Advertisment

କାହା ପାଇଁ ଏତେ ବଡ଼ ବସଷ୍ଟାଣ୍ଡ ? ଉଦଘାଟନର ୭ ବର୍ଷ ପରେ ବି କାମରେ ଲାଗୁନି

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।

author-image
Chandan Shishu
bus terminal in Brahmapur life defang after 7 years

bus terminal in Brahmapur life defang after 7 years

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ଉଦଘାଟନକୁ ବିତିଲାଣି ୭ ବର୍ଷରୁ ଅଧିକ ସମୟ। ବସଷ୍ଟାଣ୍ଡ ସିନା ଲୋକାର୍ପଣ ହୋଇଗଲା ହେଲେ ସେଠାକୁ ବସ ନେବାକୁ ଅମଙ୍ଗ ଗାଡ଼ି ମାଲିକ। ବସଷ୍ଟାଣ୍ଡକୁ ଯିବାକୁ ଭିତ୍ତିଭୂମି ନଥିବା ଅଭିଯୋଗ କରି ଆସୁନାହାନ୍ତି। ସମାଧାନ ଲାଗି ବ୍ରହ୍ମପୁର ରିଂରୋଡ କାମ ମଧ୍ୟ ଚାଲିଛି। ହେଲେ ପଦାରେ ପଡ଼ିଛି ସରକାରଙ୍କ ପାରିବା ପଣିଆ। ଦୀର୍ଘ ୭ ବର୍ଷ ଧରି ନିର୍ମାଣ ସରିଥିବା ପ୍ରକଳ୍ପ ଖତ ଖାଉଛି। କରଦାତାଙ୍କ ଅର୍ଥରେ ନିର୍ମିତ ଏହି ବସଷ୍ଟାଣ୍ଡକୁ ଆରମ୍ଭ କରିବାରେ ଫେଲ୍ ମାରିଛନ୍ତି ସରକାର।

Advertisment

ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର। ଜନଗହଳି ଓ କୋଳାହଳପୂର୍ଣ୍ଣ ଏହି ନଗରୀ । ବଢି ଚାଲିଥିବା ଜନସଂଖ୍ୟା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍ ସମସ୍ୟା ସଜାଡ଼ିବାକୁ ସହର ଉପକଣ୍ଠ ହଳଦିଆପଦରରେ ୨୦୧୬ରେ ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ୨୦୧୩ରେ ଏହି ବସଷ୍ଟାଣ୍ଡର ଶୁଭ ଦିଆଯାଇଥିଲା।

ଠିକ୍ ସମୟରେ ନିର୍ମାଣ ସରିଥିଲେ ମଧ୍ୟ ଏହା ଭିତରେ ୭ ବର୍ଷରୁ ଅଧିକ ସମୟ ବିତିଲାଣି, ହେଲେ କାର୍ଯ୍ୟକ୍ଷମ ହୋଇପାରିନି ବସଷ୍ଟାଣ୍ଡ। ଏବେ କେଉଁଠି କାନ୍ଥ ଫାଟିଲାଣି ତ ଆଉ କେଉଁଠି ଫ୍ୟାନରେ କଳଙ୍କି ଧରିଛି। କିଛି ଦିନ ହେଲା ବସଷ୍ଟାଣ୍ଡରେ କନିଷି ତହସିଲ ଅଫିସ୍ ମଧ୍ୟ ଚାଲିଛି। ହେଲେ ଯେଉଁ ଉଦ୍ଦେଶ୍ୟ ରଖି ନିର୍ମାଣ ହୋଇଥିଲା ତାହା ପୂରଣ ହୋଇପାରିନି। ସରକାରଙ୍କ ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ।

Advertisment

ବସଷ୍ଟାଣ୍ଡକୁ ଭିତ୍ତିଭୂମି ଅଭାବ ଥିବା କହି ଏଠାକୁ ବସ ନେବାକୁ ଅମଙ୍ଗ ହେଉଛନ୍ତି ଘରୋଇ ବସ ମାଲିକ। ଆସିକା, ଭଂଜନଗର ଓ  ଦିଗପହଣ୍ଡି ପଟୁ ଆସୁଥିବା ବସ୍ ଲାଗି ନୂଆ ବସଷ୍ଟାଣ୍ଡ ଯିବାକୁ ଚଉଡ଼ା ସଡ଼କ ନାହିଁ। ଯାହା ଫଳରେ ସହର ମଧ୍ୟ ଦେଇ ନୂତନ ବସଷ୍ଟାଣ୍ଡକୁ ଯିବାକୁ ପଡିବ। ଏହାଦ୍ବାରା ବସ ଚଳାଚଳ  ସମୟ ବଢ଼ିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟିହେବ ।

ଭିତ୍ତିଭୂମି ଯୋଗାଇଦେଲେ ବସ ଚଳାଚଳ କରିବାରେ କୌଣସି ଆପତ୍ତି ନାହିଁ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ। ସେପଟେ ଏବେ ନୂତନ ବସଷ୍ଟାଣ୍ଡକୁ ବ୍ରହ୍ମପୁରରୁ ରିଂ ରୋଡ୍ କାମ ଚାଲିଛି । ରାସ୍ତା କାମ ସରିବା ପରେ ଖୁବଶୀଘ୍ର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ।

Berhampur Bus Stand Bus Stand
Advertisment
Advertisment