ଷା ହେବ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କଳା ଓ ବାଣିଜ୍ୟ ବିଭାଗ ବିଷୟରେ ସିଲାବସ୍ ପରିବର୍ତ୍ତନ ହୋଇନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)