ଆଜି ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବ ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ୩ଟାରେ ICSEର ଅଫିସିଆଲ୍ ୱେବ୍ସାଇଟ୍- results cisce.org ରେ ରେଜଲ୍ଟ ଉପଲ୍ଲବ୍ଧ ହେବ।
ଛାତ୍ରଙ୍କ ପାସ୍ ହାର ୯୯. ୯୭ ପ୍ରତିଶତ, ଛାତ୍ରୀଙ୍କ ପାସ୍ ହାର ୯୯. ୯୮ ପ୍ରତିଶତ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାର ଫଳାଫଳ। ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ। ଅଫିସିଆଲ ୱେବସାଇଟ୍ http://www.cisce.org/ କିମ୍ବା http://www.results.nic.in/ ରେ ଦେଖିହେବ ଏହି ରେଜଲ୍ଟ। ଚଳିତବର୍ଷ ସାରା ଦେଶରେ ୧,୮୪,୨୫୩ ଜଣ ଛାତ୍ରଛାତ୍ରୀ ICSE ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବାବେଳେ ISC ଦ୍ୱାଦଶ ପରୀକ୍ଷାରେ ୮୧,୭୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।