ଭୁବନେଶ୍ୱର: ଆଜି କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଜିଲ୍ଲାକୁ ସତର୍କତା ଜାରି କରିଛି। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି। ଦିନ ୧ଟା ଯାଏଁ ସତର୍କତା ଜାରି କରିଛି ପାଣିପାଗ […]
ପୁରୀ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଗାଁ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ସେତେବେଳେ ଆମ୍ବୁଲାନ୍ସ ଆସିନଥିଲା। ୪ ଘଣ୍ଟା ବିଳମ୍ବ କରି ଭୋର୍ […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଝଡ଼ତୋଫାନ ଯୋଗୁଁ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ। କେବଳ ଉତ୍ତର ପ୍ରଦେଶରେ ୧୭ଜଣ ପ୍ରାଣ ହରାଇଥିବାବେଳେ, ଏଥିରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ଜଣ ଓ ଦିଲ୍ଲୀରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଝଡ଼ତୋଫାନ ଯୋଗୁଁ ଶତାଧିକ ଆହତ ହୋଇଥିବା କୁହାଯାଉଛି। ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ କାନପୁର ହାଇୱେରେ […]
ନୂଆଦିଲ୍ଲୀ : ଗଠନ ହୋଇଛି ବିଜେପି ସଂସଦୀୟ ଦଳର କାର୍ଯ୍ୟ ନିର୍ବାହୀ କମିଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। କାର୍ଯ୍ୟ ନିର୍ବାହୀ କମିଟିରେ ଲୋକସଭାରେ ରାଜନାଥ ସିଂ ଦଳର ଉପନେତା ନିଯୁକ୍ତ। ସେହିପରି ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ୍ ଦଳର ନେତା ନିଯୁକ୍ତ। ପୀୟୂଷ ଗୋଏଲ ରାଜ୍ୟସଭାରେ ଦଳର ଉପନେତା ନିଯୁକ୍ତ ଏହାଛଡ଼ା ତିନି ଜଣ ଓଡ଼ିଆଙ୍କୁ ଏହି କମିଟିରେ ସ୍ଥାନ ମିଳିଛି। ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା, […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାର ଫଳାଫଳ। ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ। ଅଫିସିଆଲ ୱେବସାଇଟ୍ http://www.cisce.org/ କିମ୍ବା http://www.results.nic.in/ ରେ ଦେଖିହେବ ଏହି ରେଜଲ୍ଟ। ଚଳିତବର୍ଷ ସାରା ଦେଶରେ ୧,୮୪,୨୫୩ ଜଣ ଛାତ୍ରଛାତ୍ରୀ ICSE ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବାବେଳେ ISC ଦ୍ୱାଦଶ ପରୀକ୍ଷାରେ ୮୧,୭୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।
କନ୍ଧମାଳ :୨୪ ଘଣ୍ଟା ଭିତରେ ରାଜ୍ୟରେ ନିହତ ହୋଇଛନ୍ତି ୬ ମାଓବାଦୀ। ବଲାଙ୍ଗିର ପରେ କନ୍ଧମାଳରେ ପୁଣି ହୋଇଛି ପୋଲିସ ଏନକାଉଣ୍ଟର। ମିଳିଥିବା ସୂଚନା ଅନୁସାରେ, କନ୍ଧମାଳରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଓ କନ୍ଧମାଳ ମିଶାଇ ମୋଟ ୬ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଗୋଲାଙ୍କି ଗାଁରେ ମାଓ ମେଳି ବେଳେ ଏନକାଉଣ୍ଟରରେ ୨ ଏବଂ ସୁଡ଼୍ରୁକୁମ୍ପାରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ମୃତକଙ୍କ ମଧ୍ୟରେ […]
ବେଙ୍ଗାଲୁରୁ : ଜୁଲାଇ ୧୫ତାରିଖରେ ଛଡ଼ାଯିବ ଚନ୍ଦ୍ରଯାନ-୨। ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ଉତ୍କ୍ଷେପଣ କରାଯିବ। ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ। ଏହା ଆଗରୁ ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ଜାରି ହୋଇଛି ଚନ୍ଦ୍ରଯାନ-ଟୁ ର ଭିଡିଓ। ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ୍ ମିଶନରେ ଜଡ଼ିତ ଥିବା ବୈଜ୍ଞାନିକ ମାନେ ଅହରହ ଭାବେ ଏଥିରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଯାନ-ଟୁ ରେ ତିନିଟି ମଡ୍ୟୁଲ୍ ରହିଛି। ଯାହା ଚନ୍ଦ୍ରରେ ପରିକ୍ରମା ଏବଂ ପ୍ରବେଶ […]
ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ମାଓବାଦୀ ନିହତ। ବଲାଙ୍ଗୀର ପରେ କନ୍ଧମାଳରେ ହୋଇଛି ପୋଲିସ ଏନକାଉଣ୍ଟର। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ ହୋଇଛି। ଏବେ ବି ସେଠାରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ଜାରି ରହିଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। […]
ଭୁବନେଶ୍ୱର : ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା କମ୍ପାନୀର ସୁରତ ଶାଖା ମୁଖ୍ୟ ଦୀପକ ଖତ୍ରି ଗିରଫ। ତାକୁ ସୁରତ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୋଗ ଅନୁସାରେ ଓସ୍କାର କମ୍ପାନୀର ଏମ୍ଡି ଓ ସିଏମ୍ଡିଙ୍କ ଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି ବିକ୍ରି କରୁଥିଲା ଦୀପକ। ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ରହିଛି। ଓସ୍କାର ଚିଟଫଣ୍ଡ ଠକେଇ ପଦାକୁ […]
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି ଫାଲ୍ତୁ କାରବାରରେ ମାତିଛନ୍ତି। ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ୍ ଆଣିପାରେ, ହେଲେ ଦୁଇ -ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ଦାମ କହିଛନ୍ତି। […]
ଭୁବନେଶ୍ୱର : ମହାନଦୀ ସୁରକ୍ଷା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା। ଏଥିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି। ବିଜେଡିରୁ ବରିଷ୍ଠ ନେତା ଦେବୀମିଶ୍ର, କଂଗ୍ରେସରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିଜେପିରୁ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ […]
ନୂଆଦିଲ୍ଲୀ: ବିଭିନ୍ନ ଏକ୍ଜିଟ୍ ପୋଲ୍ ସଂସ୍ଥା ପକ୍ଷରୁ ହୋଇଥିବା ଆକଳନରେ କୁହାଯାଇଛି ଯେ, କର୍ଣ୍ଣାଟକରେ ଝୁଲା ବିଧାନସଭା ହୋଇପାରେ। କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୁବର୍ଣ୍ଣା ନ୍ୟୁଜ୍ ସର୍ଭେ ଅନୁସାରେ କଂଗ୍ରେସକୁ ୧୦୬ରୁ ୧୧୬ ସିଟ୍, ବିଜେପିକୁ ୭୯ରୁ ୯୨ ଏବଂ ଜେଡିଏସ୍କୁ୨୨-୩୦ ଆସନ ମିଳିବ। ସେହିପରି ଟାଇମ୍ସ ନାଓ-ଭିଏମ୍ଆର୍ ସର୍ଭେରେ କଂଗ୍ରେସକୁ ୯୦ରୁ ୧୦୩, ବିଜେପିକୁ ୮୦-୯୩ ଏବଂ ଜେଡିଏସ୍କୁ ୩୧ରୁ […]
ପାଟନା: ବାହାହେଲେ ଲାଲୁଙ୍କ ଲାଡ଼୍ଲା। ଆର୍ଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ ବାହା ହୋଇଛନ୍ତି ତେଜ୍। ବିହାର ରାଜଧାନୀ ପାଟ୍ନା ସ୍ଥିତ ଭେଟନାରୀ କଲେଜ ପଡ଼ିଆରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିପରି ଉତ୍ତରପ୍ରଦେଶ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଡୁଡୁକାମାଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଏଥିରେ ୨ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କ୍ୟାଡର ମାଓବାଦୀ ସଞ୍ଜୀବ ଥିବା କୁହାଯାଉଛି। ତାଙ୍କ ନାଁରେ ୨୫ରୁ ଅଧିକ ମାମଲା ଥିବା କୁହାଯାଉଛି। ସୂଚନା ଅନୁସାରେ ଡ଼ୁଡ଼ୁକାମାଲ ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୋଟିଏ AK ୪୭ ଏବଂ ଗୋଟିଏ ଇନ୍ସାସ […]
ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃତ୍ୱ ଦିବସ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ। ମାଆ ଏହି ଦୁଇଟି ଅକ୍ଷରରେ ସାରା ସଂସାର। ମା-ରେ ମାଟି, ଆ-ରେ ଆକାଶ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ […]
ଭୁବନେଶ୍ୱର : ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଲା ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି। ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ। ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ବା ବିଡିଏର ୭୯୧ଟି ମାମଲା ମଧ୍ୟରୁ ୬୩୨ ମାମଲାର ଶୁଣାଣି ହୋଇଥିବାବେଳେ ବାକି ରହିଛି ୧୫୯। ଠିକ୍ […]