ଅନୁଗୁଳ: ବେଆଇନ ଗୋ-ଚାଲାଣକୁ ନେଇ ଅନୁଗୁଳରେ ଉତ୍ତେଜନା। ଆଜି ସକାଳୁ ବନ୍ତଳା ଛକ ଦେଇ ୧୫ଟି ଗୋରୁ ବୋଝେଇ ଟ୍ରକ୍ ଯାଉଥିବା ସୂଚନା ପାଇ ସ୍ଥାନୀୟ ବନ୍ତଳା ଗୋ ସୁରକ୍ଷା ମଞ୍ଚ, ବିଶ୍ୱହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ଗୋରୁ ବୋଝେଇ ଗାଡ଼ିଗୁଡ଼ିକୁ ଅଟକା ଯାଇଥିଲା। ଏହି ସଂଗଠନ ପକ୍ଷରୁ ୮ଟି ଗାଡ଼ିକୁ ଅଟକା ଯାଇଥିବା ବେଳେ ଅନ୍ୟ ୭ଟି ଗାଡ଼ି ଖସି ପଳାଇଥିଲା। ଅଟକ ଗାଡ଼ି ଭିତରେ କିଛି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। […]