ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ।
ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ ରୁବିନା ଯାଆଁଳା ଶିଶୁର ମା’ ହେବେ।
ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର ।
ଟନେଲ ଭିତରୁ ଉଦ୍ଧାର ଓଡ଼ିଆ ଶ୍ରମିକ କହିଛନ୍ତି, ‘ପ୍ରଥମ ୧୦ ଦିନ କେବଳ ମୁଢ଼ି ଖାଇ କାଟିଲୁ । ତେବେ ପାଣି, ଲାଇନ କଟି ନଥିଲା ।’
ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆପଣ ନହସି ରହିପାରିବେନି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଝିଅ ଭୋଜପୁରୀରେ ତା’ ମା ସହିତ କଥା ହେଉଛି। ଏହି କୁନି ଝିଅଟିକୁ ପଚରାଯାଉଛି ଯେ ପାଠ ପଢିବାକୁ ମନ ହଉନି କି? ଝିଅଟି ଉତ୍ତରରେ କହୁଛି ବିଲ୍କୁଲ୍ ମନ ହେଉନି। ଯେତେବେଳେ ତାକୁ ପଚରାଯାଉଛି ଯେ କ’ଣ କରିବାକୁ ମନ ହେଉଛି? ସେ କହୁଛି ଖାଲି ଖାଇବାକୁ ମନ ହେଉଛି।
ହଳଦିଆ ଦାନ୍ତ ଚେହେରାର ସୌନ୍ଦର୍ଯ୍ୟକୁ ଖରାପ କରିଥାଏ। ଏହି କାରଣରୁ କାଭିଟିଜ୍ ମଧ୍ୟ ହେବା ଆରମ୍ଭ ହୁଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ଆପଣ ଯଦି ଏହି ସମସ୍ୟାରେ ପୀଡ଼ିତ ଆଉ ହଳଦିଆ ଦାନ୍ତରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଲେମ୍ବୁ ବ୍ୟବହାର କରିପାରିବେ। କିପରି ଜାଣନ୍ତୁ।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ।
ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।
ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍ରେ ରାଟ୍ ହୋଲ୍ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍ ହୋଲ୍ ମାଇନର୍ସ ।
୨୦୨୩ ଦିନିକିଆ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି - ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ପ୍ରଦର୍ଶନ କରିଥିବା ବିରାଟ ଓ ରୋହିତ ଆଗକୁ ଆଉ କେତେ ଦିନ ଖେଳିବେ?
ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ଫସି ଯାଇଥିଲେ ୪୧ ଜଣ ଶ୍ରମିକ।
ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଛନ୍ତି ଶ୍ରମିକ । ସଫଳ ହୋଇଛି ରେସ୍କ୍ୟୁ ଅପରେସନ୍ ।
ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ ।
ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ ।
ବସ୍ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ ।
ଟନେଲ୍ ଭିତରୁ ଶ୍ରମିକକୁ କରାଯାଉଛି ଉଦ୍ଧାର । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ ।
ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
କଟକ ଇନ୍ କଟକରେ ଗ୍ରାମ୍ୟ ପରିବେଶ । ଛୋଟ ପିଲାଙ୍କୁ ଦେଉଛି ନିଆରା ଅନୁଭୂତି ।
ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।
ପୋଲିସକୁ ଖୋଲା ଚ୍ୟାଲେଂଜ କରି ଦିନଦ୍ୱିପହରେ ଜନ ବହୁଳ ସ୍ଥାନରେ ଥିବା ଘରୁ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।
ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ୨୦୨୪ ମାର୍ଚ୍ଚ ପୂର୍ବରୁ ସରକାର ଆଣିବେ ନୂଆ ସିନେମା ପଲିସି ।
ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।
ଧୋନୀ ଭାରତୀୟ କ୍ରିକେଟର ହୋଇଥିଲେ ମଧ୍ୟ ସାରା ବିଶ୍ୱରେ ତାଙ୍କର ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି । ତାଙ୍କ ଫ୍ୟାନ୍ ମାନେ ସବୁ ଯାଗାରେ ଥାନ୍ତି ।