Advertisment

Asian Games: ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଜିତିଲା ଭାରତ... ଫାଇନାଲରେ ମହିଳା କ୍ରିକେଟ୍ ଟିମ୍‌

ଭାରତୀୟଙ୍କ ପାଇଁ ଆଜି ସୁପର୍‌ ସଣ୍ଡେ। କାରଣ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସରେ ଅଭିଯାନ ଆରମ୍ଭ କରିଛି ଭାରତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Asian Games 2023

Asian Games 2023

ଭାରତୀୟଙ୍କ ପାଇଁ ଆଜି ସୁପର୍‌ ସଣ୍ଡେ। କାରଣ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସ(Asian Games 2023)ରେ ଅଭିଯାନ ଆରମ୍ଭ କରିଛି ଭାରତ। ଆଜି ଦୁଇଟି ଇଭେଣ୍ଟରେ ସିଲଭର୍ ମେଡାଲ୍ ଜିତିଛନ୍ତି ଭାରତୀୟ ଖେଳାଳି। ଗୋଟିଏପଟେ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଭାରତୀୟ ମହିଳା ଟିମ୍‌ ରୌପ୍ୟ ପଦକ ଜିତି ଥିବାବେଳେ ଅନ୍ୟପଟେ ନୌଚାଳନାରେ ପୁରୁଷ ଟିମ୍‌ ରୌପ୍ୟ ପଦକ ଜିତିଛନ୍ତି।

Advertisment

ରମିତା, ମେହୁଲି ଘୋଷ ଓ ଆଶି ଚୋକ୍‌ସୀ ୧୦ ମିଟର ଏୟାର ରାଇଫଲ୍‌ରେ ଭାରତ ପାଇଁ ରୌପ୍ୟ ପଦକ ଆଣି ଗର୍ବିତ କରିଛନ୍ତିା ଏସିଆନ୍‌ ଗେମ୍ସ-୨୦୨୩ରେ ଭାରତ ପ୍ରଥମ ଏହି ରୌପ୍ୟ ପଦକ ଜିତିଛି। ସେହିପରି ନୌଚାଳନାରେ ବି ରୌପ୍ୟ ପଦକ ହାସଲ କରିଛି ଭାରତା

ରୋଇଂ ଲାଇଟୱେଟ୍ ପୁରୁଷ ଡବଲ୍‌ ସ୍କଲସ୍‌ରେ ଅର୍ଜୁନ୍ ଲାଲ୍ ଜଟ୍‌ ଓ ଅରବିନ୍ଦ ସିଂ ରୌପ୍ୟ ଜିତିଛନ୍ତିା ଉଭୟ ଭାରତ ପାଇଁ ଏସିଆନ୍‌ ଗେମ୍ସରେ ଦ୍ୱିତୀୟ ପଦକ ଆଣିଛନ୍ତି। ଅନ୍ୟପକ୍ଷେ, ବାବୁ ଲାଲ୍‌ ଯାଦବ ଓ ଲେଖ୍‌ ରାମ ଭାରତ ପାଇଁ ରୋଇଂରେ ଦ୍ୱିତୀୟ ମେଡାଲ୍‌ ଆଣିବା ସହ ଭାରତ ପାଇଁ ତୃତୀୟ ପଦକ ଅର୍ଥାତ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। 

Advertisment

ସେପଟେ ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍‌। ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ୮ ୱିକେଟରେ ଭାରତ ଜିତିଛି। ମାତ୍ର ୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ୮.୨ ଓଭରରେ ହାସଲ କରିଥିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌। 

Advertisment
Advertisment