ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି। ମୃତ ଶ୍ରମିକ ଜଣଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨ […]
ୱାଶିଂଟନ୍: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା। ସିରିୟା ରାଜଧାନୀ ଡାମାସ୍କସ୍ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍କସ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା। ସିରିୟା ଉପରେ ଆମେରିକାର ଏହି ଆକ୍ରମଣରେ ବ୍ରିଟେନ […]
କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଘରୁ ବାହାରକୁ ଦୌଡ଼ି ପଳାଉଥିବାବେଳେ ତାଙ୍କର ୨ ବର୍ଷର ଝିଅ ହାବୁଡ଼ରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ […]
ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ। ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍ଆଇ। […]
ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍୧୪ ଏପ୍ରିଲ୍ ୨୦୧୮ରୁ ୧୫ ମେ ୨୦୧୮ ପର୍ଯ୍ୟନ୍ତ ଶୁଦ୍ଧକାଳ। ୧୬ ମେ ୨୦୧୮ରୁ ୧୩ ଜୁନ୍୨୦୧୮ ମଳ ମାସ ହେତୁ ଅଶୁଦ୍ଧ କାଳ ଓ ଶୁଭକାର୍ଯ୍ୟ ବର୍ଜନୀୟ। ଅଶୁଦ୍ଧକାଳ ସମୟରେ ସମସ୍ତ ଶୁଭକାର୍ଯ୍ୟ ଯଥା […]
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ। ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପ ପରେ ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ। ସେଠାରୁ ଚକ୍ରତୀର୍ଥ ଦରିଆ ମହାବୀର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର ବିଧିବିଧାନ ରହିଛି। ସେହିପରି ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ […]
ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ। ଏହି ଘଟଣାରେ ପୋଲିସ ତିନି ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଥିବା ପୋଲିସ କହିଛି। ମୋବାଇଲ ଆପ୍ ଜରିଆରେ ଏହି ବେଟିଂ ଚାଲିଥିବା ସୂଚନା ପାଇ ପୋଲିସ ଗତକାଲି ଗେଟ୍ ବଜାର ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଟଙ୍କା କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ […]
ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍ଜିରେ ଧାରଣା। ଇନ୍ଷ୍ଟିଚ୍ୟୁଟ୍ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ୫୨ ଜଣ ଏସିଡ୍ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ […]
ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଆମକୁ ନଜଣାଇ ଛତିଶଗଡ଼ ଏକତରଫା ବନ୍ଧ ନିର୍ମାଣ କରୁଛି। ଛତିଶଗଡ଼ ଆଉ କୌଣସି ବନ୍ଧ ନିର୍ମାଣ କରିପାରିବ ନାହିଁ ବୋଲି ଗତବର୍ଷ […]
ଭୁବନେଶ୍ୱର: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ କୁନୁ ଦେହୁରୀ। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସମ୍ବଲପୁର ଯୁଯୁମରାର କୁନୁ ୨୦୦୨ରୁ ମାଓ ସଂଗଠନରେ ସାମିଲ୍ ଥିଲା। କୁନୁ ନାଁରେ ୫୧ଟି ମାମଲା ରହିଛି। ସେ ୫ଟି ଜିଲ୍ଲାରେ ସକ୍ରିୟ ଥିବା ଡିଜି କହିଛନ୍ତି। କୁନୁ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।
ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍ନାଲ୍ ସେସନ୍ସ ଜଜ୍ କୋର୍ଟ ଏହି ରାୟ ଦେଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ପରିବାରର ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ […]
ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁବାସ ଖୁଣ୍ଟିଆକୁ ଆଳତୁମା କଇଁବିଲ ନିକଟରୁ ଗିରଫ କରିଛି। ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି। ସେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ସହଯୋଗୀ ଭାବେ କାମ କରୁଥିଲା। ପୋଲିସ ସୁବାସ ନିକଟରୁ ମୋବାଇଲ ଫୋନ ଜବତ କରିଛି। ପୂର୍ବରୁ ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ପୋଲିସ […]
ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁନଥିଲେ ସ୍ୱାମୀ। ଜୀବନ ଫେରାଇବାକୁ ତନ୍ତ୍ର କରୁଥିଲେ […]