୭ ଜଣ ଛାତ୍ର ଆଜି ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି ।
ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍ରେ ବୁହା ହେଲା ଶବ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ହୋଇଛି। ଭର୍ଚୁଆଲ୍ ମୋଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି।
ବହୁ ଚର୍ଚ୍ଚିତ ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ୍ କରାଯାଇଛି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଧର୍ମର ଜୟ ହେବ।’
ଏସିଆନ ଗେମ୍ସ ମହିଳା କ୍ରିକେଟ ଫାଇନାଲରେ ଭାରତ । ସେମିଫାଇନାଲରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି ଟିମ୍ ଇଣ୍ଡିଆ ।
ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛିା ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତୋ ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ।
ପୁଣି ବିଳମ୍ବ ହେଲାଣି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ବିବାବଦର ଅନ୍ତ ପରେ ଅଗଷ୍ଟ ୨୩ରେ ନୀତିକାନ୍ତି ହୋଇଥିଲା। ଏହା ମଧ୍ୟରେ ମାସେ ବିତିଯାଇ ଥିବାବେଳେ ଶ୍ରୀମୁଖ ଶୃଙ୍ଖାର କରାଯାଇନି।
ଗର୍ଭବତୀ ନହେବା କିମ୍ବା ଗର୍ଭଧାରଣ ନ କରିବା ପଛରେ ଅନେକ କାରଣ ଅଛି, କିନ୍ତୁ ଗତ ଦୁଇ ଦଶନ୍ଧି ଧରି ମହିଳାମାନଙ୍କଠାରେ ଏକ ବିଶେଷ ଧାରା ଦେଖାଯାଉଛି। ଚାପଗ୍ରସ୍ତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀରେ ରହୁଥିବା ମହିଳାମାନଙ୍କଠାରେ ଗର୍ଭଧାରଣ ନ କରିବା ପଛରେ ରକ୍ତରେ ଶର୍କରା ସ୍ତର ସବୁଠାରୁ ବଡ ସମସ୍ୟା ହୋଇପାରେ।
କଟକ ନେତାଜୀ ବସ୍ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି।
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ ଦିବା ୦୧.୪୦ ଗତେ ୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ
ଇନ୍ଦୋରରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ।
ଭାରତୀୟଙ୍କ ପାଇଁ ଆଜି ସୁପର୍ ସଣ୍ଡେ। କାରଣ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସରେ ଅଭିଯାନ ଆରମ୍ଭ କରିଛି ଭାରତ।
ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହେବ ଏହି ହାଇପ୍ରୋଫାଇଲ୍ ବାହାଘର ।
ଗାଁରେ ପାଣିର ଅଭାବ ଥିଲା। ଏହାର ସମାଧାନ ପାଇଁ ପାହାଡ଼ର ଝରଣା ପାଣିକୁ ସେମାନେ ବାଉଁଶ ନଳରେ ଗାଁକୁ ଆଣିଥିଲେ। ବାଉଁଶ ବାରମ୍ବାର ନଷ୍ଟ ହେଉଥିବାରୁ ସରକାରୀ ସହାୟତାରେ ଏବେ ଲୁହାର ପାଇପ୍ ବସାଇ ପାହାଡ଼ରୁ ଗାଁକୁ ଆଣିଛନ୍ତି ଝରଣା ପାଣି।
ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍ୱେ ଟ୍ରାକ୍ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି।
ଏ ଦୁନିଆରେ ଅନେକ ନଦୀ ଅଛି ଏବଂ ପ୍ରତ୍ୟେକ ନଦୀର ନିଜସ୍ୱ ଚମତ୍କାର କାହାଣୀ ମଧ୍ୟ ଅଛି। ସାରା ଦେଶରେ ପ୍ରବାହିତ ନଦୀଗୁଡ଼ିକ ସେମାନଙ୍କର ଗୌରବ ଏବଂ ସୌନ୍ଦର୍ଯ୍ୟର କାହାଣୀ ଗାନ କରନ୍ତି। ତେବେ ଆସନ୍ତୁ ଭାରତର ଏମିତି କିଛି ପବିତ୍ର ନଦୀ ବିଷୟରେ ଜାଣିନେବା।
ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ ।
ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ।
ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।
ସହରୀ ବନ୍ୟାରେ ବେହାଲ୍ ନାଗପୁର । ମହାରାଷ୍ଟ୍ରର ଏହି ବଡ଼ ସହରରେ ରାତାରାତି ଉବୁଟୁବୁ ସ୍ଥିତି । ରାସ୍ତାରେ ନଈ ଭଳି ପ୍ରଖର ସୁଅ... ଯାନବାହନ ବଦଳରେ ଚାଲିଛି ବୋଟ୍ । ଆଉ କାର୍ ଓ ବସ୍ ଆଦିର ଅବସ୍ଥା କହିଲେ ନସରେ । ଗାଡ଼ି କଥା ଛାଡ଼ନ୍ତୁ, ଘରଦ୍ୱାର, ଦୋକାନ ବଜାର ବି ପାଣିରେ ବୁଡ଼ିଛି । ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ସଂଘର୍ଷ ।
ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ । ତେବେ ଏଇଠି କଥା ସରିନି । ସମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆଜି ପୁଣି ବର୍ଷା ଛାଡ଼ିଛନ୍ତି ଏକ ବିରାଟ ବିବୃତି । ତେବେ ସଂକ୍ଷେପରେ କହିଲେ, ବର୍ଷା ଲେଖିଛନ୍ତି- ଦୀର୍ଘ ୩ ବର୍ଷର ଲଢ଼େଇ ଓ ମାନସିକ ଯନ୍ତ୍ରଣା ପରେ, ଶେଷରେ ସତ୍ୟର ଜୟ ହେଲା । ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ବାରା ଖାରଜ ହୋଇ ସଫଳ ହୁଏ ନାହିଁ ।
କେନ୍ଦୁଝର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁର ଜ୍ଞାନେନ୍ଦ୍ର ସାହୁଙ୍କ ଡାକ୍ତର ପୁଅ ସଚିନଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି ମେଡ଼ିକାଲ କଲେଜ ହଷ୍ଟେଲ ରୁମରେ । ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାବେଳେ ପରିବାର ଲୋକଙ୍କ ଆଶଙ୍କା, ପୁଅକୁ ହତ୍ୟା କରାଯାଇଛି ।
ଲକ୍ଷାଧିକ ଟଙ୍କାର ଦରମା ସହିତ ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। ଏହି ପଦବୀ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି। ଅଧିକ ଜାଣିବା ପାଇଁ ପଢନ୍ତୁ।