ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। […]