Advertisment

ମନେ ପଡ଼ନ୍ତି ଅରିନ୍ଦମ...ଆଜି ବି ସାହସୀ, ଯୁବ ସାମ୍ବାଦିକଙ୍କୁ ଝୁରୁଛନ୍ତି ସମସ୍ତେ

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛିା ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତୋ ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha remembers OTV daredevil senior reporter Arindam Das on his 2nd death anniversary

Odisha remembers OTV daredevil senior reporter Arindam Das on his 2nd death anniversary

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ପୁରିଛିା ଦୁଇ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଅରିନ୍ଦମ ପ୍ରାଣ ହରାଇଥିଲେ।

Advertisment

ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତୋ ଅରିନ୍ଦମ ଚାଲିଯିବାର ଦୁଇ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ। ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କି ମାରୋ

ତାଙ୍କ କର୍ତ୍ତବ୍ୟନିଷ୍ଠା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼େ ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ, ସବୁ ବିଟ୍‌ରେ ଖବର ସଂଗ୍ରହ କରିବାରେ ଅରିନ୍ଦମ ସିଦ୍ଧହସ୍ତ ଥିଲେ। ତାଙ୍କ ନିଆରା ଶୈଳୀ ଅନେକ ଯୁବପିଢ଼ିଙ୍କ ମଧ୍ୟରେ ଆଜି ବି ଉତ୍ସାହ ସଞ୍ଚାର କରୁଛିା 

Advertisment

ନିକଟରେ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଥିଲା। ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଓଟିଭି ପକ୍ଷରୁ ଏହି ସ୍କଲାରସିପ୍ ପ୍ରଦାନ କରାଯାଇଥିଲା। ସମ୍ବଲପୁର ୟୁନିଭର୍ସିଟ ଅଧିନରେ ଥିବା ଇନିଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ୍ ଟେକ୍ନୋଲୋଜିର ବିଟେକ୍‌ କମ୍ପ୍ୟୁଟର ସାଇନ୍ସ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରସିପ୍ ପ୍ରଦାନ କରାଯାଇଛି।

Journalist Arindam Das
Advertisment
Advertisment