/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701177213.jpg)
Pratha Producer Sanlisha
ଆନ୍ଦୋଳନରୁ ଓହରିଲେ ପ୍ରଥା ଚଳଚିତ୍ରର ପ୍ରଯୋଜିକା ସନଲିଶା ପଟେଲଙ୍କ ସହ ଆନ୍ଦୋଳନରତ ଅଭିନେତା ଅଭିନେତ୍ରୀ । ଓଡ଼ିଆ ସିନେମା ବଞ୍ଚାଅ ନାରା ସହ ବିଭିନ୍ନ ଦାବି ନେଇ ଏମାନେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣା ଦେଇଥିଲେ । ଆଜି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ।
୨୦୨୪ ମାର୍ଚ୍ଚ ପୂର୍ବରୁ ରାଜ୍ୟ ସରକାର ଆଣିବେ ନୂଆ ସିନେମା ପଲିସି । ୨୦୧୯ ପଲିସିର ହେବ ସରଳୀକରଣ । ଓଡିଆ ଭାଷାରେ ସିନେମା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ। ଯେଉଁମାନେ ଭଲ କାହାଣୀର ଓଡିଆ ସିନେମା ପ୍ରସ୍ତୁତ କରିବେ ପ୍ରଯୋଜକମାନଙ୍କୁ ସବସିଡି ମଧ୍ୟ ଯୋଗାଇ ଦିଆଯିବ ।
ସେହିପରି ଗ୍ରାମାଞ୍ଚଳରେ ସିଙ୍ଗଲ୍ ମଲ୍ଟିପ୍ଲେକ୍ସ ନିର୍ମାଣ କରିବାକୁ ଦିଆଯିବ ଗୁରୁତ୍ୱ । ଗାଁ ଗାଁରେ ମିଶନ୍ ଶକ୍ତି ମାଧ୍ୟମରେ ସିନେମାର ପ୍ରଚାର ପ୍ରସାର କରାଯିବା ନେଇ ପ୍ରସ୍ତାବ ରହିଛି । ବିଗତ ତିନିରୁ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ପଖାପାଖି ୪୦ରୁ ଅଧିକ ସିନେମା ହଲ୍ ବନ୍ଦ ହୋଇସାରିଥିବା ବେଳେ ସେଗୁଡିକୁ ପୁନରୁଦ୍ଧାର କରାଯିବ । ଯେଉଁମାନେ ନୂଆ ସିନେମା ହଲ୍ ନିର୍ମାଣ କରିବେ ସେମାନଙ୍କ ପାଇଁ ସବସିଡି ଦେବେ ସରକାର ।
ଏହି ବୈଠକରେ ଓଏଫଡିସିର ଚେୟାରମ୍ୟାନ୍ କୁନା ତ୍ରିପାଠୀ, ପ୍ରୟୋଜକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତ୍ରୀ ମହାଶ୍ୱତା ରାୟ, ପ୍ରଯୋଜକ ତାପସ ସରଘରିଆ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ପ୍ରଯୋଜିକା ସନଲିସା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)