Advertisment

୧୭ ଦିନ ପରେ ଟନେଲ ଭିତରୁ ଉଦ୍ଧାର ପାଇଲେ ୫ ଓଡ଼ିଆ ଶ୍ରମିକ

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
5 Odia Worker Rescued

5 Odia Worker Rescued

୧୭ ଦିନ, ୪ଶହ ଘଣ୍ଟାରୁ ଅଧକ ସମୟର ମହାଅପରେସନ୍ ପରେ ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୪୧ ଜଣ ଶ୍ରମିକ। ସନ୍ଧ୍ୟା ୭ଟା ୫ରେ ସେମାନଙ୍କ ପାଖରେ ରେସ୍କ୍ୟୁ ପାଇପ୍ ପହଞ୍ଚିବା ପରେ, ଜଣେ ପରେ ଜଣେ ଶ୍ରମିକ ତା ଭିତର ଦେଇ ବାହାରକୁ ବାହାରିଥିଲେ। ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ। ଏହାପରେ ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା।  

Advertisment

୪୧ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ମଧ୍ୟ ଟନେଲରୁ ଉଦ୍ଧାର ହୋଇଛନ୍ତି । ବାହାରିବା ନେଇ ୫ ଶ୍ରମିକଙ୍କ ଘରକୁ ଆସିଲା ଖବର । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ ।

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ । ଏବେ ସୁଦ୍ଧା ଶ୍ରମିକ ଉଦ୍ଧାର । ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ବାହାରକୁ ଅରାଯାଇଥିଲା । ତାପରେ ପୁଣି ୪ ଜଣ ଉଦ୍ଧାର କରାଗଲା । ଏହିଭଳି ଭାବେ ଜଣକ ପରେ ଜଣେ, ସମସ୍ତ ୪୧ ଜଣଙ୍କୁ କରାଯାଇଛି ଉଦ୍ଧାର । ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଲେ ଶ୍ରମିକ । ସଫଳ ହେଲା ରେସ୍କ୍ୟୁ ଅପରେସନ୍‌ । 

Advertisment

ଅଭୁଲା ଏ ମୁହୂର୍ତ୍ତ... ସବୁଠାରୁ ଖୁସିର ଦିନ... ସମସ୍ତଙ୍କ ମୁହଁରେ ଆତ୍ମତୃପ୍ତିର ହସ । ଅନ୍ଧାରୀ ସୁଡ଼ଙ୍ଗ ଭିତରୁ ସଂଘର୍ଷ କରି ଜିତିଲା ଜୀବନ । ସ୍ଥାନୀୟ ଲୋକଙ୍କ ସମେତ ସମଗ୍ର ଦେଶବାସୀଙ୍କ ଡାକ ଶୁଣିଲେ ଭଗବାନ୍ । ମୃତ୍ୟୁକୁ ହରାଇବାର ଜିଦ୍‌ ଆଜି ଉଭୟ ଶ୍ରମିକ ଓ ରେସ୍କ୍ୟୁ ଟିମ୍‌ଙ୍କ ପାଇଁ ସଫଳତା ଆଣିଦେଇଛି ।

ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ । 

ସୂଚନାଯୋଗ୍ୟ ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଉଦ୍ୟମ।

Advertisment
Advertisment