• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସହର ଭିତରେ ଗାଁ ପରିବେଶ । କେଉଁଠି କୁଡିଆ ଘର, କେଉଁଠି ପଘାରେ ବନ୍ଧା ହୋଇଛି ଝୁମୁରୀ ଗାଈ, ଆଉ କେଉଁଠି ଘୁଷୁରୀ ପଲ ତ ପୁଣି ଭଳିକି ଭଳି କୁକୁଡା ଚାଷ । ପୁଣି ରଙ୍ଗୀନ୍ ମାଛ ସହ ଛେଳି, ବତକ ବି ଅଛନ୍ତି । ଖାଲି ସେତିକି ନୁହଁ ଭାଗବତ ଟୁଙ୍ଗି, ଜଗନ୍ନାଥ ମନ୍ଦିର ଆଦି କେତେ କଣ ଗୋଟିଏ ସ୍ଥାନରେ ଦେଖିବାକୁ ପାଉଛନ୍ତି ଲୋକେ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ଚଳିତବର୍ଷ ‘କଟକ ଇନ୍ କଟକ’ ପାଭିଲିଅନରେ ମେଳା ବୁଲିବାକୁ ଆସିଥିବା ଲୋକମାନେ ଦେଖିବାକୁ ପାଉଛନ୍ତି ଗ୍ରାମୀଣ ଓଡିଶାର ଝଲକ । ଏଥିପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଭଳି ନିରୋଳା ଗାଁ ପରିବେଶକୁ ଦେଖି ପୁରୁଣା ଦିନରେ ହଜି ଯାଉଛନ୍ତି ଲୋକେ। ଆଉ ଛୋଟ ପିଲାଙ୍କ ପାଇଁ ଇୟେ ଆଣି ଦେଇଛି ଏକ ନିଆରା ଅନୁଭବ ।

ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ବେପାର ବଣିଜର ପସରା ସହ ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନରେ ମୁଖରିତ ହେଉଛି ବାଲିଯାତ୍ରା ପଡିଆ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା ଦେଖିବାକୁ ମିଳିଛି ।

  • Reported by:
  • Biswajit Acharya