Advertisment

ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ସେ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Ashwini Vaishnav

ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ୍‌ରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତକାଲି ସେ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେବା ପରେ ସର୍ବ ପ୍ରଥମେ ନିଜ ଷ୍ଟାଫଙ୍କ ଅଫିସରେ କାର୍ଯ୍ୟ କରିବାର ସମୟରେ ପରିବର୍ତ୍ତନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରେଳ ମନ୍ତ୍ରୀଙ୍କ ଷ୍ଟାଫ୍‌ ଏବେ ଦୁଇଟି ଶିଫ୍ଟରେ କାର୍ଯ୍ୟ କରିବେ। ପ୍ରଥମ ଶିଫ୍ଟରେ ଆସୁଥିବା ଅଧିକାରୀ ଓ କର୍ମଚାରୀମାନେ ସକାଳ ୭ଟାରୁ ୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେହିପରି ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହେବ। ଏହି ନିୟମ କେବଳ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଲାଗୁ ହେବ। 

Advertisment

ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ରେଲୱେ ଏଡିଜିଙ୍କ ପକ୍ଷରୁ ନୋଟିସ ଦିଆଯାଇଛି। ତେବେ ଚୁକ୍ତି ଭିତ୍ତିକ କର୍ମଚାରୀ ଓ ଅନ୍ୟ ରେଲୱେ ଷ୍ଟାଫ୍‌ଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ।  ଗତକାଲି ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଅଶ୍ୱିନୀ ବୈଷ୍ଣବ। ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି। ଗରିବ ଲୋକମାନେ ଯେପରି ରେଳ ମନ୍ତ୍ରାଳୟରୁ ସୁଫଳ ପାଇପାରିବେ  ସେ ନେଇ ଧ୍ୟାନ ଦେବେ ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।

ରେଲୱେ ଓ ଆଇଟି ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ବ୍ୟୁରୋକ୍ରାଟ୍‌ ଓ ଟେକ୍ନୋକ୍ରାଟ୍‌ରୁ ରାଜନୀତିକୁ ଆସିବାର ଖୁବ୍‌ କମ୍‌ ଦିନ ମଧ୍ୟରେ ଟିମ୍ ମୋଦିରେ ଗୁରୁତ୍ୱ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁଇ ବର୍ଷ ତଳେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେବା ଯେଭଳି ଅପ୍ରତ୍ୟାଶିତ ଥିଲା, ମୋଦି କ୍ୟାବିନେଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବା ସେଇଭଳି ସମସ୍ତଙ୍କୁ ଚକିତ କରିଛି।  ରେଲେଓ୍ୱ ସହ ଅଶ୍ୱିନୀଙ୍କୁ ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ମିଳିଛି। ଆଇଏସ୍ ଅଧିକାରୀରୁ କର୍ପୋରେଟ୍ ଆଉ କର୍ପୋରେଟ୍ ଦୁନିଆରୁ ରାଜନୀତିରେ ପାଦ ଥାପିବାର ଖୁବ୍‌ କମ୍ ଦିନ ମଧ୍ୟରେ ଦେଶର ରେଳ ମନ୍ତ୍ରୀ। 

Advertisment
Railway Ministry Ashwini Vaishnaw New Railway Minister
Advertisment
Advertisment