Advertisment

'ଚନ୍ଦ୍ରଯାନ-୩ ପରେ ଜି-୨୦ର ସଫଳତା ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି': ମୋଦି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।

author-image
Manoranjan Behera
Narendra Modi

Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ସହ ‘ମନ କି ବାତ୍ ’ କାର୍ଯ୍ୟକ୍ରମରେ କଥା ହୋଇଥିଲା । ମନ୍ କି ବାତର ୧୦୫ତମ ଏପିସୋଡ୍ ଆଜି ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ’ମନ୍ କି ବାତ୍’ର ‍ଆଉ ଏକ ଏପିସୋଡରେ ମୁଁ ଦେଶର ସଫଳତା, ଦେଶବାସୀଙ୍କ ସଫଳତା ଓ ସେମାନଙ୍କ ପ୍ରେରଣାଦାୟକ ଜୀବନ ଯାତ୍ରା ଆପଣଙ୍କ ସହ ବାଣ୍ଟିବାର ସୁଯୋଗ ପାଇଛି। ବିଗତ ଦିନରେ ଦୁଇଟି ବିଷୟ ଉପରେ ମୁଁ ଅଧିକ ଚିଠି ଓ ବାର୍ତ୍ତ ପାଇଛି। ପ୍ରଥମ ବିଷୟ ହେଉଛି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ଓ ଦ୍ୱିତୀୟ ବିଷୟ ହେଉଛି ଜି-୨୦ର ସଫଳ ଆୟୋଜନ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ । ISROର ୟୁଟ୍ୟୁବ୍ ଚ୍ୟାନେଲରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ଲାଇଭରେ ୮୦ ଲକ୍ଷରୁ ଅଧିକ ଲୋକ ଦେଖୁଥିଲେ। ଯାହା ଏକ ବଡ଼ ରେକର୍ଡ। ଏହା ଦର୍ଶାଉଛି ଯେ ଚନ୍ଦ୍ରଯାନ-୩ ସହ କେତେ ଗଭୀର ଭାବରେ ଭାରତୀୟଙ୍କ ଆବେଗ ଜଡ଼ିତ।

ଚନ୍ଦ୍ରଯାନ-୩ ସଫଳତା ପରେ ଜି-୨୦ର ସଫଳତା ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି। 'ଆଫ୍ରିକୀୟ ସଂଘକୁ ପୂର୍ଣ୍ଣ ସଦସ୍ୟର ମାନ୍ୟତା ଦେଇ ନେତୃତ୍ବକୁ ପ୍ରମାଣିତ କରିଛୁ'। ଭାରତ ମଣ୍ଡପମ୍ ତ ଏକ ସେଲିବ୍ରିଟି ପରି ହୋଇଯାଇଛି। ଲୋକମାନେ ଭାରତ ମଣ୍ଡପମ୍ ସହ ସେଲଫି ନେଉଛନ୍ତି ଏବଂ ଗର୍ବର ସହ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଯଦି କୌଣସି କ୍ଷେତ୍ରରେ ସର୍ବନିମ୍ନ ପୁଞ୍ଜି ବିନିଯୋଗ ସହିତ ସର୍ବାଧିକ ନିଯୁକ୍ତି ସୃଷ୍ଟି କରେ ତାହା ହେଉଛି ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ର ବୃଦ୍ଧିରେ ଯେ କୌଣସି ଦେଶ ପ୍ରତି ଶୁଭ ସଙ୍କେତ। ଗତ କିଛି ବର୍ଷ ମଧ୍ୟରେ ଭାରତ ପ୍ରତି ଆକର୍ଷଣ ବହୁତ ବୃଦ୍ଧି ପାଇଛି ଏବଂ ଜି -୨୦ର ସଫଳ ଆୟୋଜନ ପରେ ଭାରତରେ ବିଶ୍ୱ ଲୋକଙ୍କ ଆଗ୍ରହ ଆହୁରି ବୃଦ୍ଧି ପାଉଛି ।

’ମନ୍ କି ବାତ୍’ରେ ଏକ ସ୍ୱତନ୍ତ୍ର ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ମୁଁ ମନ୍ କି ବାତ୍ ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ଏକ ଅନୁରୋଧ କରିବାକୁ ଚାହୁଁଛି। ଅକ୍ଟୋବର ୧ ରବିବାର ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ଆପଣ ମଧ୍ୟ ଆପଣଙ୍କ ସମୟ ବାହାର କରିବେ ଏବଂ ସ୍ୱଚ୍ଛତା ସହ ଜଡ଼ିତ ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ନରେନ୍ଦ୍ର ମୋଦି।

Maan Ki Baat India News Narendra Modi
Advertisment
Advertisment