5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ହୋଇପାରନ୍ତି ସାମିଲ... ଏନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା
ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍ ଦାମ୍ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା ।
ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଖଡମବେଡ଼ା ପଞ୍ଚାୟତ ହେନ୍ଦେଦା ଓ ବୁରୁଡି ଗାଁରେ ରହିଛି ଏଭଳି ଅବସ୍ଥା । ଗାଁରେ ୧୮ ଟି ପରିବାରର ୬ଶହରୁ ଅଧିକ ଲୋକ ବସବାସ କରନ୍ତି ।
ଧାର୍ମିକ ଭାବନା ଦୃଷ୍ଟିରୁ କାର୍ତ୍ତିକର ଶେଷ ପାଞ୍ଚ ଦିନ ଅତ୍ୟନ୍ତ ପବିତ୍ର। ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ ‘ବୋଇତ ବନ୍ଦାଣ’ ଦିବସ ଭାବରେ ପାଳନ କରାଯାଏ ଆଉ ସବୁ ଜଳାଶୟ ଡଙ୍ଗାରେ ପୂରିଉଠେ। କ’ଣ ରହିଛି ଏହାର ମହତ୍ତ୍ୱ ଆସନ୍ତୁ ଜାଣିବା।
ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ ।
ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।
ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।
ବିଶ୍ବକପ ପରାଜୟର ବଦଲା ନେଉଛି ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ ।
ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।
କଟକ ସହରର ବାଲିଯାତ୍ରାର ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ମନେ ପକାଇଦିଏ। ଆଉ ମନେ ପକାଇଦିଏ ସାଧବମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଆଦି ସ୍ଥାନକୁ ବେପାର କରି ଯିବାର କଥା। ତେବେ ଏହାକୁ ନେଇ ରହିଛି ବିଭିନ୍ନ ମତ। ଆସନ୍ତୁ ଜାଣିବା…
କାର୍ତ୍ତିକ ମାସରେ ଭୋର୍ରୁ ଉଠି ସ୍ନାନ କରିବାର ବିଧି ରହିଛି। ଏହାକୁ ଅନେକ ପବିତ୍ର ସ୍ନାନ ବୋଲି ବିବେଚନା କରନ୍ତି। କିନ୍ତୁ ପଛରେ ମଧ୍ୟ ରହିଛି ବୈଜ୍ଞାନିକ କାରଣ। ଏହି ସ୍ନାନ ଯୋଗୁଁ ଶରୀର ରୋଗମୁକ୍ତ ହୁଏ। କିପରି ଆସନ୍ତୁ ଜାଣିବା।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହର ସହ ପାଳନ କରାଯାଏ। ପ୍ରତି ନଦୀ ଆଉ ପୋଖରୀରେ ଓଡ଼ିଆମାନେ ଡଙ୍ଗା ଭସେଇ ‘ଆ କା ମା ବୈ’ର ଡାକ ଦେଇଛନ୍ତି। କ’ଣ ରହିଛି ଏହାର ଗୁରୁତ୍ୱ? ଏହିଦିନ କାହିଁକି ପ୍ରତି ଓଡ଼ିଆଙ୍କୁ ମୁହଁରୁ ଭାସିଆସେ ଏହି ଶବ୍ଦ?
ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ କେତେଜଣ ସଂପୃକ୍ତ ଯୁକ୍ତ ଦୁଇ ପଢ଼ୁଆ ଛାତ୍ରଙ୍କ ସାଙ୍ଗ ବୋଲି କୁହାଯାଉଛି।
ଇମ୍ଫା ଶିଳ୍ପଗୋଷ୍ଠୀର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱର ଇମ୍ଫା ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା BIPF ପରିଚାଳନାରେ ମାଗଣା ସ୍ୱାସ୍ଥ୍ୟ ସେବା ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଆଜି ରିଟେନ୍ ଲିଷ୍ଟ ପ୍ରକାଶ ପାଇବାର ପ୍ରାୟ ୨ ଘଣ୍ଟା ପରେ ସାମ୍ନାକୁ ଆସିଥିଲା ସବୁଠୁ ବଡ଼ ଖବର। ଯାହା ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ୍। ଯାହା କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ହୋଇଥିଲା। ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଦଳ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି।
କାଲିମେଳାର ଝିଅ, MV-75 ଗାଁର ଯୁବତୀ। ଯାହାଙ୍କ ନାଁ ମୋନିକା ସମାଦ୍ଦାର। ବୟସ ପ୍ରାୟ ୨୦ ବର୍ଷ। ମୋନିକା ହୁଏତ ବଣମଲ୍ଲୀ, କିନ୍ତୁ ଆଗକୁ ମହକିବେ ରୂପେଲି ପରଦାରେ।
କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଉତ୍ତରକାଶୀର ଟନେଲ ମଧ୍ୟରୁ ଶ୍ରମିକଙ୍କୁ ଉଦ୍ଧାର ଲାଗି ମାଷ୍ଟର ପ୍ଲାନ୍। ତିଆରି ହୋଇଛି ୬-୬ ଟି ରଣନୀତି। ପ୍ଲାନ-ଏ'ରେ ସୁଡଙ୍ଗର ସିଲକ୍ୟାରା ପଟୁ ଅଗର ମେସିନ ଭାଙ୍ଗିଯିବା ପରେ ଆଜି ପ୍ଲାନ-ବି ଅନୁସାରେ ଆରମ୍ଭ ହୋଇଛି ଭର୍ଟିକାଲ ଡ୍ରିଲିଂ।
ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି ।
‘ଆନିମଲ’ ଏବଂ ‘ସାମ୍ ବାହାଦୂର’ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ, ଯାହାର କ୍ରେଜ୍ ସୋସିଆଲ ମିଡିଆରେ ମଧ୍ୟ ଦେଖାଯାଉଛି। ଏବେ ଚାଲିଛି ଆଗୁଆ ବୁକିଂ। ଏ ମାମଲାରେ ‘ସାମ୍ ବାହାଦୂର’କୁ ବହୁ ପଛରେ ପକେଇଛି ‘ଆନିମଲ’।
ଆଜି ଖେଳାଳି ରିଟେନ୍ସନ୍ ଲିଷ୍ଟ ଆସିବା ପରେ ଚିତ୍ର ପୂରା ସ୍ପଷ୍ଟ ହୋଇଯାଇଛି। ଅନ୍ୟ କେଉଁ ଦଳକୁ ନୁହେଁ ବରଂ ଗୁଜରାଟ ଟାଇଟନ୍ସ ପାଇଁ ହିଁ ଆଇପିଏଲରେ ହାର୍ଦ୍ଦିକ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।
‘ପୁଷ୍ପା’ର ସିକ୍ୱେଲ ପାଇଁ ଅଲୁ ଅର୍ଜୁନ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି। କିନ୍ତୁ ଅଭିନେତା ଫିଲ୍ମର ରୋଜଗାରର ଲାଭରେ ଅଂଶୀଦାର ହେବାକୁ ଦାବି କରିଛନ୍ତି। ଏହି ଫିଲ୍ମ ପାଇଁ ସେ କେତେ ପ୍ରତିଶତ ଲାଭାଂଶ ଦାବି କରିଛନ୍ତି ଜାଣନ୍ତୁ।
ନିର୍ଦ୍ଧାରିତ ସମୟର ୨୦ ମିନିଟ୍ ର୍ପୂବରୁ ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।