/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695537560.jpg)
Asian Games 2023
ଏସିଆନ ଗେମ୍ସ ମହିଳା କ୍ରିକେଟ ଫାଇନାଲରେ ଭାରତ । ସେମିଫାଇନାଲରେ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବାଂଲାଦେଶ ଭାରତ ସାମ୍ନାରେ ୫୨ ରନର ଟାର୍ଗେଟ ଦେଇଥିଲା। ଯାହାକୁ ଭାରତ ୮.୨ ଓଭରରେ ହାସଲ କରିନେଇଥିଲା।
ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ୨୦ ରନ୍ କରିଥିଲେ। ଫାଇନାଲରେ ପ୍ରବେଶ କରିବା ସହ ଏସିଆନ ଗେମ୍ସରେ ଭାରତ ସିଲଭର ମେଡାଲ ପକ୍କା କରିଛି । ସେପଟେ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ଏହି ମ୍ୟାଚର ବିଜେତା ସହ ଭାରତ ଫାଇନାଲ ଖେଳିବ।
ପ୍ରଥମ ସେମିଫାଇନାଲରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମାତ୍ର ୫୧ ରନ୍ରେ ଅଲ୍ ଆଉଟ ହୋଇଥିଲା। ବାଂଲାଦେଶର ଅଧିନାୟକ ନିଗର ସୁଲତାନ ସର୍ବାଧିକ ୧୨ ରନ୍ କରିଥିବାବେଳେ ଅନ୍ୟ ୧୦ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ।
ଭାରତ ପକ୍ଷରୁ ପୂଜା ଭାସ୍ତରକର ୪ ୱିକେଟ ଅକ୍ତିଆର କରିଥିଲେ । ୫୨ ରନ୍ର ଟାର୍ଗେଟକୁ ଭାରତ ୮ ୱିକେଟରେ ହାସଲ କରି ନେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)