ମୋଦି କ୍ୟାବିନେଟ୍ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ପ୍ରଧାନମନ୍ତ୍ରୀ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ସୂଚନା ଅନୁସାରେ, ତାଙ୍କ ପାଖରେ ୩୭୯ କୋଟି ଟଙ୍କା ରହିଛି। କଂଗ୍ରେସ ଶାସନ ସମୟରେ ବି ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ।
ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ମୋଦି କ୍ୟାବିନେଟ୍ରେ ମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କେବଳ ସେ କ୍ୟାବିନେଟ୍ ମନ୍ତ୍ରୀ ନୁହେଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ Micro, Small and Medium Enterprises ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ପାଇଛନ୍ତି
ଆଇଟି ନିୟମ ନମାନିବା ଯୋଗୁଁ ସୋସିଆଲ୍ ମିଡିଆ ସାଇଟ୍ ଟୁଇଟର ପାଇଁ ବଢୁଛି ଅସୁବିଧା। ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଟୁଇଟର ଆଇଟି ନିୟମର ଉଲ୍ଲଙ୍ଘନ କରେ ତେବେ କେନ୍ଦ୍ର ସରକାର ଟୁଇଟର ବିରୋଧରେ କୌଣସି ବି ପଦକ୍ଷେପ ନେଇପାରନ୍ତି ।
ନୂଆମନ୍ତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ। କେମିତି କାମ କରିବେ, କେତେବେଳେ କାର୍ଯ୍ୟାଳୟକୁ ଆସିବେ, ମିଡିଆ ସହ ସମ୍ପର୍କ କିପରି ରଖିବେ ସେ ନେଇ ଦେଲେ ଗୁରୁମନ୍ତ୍ର।
ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ସେ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଛନ୍ତି।
ସେହିପରି ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ପିଏମ୍ଓରେ ଉପସଚିବ ଏବଂ ପରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହି ବିଜେପି ଟପ୍ ବ୍ରିଗେଡଙ୍କ ଦୃଷ୍ଟିକୁ ଆସିଥିଲେ। ପ୍ରଶାସନିକ ସେବାରୁ ଅବ୍ୟାବହତି ପରେ ସେ ଜି.ଇ. ଟ୍ରାନ୍ପୋର୍ଟସେନରେ ଏମଡ଼ି ଓ ସିମେନ୍ସର ଭାଇସ୍ ପ୍ରେସିଡେଣ୍ଟ ଭାରେ କାର୍ଯ୍ୟ କରିଥିଲେ। ୨୦୧୨ରେ ଗୁଜରାଟରେ ୨ଟି ଯାନବାହାନ ଯନ୍ତ୍ରାଂଶ ଉତ୍ପାଦନ କଂପାନୀ ଖୋଲିଥିଲେ
ଶିଳ୍ପ ବିକାଶକୁ ତ୍ୱରାନ୍ୱିତ ଲାଗି ଏହି କ୍ଷେତ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂକଟମୁକ୍ତ କରିବା ପାଇଁ ରାଣେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ତେଣେ ନିଜ ବାପା ମାଧବରାଓ ସିନ୍ଧିଆଙ୍କ ଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ବୈଠକ ପରେ ପ୍ରେସମିଟ୍ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟମାନଙ୍କ ପାଇଁ ୨୩ ହଜାର ୧୨୩ କୋଟି ଟଙ୍କାର ଜରୁରୀକାଳୀନ କୋଭିଡ଼ ପାଣ୍ଠି ମଂଜୁର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ପଦବୀ ଛାଡ଼ିବା ପରେ ଦାୟିତ୍ୱ ସମ୍ଭାଳିଛନ୍ତି ହରଦୀପ ସିଂହ ପୁରୀ। ନୂଆ ପେଟ୍ରୋଲିୟମ ମନ୍ତ୍ରୀ ଆସୁ ଆସୁ ପୁଣି ବଢିଲା ତୈଳ ଦର।
କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ମଣିଷ ଯେତେବେଳେ ଅସୁବିଧାରେ ଥାଏ ସେତେବେଳେ ତାର ଅଭିନବ ଉପାୟ ବାହାର କରେ ।
ମୋଦିଙ୍କ ଟିମ୍ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।
ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବେପରୁଆ ହୋଇଯାଇଛନ୍ତି ଜନସାଧାରଣ । ଅନେକ ରାଜ୍ୟରେ କରୋନା କଟକଣା ହଟାଇବା ଯୋଗୁଁ ଲୋକଙ୍କ ଭିଡି ଜମୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ଯାଉଛନ୍ତି । ଉତ୍ତରାଖଣ୍ଡର ମସୁରୀ-ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରେ ଏବେ ଲୋକଙ୍କ ଭିଡି ଜମୁଛି ।
ମୋଦୀ ମନ୍ତ୍ରିମଣ୍ଡଳୀରେ ଏବେ ଅନେକ ନୂଆ ମୁହଁ। ଏହି ନୂଆ ମୁହଁ ମଧ୍ୟରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି।
ଜାମ୍ମୁ-କାଶ୍ମୀରର ପୁଲଓ୍ୱାମା ପୁଚାଲ ଅଞ୍ଚଳରେ ହୋଇଛି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସିମ୍ଲାରେ ଭୋର ୩ଟା ୪୦ରେ ତାଙ୍କର ଦେହାନ୍ତ ହୋଇଛି।
ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦିଙ୍କ ନୂଆ ଟିମରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ଦୁଇ ଜଣ ସାଂସଦ। ରାଜ୍ୟସଭା ସାଂସଦ ଅଶ୍ୱିନୀ କୁମାର ବୈଷ୍ଣବ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ମନ୍ତ୍ରୀ। ଉଭୟେ ପ୍ରଥମ ଥର ସାଂସଦ ସାଙ୍ଗକୁ ମିନିଷ୍ଟର ହେବାର ସୁଯୋଗ ପାଇଛନ୍ତି। ତେବେ ମୋଦିଙ୍କ ମିନିଷ୍ଟ୍ରିରୁ ବାଦ୍ ପଡ଼ିଛନ୍ତି ବାଲେଶ୍ୱର ସାଂସଦ ତଥା ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ଡଃ ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂ ପୁରୀ, ମନସୁଖ୍ ମାଣ୍ଡଭୀୟ, ଭୂପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଶନ ରେଡ୍ଡୀ ଓ ଅନୁରାଗ ଠାକୁର ସାମିଲ ହୋଇଛନ୍ତି ।
ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି
ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣର ପୂର୍ବରୁ କେନ୍ଦ୍ର ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି ରାଷ୍ଟ୍ରପତି ଭବନ ମୁଖପାତ୍ର କହିଛନ୍ତି ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆସିଛି ମନ୍ତ୍ରୀ ତାଲିକା । ୪୩ ମନ୍ତ୍ରୀ ଆଉ କିଛି ସମୟ ପରେ ନେବେ ଶପଥ । ଏହି ତାଲିକାରେ ନାରାୟଣ ରାଣେ, ସର୍ବାନନ୍ଦ ସୋନଓ୍ୱାଲ, ଡର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆର. ପି. ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ, କିରନ ରିଜିଜୁ, ରାଜକୁମାର ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡବ୍ୟ, ଭୁପେନ୍ଦ୍ର ଯାଦବ, ପରଷୋତ୍ତମ ରୁପାଲା, ଜି. କିଷାନ ରେଡ୍ଡି, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂ ବର୍ମା ଓ ଦର୍ଶନା ବିକ୍ରମ ଜରଦୋଷଙ୍କ ସିଂହଙ୍କ ନାମ ରହିଛି ।
କ୍ୟାବିନେଟ ମନ୍ତ୍ରୀ ହେବେ ବୈଷ୍ଣବ ! କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ। ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାସହ ସାମ୍ନାକୁ ଆସିଲା ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା। ତାଲିକାର ୬ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ
ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
କେନ୍ଦ୍ର ମନ୍ତିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା । ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ ।