Advertisment

Actor Uttam Mohanty: ଏୟାରଲିଫ୍ଟ ହେଲେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ଏହି ରୋଗରେ ଅଛନ୍ତି ପୀଡିତ

ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l

author-image
Deviprasad Jena
Actor Uttam Mohanty Air Lifted

Actor Uttam Mohnaty Air Lifted From Bhubaneswar

ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଛି l ସେଠାରୁ ତାଙ୍କୁ ଦିଲ୍ଲୀ ନିଆଯିବ l ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଗୁରୁଗାଓଁର ଏକ ହସ୍ପିଟାଲକୁ ନିଆଯିବ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା । ସେ ଫିଲ୍ମ ସୁଟିଂ ପାଇଁ ଯାଇଥିବା ବେଳେ ଗୁରୁତର ହୋଇଥିଲେ । ଏହି ଖବର ଶୁଣି ସମସ୍ତ ସିନେ ପ୍ରେମୀ ଦୁଃଖ ପ୍ରକାଶ କରିଥିଲେ ।

Advertisment

ଅପରପକ୍ଷରେ ପୁଅ ବାବୁ ସାନ କହିଛନ୍ତି ଯେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ ରୋଗରେ ପୀଡିତ ଥିବା ନେଇ ସୂଚନା ମିଳିଛି । କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ '୩ ଦିନ ଧରି ଉତ୍ତମ ମହାନ୍ତି କିମ୍ସରେ ଆଡ଼ମିଶନ ହୋଇ ରହିଥିଲେ । ସେ ଲିଭର ସିରୋସିସ ରୋଗରେ ପୀଡିତ ହୋଇଛନ୍ତି ।' ଅଭିନେତା ରବି ମିଶ୍ର, ବବି ମିଶ୍ର,  ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ଗୁରୁଗାଓଁକୁ ଏୟାରଲିଫ୍ଟ ହେବେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ଏହି ରୋଗରେ ଅଛନ୍ତି ପୀଡିତ

Advertisment

ଉତ୍ତମ ମହାନ୍ତି ୧୯୭୭ ମସିହାରେ 'ଅଭିମାନ' ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଥିଲେ । ତିନିବର୍ଷ ପରେ ପୁଣି 'ପତିପତ୍ନୀ' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ଆଗକୁ ଆଗକୁ ମାଡି ଚାଲିଥିଲେ । ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ମହାନ୍ତି ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ତାଙ୍କ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ ଜଣେ ସୁପ୍ରସିଦ୍ଧ ଅଭିନେତ୍ରୀ ।

ଅଧିକ ପଢ଼ନ୍ତୁ: ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

Uttam Mohanty Bhubaneswar Ollywood Air Lifted
Advertisment
Advertisment