• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cbse
ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ

ନୂଆଦିଲ୍ଲୀ: ଇଂରାଜୀ ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ଗ୍ରେସ୍ ମାର୍କ ଦେବ ସିବିଏସ୍ଇ। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ୨ ମାର୍କ ଲେଖାଏଁ ଗ୍ରେସ୍ ମାର୍କ ଦିଆଯିବ ବୋଲି ସିବିଏସ୍ଇ କାର୍ଯ୍ୟାୟଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ରରେ ଟାଇପିଂରେ ତ୍ରୁଟି ପାଇଁ ସାରା ଦେଶରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ସିବିଏସ୍ଇ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ଏହାର ବିଚାର କରାଯିବ ବୋଲି କହିଥିଲେ। ତେବେ ଆଜି […]

  • Saturday, 17 July 2021
olive ridley
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡା ଦାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ପୁଣି ଥରେ ସମୂହ ଅଣ୍ଡା ଦାନ। ଗତ ୨ଦିନ ହେଲା ପ୍ରାୟ ୧୦ହଜାର କଇଁଛ ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବାବେଳେ ଏହା ବନ ବିଭାଗର ଚିନ୍ତା ବଢାଇ ଦେଇଛି। ଅଣ୍ଡାରୁ ଛୁଆ ଫୁଟି ସମୁଦ୍ରକୁ ଯିବା ସମୟରେ ପୁଣି ଥରେ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅଲିଭ ରିଡଲେ। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ। ସୂଚନା ଅନୁସାରେ ଗତ ଦୁଇ […]

Air force's largest-ever exercise
ବାୟୁସେନାର ସର୍ବବୃହତ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳା ଆସାମ ଓ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ। ଆସାମର ଛାବୁଆ ଏୟାରବେସ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଏହି ସର୍ବବୃହତ ଅଭ୍ୟାସ ବେଳେ ତିନିଶହରୁ ଅଧିକ ଅଫିସରଙ୍କ ସହ ୧୫ହଜାରରୁ ଅଧିକ ବାୟୁସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ନୌସେନା ଓ ସ୍ଥଳସେନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମରାଭ୍ୟାସର ନାଁ ରଖାଯାଇଛି ଗଗନଶକ୍ତି। ଏଥିରେ […]

jagannath temple
୪ଦିନ ନୀତି ବିଭ୍ରାଟର ପରିସମାପ୍ତି; ବାହାରିବ ମହାପ୍ରଭୁଙ୍କ ଅବଢା

ପୁରୀ: ଆଜି ବାହାରିବ ମହାପ୍ରଭୁଙ୍କ ଅବଢା। ଗତ ଚାରି ଦିନ ଧରି ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହୋଇଛି। ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍‌ଠାକ୍‌ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ […]

heat wave
ବଢୁଛି ଗ୍ରୀଷ୍ମ ତାତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଗ୍ରୀଷ୍ମ ତାତି। ଆଗକୁ ଆହୁରି ୩ରୁ ୪ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।  ଏହାସହ ଅପରାହ୍ନ ୪ଟାରୁ ରାତି ୯ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା କରିଛି ପାଣିପାଗ ବିଭାଗ। ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ରହିଥିଲା ୪୦ଡିଗ୍ରୀ ଉପରେ। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ଟିଟିଲାଗଡରେ ୪୨.୫ ଡିଗ୍ରୀ ରହିଥିଲା। ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା […]

teacher 1
ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ବୟାର ସାହି ପ୍ରାଥମିକ ବିଦ୍ୟାଳୟରେ ତାଲା। ସ୍କୁଲରେ ଠିକ୍ ସମୟରେ ପାଠପଢା ନ ହେବା, ବହୁ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରି ଗାଁ ଲୋକେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ପ୍ରଧାନଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

keunjar
ଥାନା ଅଧିକାରୀଙ୍କ ନାଁରେ ଅଭିଯୋଗ

କେନ୍ଦୁଝର : ଥାନାକୁ ଆସିଥିବା ବେଳେ ଅଭିଯୋଗକାରୀଙ୍କୁ ପୋଲିସ ମାଡ ମାରିଥିବା ନେଇ ଅଭିଯୋଗ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନାରେ। ଅଭିଯୋଗ ଅନୁଯାୟୀ, ବକ୍ସି ବାରିଗାଁର ଶରତ ଚନ୍ଦ୍ର ମଲ୍ଲିକ ଗତ ୧୨ ତାରିଖରେ ଜଙ୍ଘିରା ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ। ହେଲେ ତାଙ୍କ ବାଇକ୍‌ ଡିକିରୁ କେହି ଟଙ୍କା ଚୋରି କରି ନେଇଥିଲା। ଏନେଇ ପଣ୍ଡାପଡା ଥାନାକୁ ସେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ବଦଳରେ ଥାନା […]

  • Saturday, 17 July 2021
teACHER
ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ। ଆଜି ସରକାର ଓ ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ଆନ୍ଦୋଳନରୁ ହଟିବା ସହ ଯୁକ୍ତ ଦୁଇ ଖାତାଦେଖା ପ୍ରକ୍ରିୟାରେ ସାମିଲ ହେବାକୁ ସଂଘର ଆବାହାକ ପବିତ୍ର ମାହାଲା ଘୋଷଣା କରିଛନ୍ତି। ବିବାଦର ସମାଧାନ ପାଇଁ ଆଜି ବସିଥିବା ବୈଠକରେ ସରକାର ଓ ଶିକ୍ଷକ/ଅଧ୍ୟାପକ ସଂଘ ମଧ୍ୟରେ ବିସ୍ତୁତ ଆଲୋଚନା ହୋଇଥିଲା। ସଂଘ ପକ୍ଷରୁ ୩ଟି ଦାବି ରଖାଯାଇଥିବା […]

pathankot
ପଠାନ୍‌କୋଟ୍‌ରେ ସନ୍ଦିଗ୍ଧ ଆତଙ୍କବାଦୀ !

ଚଣ୍ଡୀଗଡ଼: ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆତ୍ମଗୋପନ ନେଇ ସୂଚନା ମିଳିବା ପରେ ପଞ୍ଜାବ ସୀମାରେ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ପଠାନ୍‌କୋଟ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପଠାନ୍‌କୋଟ୍‌ ITI ବିଲଡିଙ୍ଗରେ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ତନ ତନ କରି ଯାଞ୍ଚ କରାଯାଇଥିଲା। ୩ରୁ ୪ ଦିନ ତଳେ ଏଭଳି ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। […]

NEET
ନିଟ୍‌ ପରୀକ୍ଷା ପାଇଁ ଏଣିକି ନୂଆ ଡ୍ରେସ୍‌ କୋଡ଼୍‌

ନୂଆଦିଲ୍ଲୀ: ନ୍ୟାସ୍‌ନାଲ ଏଲିଜିବିଲିଟି ଏଣ୍ଡ ଏଣ୍ଟ୍ରାନ୍ସ ଟେଷ୍ଟ ବା NEET-୨୦୧୮ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇର ନୂଆ ଡ୍ରେସ କୋଡ୍। ଡାକ୍ତରୀ ପାଠ ପଢ଼ିବା ପାଇଁ ଆସନ୍ତା ୬ ତାରିଖରେ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ତେବେ ଏହା ପୂର୍ବରୁ CBSE ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା।  ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ହାଲୁକା ରଙ୍ଗର ହାଫ୍ ସ୍ଲିଭ୍ ପୋଷାକ ପିନ୍ଧି ଆସିବେ। ଛାତ୍ରଛାତ୍ରୀ ପିନ୍ଧିଥିବା ସାର୍ଟ, ପ୍ୟାଣ୍ଟ କିମ୍ବା ସାଲୱାରରେ […]

baijayant panda
ଗୁମର ଖୋଲିବେ କି ବୈଜୟନ୍ତ?

ଭୁବନେଶ୍ୱର: ବିଜେଡି-ବୈଜୟନ୍ତ କଳି ତୁଟୁନି। ମଝିରେ ମଝିରେ କିଛି ନା କିଛି ବାଣ ଉଭୟ ପକ୍ଷ ମାରୁଛନ୍ତି। ତେବେ କିଛିଦିନ ଭିତରେ ବୈଜୟନ୍ତଙ୍କ ପଟରୁ କିଛି ବାଣ ଆସିନି। କୌଶଳ କରି ବିଜେଡି ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛି। କେତେବେଳେ ପ୍ରେସ୍‌ମିଟ୍ ତ କେତେବେଳେ କୌଣସି କର୍ମୀ ଓ ନେତାଙ୍କ ଦ୍ୱାରା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସତମିଛ ଗପିଛି ବିଜେଡି। ବୈଜୟନ୍ତଙ୍କ ଭାଷାରେ, ଏ ସବୁ ତୃତୀୟ ମହଲାର ଷଡ଼ଯନ୍ତ୍ର। କିନ୍ତୁ କେବଳ […]

accident
ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୭ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ପିଚୁକୁଳି ବଜାରରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଦୋକାନ ଉପରେ ଏକ ହାଇୱା ମାଡ଼ି ଯାଇଥିଲା। ଫଳରେ ଏହି ଦୋକାନରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେହିପରି ପିଚୁକୁଳି ବଜାରଠାରୁ କିଛି ଦୂରରେ ଆଉ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ସହ ଏକ ଦ୍ରୁତଗାମୀ କାର ଧକ୍କା ହେବାରୁ […]

baripada
ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାରିପଦା: ପୁଣି ଲଜ୍ଜା। ବାରିପଦା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି।  ପରିବାର ଲୋକଙ୍କ ସହ ଉଡ଼ା ପର୍ବ ଦେଖିବାକୁ ଯାଇଥିବାବେଳେ ସେ ଦୁଷ୍କର୍ମ ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକେ ଅଟୋରୁ ଓହ୍ଲାଇବା ପରେ, ଅଟୋ ପାର୍କିଂ ଆଳରେ ନାବାଳିକାଙ୍କୁ ଅନ୍ୟତ୍ର ନେଇଯାଇ ଡ୍ରାଇଭର ଜଣକ ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ଏକ ବୁଦାମୂଳରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ  […]

train line
ଅଳ୍ପକେ ବର୍ତ୍ତିଲା ଫାଷ୍ଟ ପାସେଞ୍ଜର୍‌ ଟ୍ରେନ୍‌

ବାଲେଶ୍ୱର: ଟ୍ରେନ୍ ଲାଇନରେ ଫାଟ। ଅଳ୍ପକେ ବର୍ତ୍ତିଲା ଖଡଗପୁରରୁ ପୁରୀ ଯାଉଥିବା ଫାଷ୍ଟ ପାସେଞ୍ଜର୍। ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ କେଶପୁର ଗାଁ ନିକଟ ରେଳ ଧାରଣାରେ ଏହି ଫାଟ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଫାଟ ସମ୍ପର୍କରେ ଜଣାପଡିବା ପରେ ଟ୍ରେନ୍‌ଟି କେଶପୁର ଗାଁ ନିକଟରେ ଅଟକି ରହିଥିଲା।  ରେଳ ଧାରଣାରେ ଫାଟ ଯୋଗୁଁ ହାଓ୍ୱଡା-ଭୁବନେଶ୍ୱର ରୁଟ୍‌ରେ ଅପ୍ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀମାନେ […]

Tej Pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହେବେ ଲାଲୁଙ୍କ ପୁଅ, ସରିଲା ନିର୍ବନ୍ଧ

ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍‌ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍‌ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]

bear killed
ଭାଲୁକୁ ପିଟି ପିଟି ହତ୍ୟା

ଟିଟିଲାଗଡ଼: ଭାଲୁକୁ ପିଟି ପିଟି ହତ୍ୟା କଲେ ଗାଁ ଲୋକ। ଟିଟିଲାଗଡ଼ ବ୍ଲକ ବାଗଡୋର ଗାଁ ନିକଟରେ ସ୍ଥାନୀୟ ଲୋକ ଠେଙ୍ଗାରେ ପିଟି ପିଟି ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗତ ୧୭ ତାରିଖରେ ଏକ ଜଙ୍ଗଲୀ ଭାଲୁ ଟିଟିଲାଗଡ଼ ଡିଏଭି କଲେଜ ପରିସରରେ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଜଙ୍ଗଲ ବିଭାଗ, ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭୟଭୀତ ଲୋକଙ୍କୁ […]

  • Saturday, 17 July 2021