‘କାରିଗିଲ ଯୁଦ୍ଧବେଳେ ଆମକୁ ୩୦ ପ୍ରତିଶତ କମ୍ ବଜେଟ୍ରେ କାମ କରିବାକୁ ପଡ଼ିଥିଲା। କାରଗିଲ ଯୁଦ୍ଧ ସମୟରେ ଅଧିକ ଉଚ୍ଚରେ ଶତ୍ରୁପକ୍ଷର ମୁକାବିଲା ପାଁ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ।’
ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ।
କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ. ପି. ନଡା ଭିନ୍ନ ମତ ଦେଇଛନ୍ତି। ଦକ୍ଷିଣ ରାଜ୍ୟରେ କୌଣସି ରାଜନୈତିକ ସଙ୍କଟକୁ ଏଡ଼ାଇବା ସହିତ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦ୍ୟୁରପ୍ପା ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି।
ଜୁଲାଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରପ୍ରଦେଶ ଗସ୍ତ ବାତିଲ କରାଯାଇଛି। ଏହି ଦିନ ସିଦ୍ଧାର୍ଥନଗର ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୋଦି ଯୋଗଦେବାକୁ ଯାଉଥିଲେ। ଏହି ଗସ୍ତରେ ଉତ୍ତରପ୍ରଦେଶରେ ନଅଟି ନୂତନ ମେଡିକାଲ କଲେଜ ଉଦ୍ଘାଟନ କରିବାକୁ ଯାଉଥିଲେ।
ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ପକାଯାଇଥିବା IED ଜାମ୍ମୁ ଅଞ୍ଚଳରେ ଏକ ଜନଗହଳିପୂର୍ଣ୍ଣ ବଜାରକୁ ବିସ୍ଫୋରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଦର୍ଶାଉଛି ଯେ ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି କାରଣରୁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ସହିତ ନିଜର ଯୋଗାଣ ଶୃଙ୍ଖଳା ବଜାୟ ରଖିବା ନେଇ ପାକିସ୍ତାନ ଏଭଳି ଚେଷ୍ଟା କରୁଛି।
ମୌସୁମୀ ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ନୀତୀଶ କୁମାରଙ୍କ ଉପସ୍ଥିତି ଯୋଗୁଁ ବିହାର ରାଜନୀତିରେ ଉତ୍ତେଜନା ତୀବ୍ର ହୋଇଛି। ଜନସଂଖ୍ୟା ନିୟନ୍ତ୍ରଣ ଏବଂ ଜାତି ଜନଗଣନା ପ୍ରସଙ୍ଗରେ ନୀତୀଶ କୁମାରଙ୍କ ବିବୃତ୍ତି ପରେ ବିରୋଧୀ ଦଳରେ ଆଶା ସଂଞ୍ଚାର ହୋଇଛି ଯେ ଏହି ବିବୃତ୍ତି ପରେ ଭବିଷ୍ୟତରେ କିଛି ନୂତନ ରାଜନୈତିକ ସଙ୍କେତ ଆସିପାରେ।
ମଧ୍ୟପ୍ରଦେଶ ଅନଲକ୍ ନେଇ ବିଦ୍ୟାଳୟ ଗୁଡିକ ଖୋଲିବାକୁ ଯାଉଛି। ଜୁଲାଇ ୨୬, ସୋମବାର ଠାରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସାରା ରାଜ୍ୟରେ ଶ୍ରେଣୀର ସୁରକ୍ଷା ପାଇଁ ପ୍ରସ୍ତୁତି ଚାଲିଛି। ପିଲାମାନଙ୍କର ସୁରକ୍ଷା ପାଇଁ ଗୋଟିଏ ଶ୍ରେଣୀରେ କେବଳ ୧୫ ଜଣ ଛାତ୍ର ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
ହିମାଚଳ ପ୍ରଦେଶର କିନ୍ନୌର୍ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍ ମଧ୍ୟ ବୁକିଂ କରୁଥିବା ଜଣାଯାଏ
ଆସନ୍ତା ଅଗଷ୍ଟ ୧୫ ଆମ ପାଇଁ ସ୍ୱାଧୀନତା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତୀ ରହୁଛି। ତେଣୁ ଏହାକୁ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ଥାନୀୟ ଉଦ୍ୟୋଗପତିଙ୍କ ପାଇଁ ଭୋକାଲ ଫର୍ ଲୋକାଲକୁ ଗୁରୁତ୍ୱ ଦେବାକୁ ଅନୁରୋଧ କଲେ ମୋଦି। କେବଳ ଏତିକି ନୁହେଁ ବରଂ ଆସନ୍ତା ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହେବାକୁ ଯାଉଛି। ତେଣୁ ୧୯୦୫ ଅଗଷ୍ଟ ୭ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କଥା ମନେ ପକାଇବାକୁ ଅପିଲ କଲେ ମୋଦି।
ଆଉ ଏହାରି ମଧ୍ୟରେ ସମାନ ଅବସ୍ଥା ରାଜସ୍ଥାନରେ ଦେଖାଯାଇଛି। ତେଣୁ ଏହାରି ମଧ୍ୟ ସମାଧାନ କରିବା ଲାଗି ଅଂଟା ଭିଡିଛନ୍ତି ଦଳୀୟ ନେତା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ୍ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସଚିନ୍ ପାଇଲଟଙ୍କ ମଧ୍ୟରେ ଥିବା ଫାଟ ବଢିବାରେ ଲାଗିଛି।
ଚାନୁଙ୍କ ସଫଳତା କୋଟି କୋଟି ଭାରତୀୟଙ୍କ ହୃଦୟରେ ଆଣିଛି ହର୍ଷୋଲ୍ଲାସ। ଜାପାନରେ ଏହି ଜିତ୍ ପରେ ସାରା ଦେଶରେ ଜୟଜୟକାର ଚାଲିଛି ଚାନ୍ଦି ଗର୍ଲ ମୀରାବାଇ ଚାନୁଙ୍କର। ତେବେ ଚାନୁଙ୍କ ଏହି ଜୟଯାତ୍ରା ପଛରେ ରହିଛି ୫ ବର୍ଷର ଶ୍ରମ, ସଂଘର୍ଷ ଓ ସଫଳତାର କାହାଣୀ। ୨୦୧୬ ରିଓ ଅଲିମ୍ପିକ୍ସ, ୨୦୧୪ କମନେଓ୍ବଲ୍ଥ ଗେମ୍ସରେ ସିଲଭର ଜିତିଥିବାରୁ ତାଙ୍କଠାରୁ ପଦକ ଆଶା କରିଥିଲା ଭାରତ
ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ଓ ୫୫ ଜଣ ନିଖୋଜ ରହିଥିଲେ କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ବଢିଛି
ଗତ ୮ ଦିନ ଧରି ଲଗାତାର ତେଲ ଦର ବୃଦ୍ଧି ହୋଇଥିବା ସ୍ଥାନୀୟ ଡିଲରମାନେ କହିଛନ୍ତି। ଆଜି ତୈଳଦର ବୃଦ୍ଧି ହୋଇନାହିଁ ହେଲେ ବି ଦର ୧୧୦ରେ ପହଞ୍ଚିଲାଣି। ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୮୪ ପଇସା ରହିଥିବା ବେଳେ ଡିଜେଲ ୮୯ ଟଙ୍କା ୮୭ ପଇସା ରହିଛି।
ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି ହୋଇଛି। ଏନେଇ ୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଆହତ ଓ ୫୯ ଜଣ ନିଖୋଜ ଅଛନ୍ତି।
ଖୁବ୍ ଶୀଘ୍ର କର୍ଣ୍ଣାଟକରେ ଏକ ବଡ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିବ। ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି। ବିଜେପି ହାଇକମାଣ୍ଡ ସିଏମ୍ ବି. ଏସ୍. ୟେଦ୍ୟୁରପ୍ପାଙ୍କ ବିକଳ୍ପ ଚୟନ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀକୁ ଇସ୍ତଫା ଦେବାକୁ କୁହାଯାଇପାରେ।
ଜାତୀୟ ରାଜଧାନୀରେ କରୋନା ଭାଇରସ୍ ସଂକ୍ରମଣର ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ବଡ଼ ଘୋଷଣା କରିଛି। ଶନିବାର DDMA ର ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଜୁଲାଇ ୨୬ରେ ସକାଳ ୫ଟାରୁ ଦିଲ୍ଲୀ ମେଟ୍ରୋ ଏବଂ ବସ୍ (ପବ୍ଲିକ୍ ଟ୍ରାନ୍ସପୋର୍ଟ) କୁ ୧୦୦% କ୍ଷମତା ବିଶିଷ୍ଟ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।
ପୂର୍ବ ଲଦାଖରେ ଚୀନ୍ର କୌଣସି କାର୍ଯ୍ୟକଳାପର ଜବାବ ଦେବା ପାଇଁ ଭାରତୀୟ ସେନା ଏହାର ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ଚୀନ୍ ସେନାର ମୁକାବିଲା ପାଇଁ ଭାରତୀୟ ସେନା କିଛି ମାସ ପୂର୍ବେ ପୂର୍ବ ଲଦାଖ ଅଞ୍ଚଳରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଉତ୍ତର କମାଣ୍ଡ ଅଞ୍ଚଳରେ କାଉଣ୍ଟର ବିଦ୍ରୋହ କାର୍ଯ୍ୟରେ ନିୟୋଜିତ ୟୁନିଟ୍ ନିୟୋଜିତ କରିଛି।
ଅଧିକାଂଶ ଟିକାକୁ ସୁରକ୍ଷିତ ରଖିବା ପାଇଁ ଏକ ନିମ୍ନ ତାପମାତ୍ରା ଯଥା ୨ରୁ ଆଠ ଡିଗ୍ରୀ ତାପମାତ୍ରା ଆବଶ୍ୟକ। କେତେକ ଟିକା ମାଇନସ୍ ୭୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆବଶ୍ୟକ କରେ। କିନ୍ତୁ IISc ଦ୍ୱାରା ପ୍ରସ୍ତୁତ ଏକ ଟିକା ଏକ ମାସ ୩୭ ° C ରେ ଏବଂ ପ୍ରାୟ ଦେଢ ଘଣ୍ଟା ୧୦୦ ° C ରେ ସୁରକ୍ଷିତ ରଖାଯାଇ ପାରିବ।
ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ଷତରେ ମଲମ ଲଗାଇବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପ୍ରଶଂସାକରି ଜାଖଡ କହିଛନ୍ତି ଯେ ଯଦି କ୍ୟାପ୍ଟେନ୍ଙ୍କ ସ୍ଥାନରେ ଅନ୍ୟକେହି ଥାଆନ୍ତେ ତେବେ କେନ୍ଦ୍ର ସରକାରଙ୍କ ବଦଳରେ ପଞ୍ଜାବ ସରକାରକୁ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥାନ୍ତା।
ଜଣେ ମହିଳା ସମ୍ପୂର୍ଣ୍ଣ ଆଇନ ପ୍ରଣାଳୀକୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। ସେ LLB ଡିଗ୍ରୀ ନ ପାଇ ଦୁଇ ବର୍ଷ ଆଡ୍ଭୋକେଟ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ବାର୍ କାଉନ୍ସିଲ୍ରେ ପଞ୍ଜୀକୃତ ମଧ୍ୟ ହୋଇଥିଲେ।
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦକୁ ଆଉ ଫେରିବେ ନାହିଁ ରାହୁଲ ଗାନ୍ଧି। ସେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ପୁଣି ଅଧ୍ୟକ୍ଷ ପଦକୁ ଫେରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଖୋଦ୍ ରାହୁଲ ଦଳର ବରିଷ୍ଠ ନେତାମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି। ତେବେ ରାହୁଲ୍ଙ୍କ ଏହି ନିଷ୍ପତ୍ତି ପରେ ଅଧ୍ୟକ୍ଷ ପଦକୁ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନ ପ୍ରଦର୍ଶନ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ […]
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ସରକାରଙ୍କୁ ଟାର୍ଗେଟ୍ କିରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସମୀର ଅଭିଯୋଗ କରିଛନ୍ତି ଯେ କ୍ଷମତା ବିକେନ୍ଦ୍ରୀକରଣ ହେବା ବଦଳରେ ସଚିବାଳୟ କେନ୍ଦ୍ରୀଭୂତ ହୋଇଛି। ଚଦୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶରେ ରାଜ୍ୟର ୭ ହଜାର ପଞ୍ଚାୟତକୁ ୪୦ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସହାୟତା ଦେଇଥିଲେ। ଗାଁର ବିକାଶ ପଲ୍ଲୀସଭା ମାଧ୍ୟମରେ କରାଯାଇଥାଏ। କିନ୍ତୁ ୨୦୧୮ ଜୁଲାଇ […]
ଡେରାଡୁନ: ପୁଲୱାମା ହମଲା ପରେ ହୋଇଥିବା ଅପରେସନରେ ସହିଦ ହୋଇଥିଲେ ଡେରାଡୁନର ମେଜର ଜେନେରାଲ ବିଭୂତି ଶଙ୍କର ଡୌଣ୍ଡିଆଲ। ସହିଦ ଡୌଣ୍ଡିଆଲଙ୍କ କଫିନ ପାଖରେ ଆଇଲଭୟୁ ଓ ମୁଁ ତୁମ ପାଇଁ ଗର୍ବିତ ବୋଲି ଚିତ୍କାର କରି ସାରା ଦେଶର ଛାତିକୁ ତରଳାଇ ଦେଇଥିବା ୨୬ ବର୍ଷୀୟ ନୀତିକା କୌଲ ଏବେ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ବାହାରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ମେଜର ଡୌଣ୍ଡିଆଲ ଯେଉଁ କାମ ଅଧା ଛାଡ଼ିଥିଲେ, ତା’କୁ ପୂରଣ କରିବା […]