ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା। ତାଙ୍କ ନାମ ଉନ୍ମୁକ୍ତ ପାଢୀ। ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି। ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ। ତାଙ୍କୁ ଅପହରଣ ପରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। […]
ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, ଓଟିଭିର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ କ୍ଷାନ୍ତ ରଖିବ। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ସସପେଣ୍ଡ […]
ସୁନ୍ଦରଗଡ଼: ଆଉ କେଇ ଦିନ ପରେ ବାଜିଥାଆନ୍ତା ସାହାନାଇ। ବଧୂ ବେଶରେ ଯାଇଥାଆନ୍ତେ ଶାଶୁ ଘରକୁ। ଏଥିପାଇଁ ହୋଇଥିଲା ନିର୍ବନ୍ଧ। ସାତ ଜନମର ଜୀବନ ସାଥୀ ହେବାକୁ ଧକ୍କାବାଜ ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି। ଭାବି ସ୍ୱାମୀଙ୍କ ସରଳ କଥାରେ ବିଶ୍ୱାସ କରି ବିବାହ ପୂର୍ବରୁ ନିଜର ସର୍ବସ୍ୱ ଉଜାଡ଼ି ଦେଇଥିଲେ ଯୁବତୀ। ଏହାର ସୁଯୋଗ ନେଇ ଯୁବକ ଜଣକ ଭାବି ପତ୍ନୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ହେଲେ ହଠାତ୍ ଘୋଟିଆସିଲା କଳା ବଦଲ। ଚରିତ୍ରକୁ ସନ୍ଦେହ […]
କେରଳ : କେରଳ ୱେୟନାଡ୍ ଆସନରୁ ନାମାଙ୍କନ ଭରିବାକୁ ସେଠାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ଏଥିପାଇଁ କଂଗ୍ରେସ ଆୟୋଜନ କରିଛି ବିରାଟ ଶୋଭାଯାତ୍ରା। ଏଥର ୨ଟି ଆସନରୁ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶର ନିଜର ପାରମ୍ପରିକ ଆସନ ଆମେଥି ସହ କେରଳର ୱେୟନାଡ୍ ଆସନରୁ ପ୍ରାର୍ଥୀ ହେବେ ରାହୁଲ। ଆମେଥି ସହ କେରଳର ୱେୟନାଡ୍ ଆସନ ରାହୁଲଙ୍କ ପାଇଁ ସୁରକ୍ଷିତ ବୋଲି ଦଳ ବିଚାର କରୁଛି। ଦକ୍ଷିଣ ଭାରତରେ କଂଗ୍ରେସର ଭୋଟବ୍ୟାଙ୍କ ବଢାଇବା […]
ଭୁବନେଶ୍ୱର: ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି। ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଡକାୟତି ହୋଇଥିଲା। ଯାତ୍ରୀମାନେ ବିଭିନ୍ନ […]
ଭୁବନେଶ୍ୱର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ। ରାଜଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ। ବିହାର ରାଜ୍ୟପାଳ ଥିବା ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଆଜି ଅପରାହ୍ନରେ ସତ୍ୟପାଲ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ କରିଥିଲେ। ଏୟାରପୋର୍ଟରୁ ସିଧା ରାଜଭବନ ଯାଇଥିଲେ ସତ୍ୟପାଲ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। […]
ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ। ଆସନ୍ତା ମେ ୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ନବନିର୍ମାଣ କୃଷକ ସଂଗଠନ। ୪ ବିଜେଡି ବିଧାୟକଙ୍କ ସହ ଆଲୋଚନା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ବିଜେଡିର ୪ ବିଧାୟକ ସମୀର ଦାଶ, ଦିବ୍ୟରଂଜନ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ରବି ମହାପାତ୍ର ଯାଇ ଚାଷୀଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୧୦ ଦିନ ଧରି ପିଏମଜିରେ […]
ଜଗତସିଂହପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ଗତ ରାତିରେ ଶୌଚ ପାଇଁ ଯାଇଥିଲେ ନାବାଳିକା ଜଣକ। ଏହି ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଟେକି ନେଇଥିବା ସନ୍ଦେହ କରାଯାଉଛି। ତା ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ […]
କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା […]
କଟକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପିଟି ପିଟି ମାରି ଦେଇଥିବା ହୋଇଛି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ବାଆଁର ରାମଚଣ୍ଡୀ ଗାଁରେ। ମୃତକ ହେଲେ ଗଜେନ୍ଦ୍ର ସାହୁ। ତାଙ୍କ ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ […]
ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା […]
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି। ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଅଟୋନମି କ୍ଷମତା। ୟୁନିଭରସିଟି ଗ୍ରାଣ୍ଟସ କମିଶନ UGC ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ UGC ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି […]
ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର କରିଛନ୍ତି। ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ୨୫ ଦିନ ହେଲା ଯେଉଁ ଦୁଃଖଦ ଖବର ପରିବାର ଲୋକେ ଲୁଚାଇ ରଖିଥିଲେ, ଏକ ପୁରୁଣା ଖବର କାଗଜ […]
ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।