Advertisment

ସ୍କ୍ରବ୍ ଟାଇଫସ ଆଁରେ ପଶ୍ଚିମ ଓଡ଼ିଶା; ବଲାଙ୍ଗୀରରେ ବି ମାତିଲେଣି ଚିଗର ପୋକ

ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Scrub typhus

ରାଜ୍ୟର ଭାତହାଣ୍ଡି ପଶ୍ଚିମ ଓଡ଼ିଶା ଚାଷୀଙ୍କୁ ଏବେ ସ୍କ୍ରବ ଟାଇଫସ ଚିନ୍ତା । ବରଗଡ଼ ଓ ସୁନ୍ଦରଗଡ଼ ପରେ ବଲାଙ୍ଗୀରରେ କାୟା ବିସ୍ତାରିଲାଣି ଚିଗର୍, ମାଡ଼ିଲାଣି ସ୍କ୍ରବ ଟାଇଫସ । ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀରରୁ ୩୩୭ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ବାହାରିଲେଣି ୨୨୧ । ଏମିତିକି ଏ ଦୁଇ ଜିଲ୍ଲାରେ ସ୍କ୍ରବ ଟାଇଫସରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ବି ଆସିଛି। ତେବେ CDMOଙ୍କ ଆଶ୍ବସନା, ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି, ଲୋକେ ସତର୍କ ରୁହନ୍ତୁ ।

Advertisment

ସ୍କ୍ରବ୍ ଟାଇଫସ ଆଁରେ ପଶ୍ଚିମ ଓଡ଼ିଶା । କାୟା ବିସ୍ତାରୁଛି ଚିଗର ପୋକ, ଆତଙ୍କିତ ଚାଷୀକୂଳ । ବରଗଡ଼, ସୁନ୍ଦରଗଡ଼ ପରେ ବଲାଙ୍ଗୀରରେ ବି ମାଡ଼ିଗଲାଣି ସ୍କ୍ରବ ଟାଇଫସ୍ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ଚିହ୍ନଟ ହେଲେଣି ୩୩୭ ପଜିଟିଭ୍। ଅଗଷ୍ଟ ମାସରେ ଜିଲ୍ଲାରେ ୧୭୨ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବରରେ ବାହାରିଲେଣି ଆଉ ୧୬୫ ।

ଏମିତିକି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ବଲାଙ୍ଗୀର ସଦର ବ୍ଲକ୍ ଦୁଆନପାଲିର ଜଣେ ଚାଷୀ ବାସୁଦେବ ସିଂଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭାରପ୍ରାପ୍ତ CDMO କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲାରେ ସ୍କ୍ରବ ଟାଇଫସରେ କାହାରି ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି । ଏମିତିକି କୌଣସି ରୋଗୀ ଗୁରୁତର ବି ନାହାନ୍ତି । କହିଛନ୍ତି, ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ ସମସ୍ତ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି ।

Advertisment

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ସ୍କ୍ରବ ଟାଇଫସ ରୋଗୀ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୨୧ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆଇସିୟୁରେ ଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ସିଡିଏମଓଙ୍କ କହିବା କଥା, ଏବେ ଲୋକମାନେ ବିଲବାଡ଼ିରେ ଚାଷକାର୍ଯ୍ୟରେ ଜଡ଼ିତ ଥିବାରୁ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଉଛି ।

ଲୋକେ ବିଲବାଡ଼ିକୁ ଗଲା ବେଳେ ସତର୍କତାକୁ ଅବଲମ୍ବନ କଲେ, ସ୍କ୍ରବ ଟାଇଫସ ଆକ୍ରାନ୍ତରୁ ରକ୍ଷା ପାଇପାରିବେ । ଚିଗର ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ । ପ୍ରଥମେ ରୋଗୀ ଶରୀରରେ ଘା ଭଳି ହୁଏ, ଘା ଚାରିପାଖ ଲାଲ୍ ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ହେବାସହ ରୋଗୀଙ୍କୁ ଜ୍ୱର ଓ ଦେହହାତ ଘୋଳାବିନ୍ଧା ହୁଏ । ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ନେବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୁନ୍ଦରଗଡ଼ରୁ ଦେବବ୍ରତ ଜେନାଙ୍କ ସହ ବଲାଙ୍ଗୀରରୁ ମନରଞ୍ଜନ ଯୋଶୀଙ୍କ ରିପୋର୍ଟ, ଓଟିଭି

Bolangir
Advertisment
Advertisment