ପାଟନା: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍ଡିଏ ପାଇଁ ଟାର୍ଗେଟ୍ ନିର୍ଦ୍ଧାରଣ କରିଛନ୍ତି। ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନ୍ୟାସନାଲ ଡେମୋକ୍ରାଟିକ୍ ଆଲୟାନ୍ସ ବା ଏନ୍ଡିଏ ମେଣ୍ଟ ୨୦୦ ଆସନରେ ଜିତିବା ସେମାନେ ନିଶ୍ଚିତ କରନ୍ତୁ। ସୂଚନାଯୋଗ୍ୟ ଯେ, ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି। ଏମଧ୍ୟରୁ ଜେଡିୟୁ ଏବଂ ବିଜେପିର ଯଥାକ୍ରମେ ୭୦ ଏବଂ ୫୪ ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ଏନ୍ଡିଏର ମୋଟ ୧୨୪ ଜଣ […]
ନୂଆଦିଲ୍ଲୀ: ଏଯାବତ୍ ୪୫ ଜଣଙ୍କ ଜୀବନ ନେଲାଣି ଦିଲ୍ଲୀ ହିଂସା ଖାଲି ଜୀବନ ନୁହେଁ, ଅନେକଙ୍କ ଘର ଜଳିଛି, ଆସବାବପତ୍ର ଓ ଗାଡ଼ି ମୋଟର ନଷ୍ଟ ହୋଇଛି। ବହୁ ସଂପର୍କରେ ବି ଫାଟ ଆସିଛି। କିନ୍ତୁ ଏଭଳି ଘୃଣା ଓ ଆତଙ୍କ ଭିତରେ ବି ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି ଅନେକ। ବହୁ ଦିଲ୍ଲୀ ବାସୀ ମାନବିକତାର ଧର୍ମ ପାଳିବାକୁ ଯାଇ, ନିଜ ଘର କବାଟ ଖୋଲି ଦେଇଛନ୍ତି ହିଂସା ବିପନ୍ନ ବନ୍ଧୁ ଓ ପଡ଼ୋଶୀଙ୍କ […]
ନୂଆଦିଲ୍ଲୀ: ଦଙ୍ଗାକାରୀଙ୍କ କବଳରୁ ବର୍ତ୍ତି ପାରିନାହାନ୍ତି ସେନା କର୍ମଚାରୀଙ୍କ ପରିବାର। ଦିଲ୍ଲୀ ଚାନ୍ଦବାଗ୍ରେ ଥିବା ବିଏସ୍ଏଫ୍ ଯବାନ ମହମ୍ମଦ ଅନୀଜଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ଅନୀଜଙ୍କ ଘର ପୋଡ଼ି ଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ସୌଭାଗ୍ୟବଶତଃ ପରିବାରର ସମସ୍ତ ବ୍ୟକ୍ତି ସୁରକ୍ଷିତ ଅଛନ୍ତି। ଦଙ୍ଗାକରୀଙ୍କ ଆକ୍ରେ।ସରୁ ଏବେ ପରିସ୍ଥିତି ଶାନ୍ତ ହେବା ପରେ ନିଜ ଘରକୁ ଫେରିଛନ୍ତି ଅନୀଜଙ୍କ ପରିବାର।
ସରକାର ଗରିବ ହିତାଧିକାରୀଙ୍କ ନିମନ୍ତେ ଘରଟେ ପାଇଁ ବିଜୁ ପକ୍କାଘର ଠୁ ଆରମ୍ଭ କରି ବିଭିନ୍ନ ଯେ।ଜନା ମାନ ପ୍ରଣୟନ କରୁଛନ୍ତି ସତ କିନ୍ତୁ ଗାଁ ଗହଳିରେ ତାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଯେ।ଜନଠୁ ଯେ।ଜନ ଦୂରରେ ପ୍ରକୃତ ହିତାଧିକାରୀ। ଯେଉଁମାନେ ଯେ।ଗ୍ୟ ହିତାଧିକାରୀ ସେମାନେ ସରକାରଙ୍କ ବିଭିନ୍ନ ଯେ।ଜନାଠାରୁ ବଞ୍ଚିତ ରହୁଛନ୍ତି କିନ୍ତୁ ଅଯେ।ଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ମିଳିପାରୁଛି। ‘ତେଲିଆ ମୁଣ୍ଡରେ ତେଲ’ବଡବଡିଆଙ୍କୁ ଆବାସ ଯୋଜନାରେ ଘର ମିଳିଥିବାବେଳେ ଗରିବ କିନ୍ତୁ ଏଥିରୁ […]
ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ଭୟଙ୍କର ରୂପ ନେଉଛି କରୋନା ଭୂତାଣୁ। ଦକ୍ଷିଣ କୋରିଆ ସମେତ ଇଟାଲୀ, ସ୍ପେନ୍, ଜର୍ମାନୀରେ ସ୍ଥିତି ଅଧିକ ଉଦବେଗଜନର ରହିଛି। ବିଭିନ୍ନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି। ମୃତ୍ୟୁର ଖେଳ ଖେଳୁଛି ମାରାତ୍ମକ କରୋନା ଭାଇରାସ। ଚୀନ୍ ପରେ ଏହି ଘାତକ ଭୂତାଣୁ ସବୁଠୁ ଅଧିକ ଆତଙ୍କ ଖେଳାଇଛି ଚୀନର ପଡ଼ୋଶୀ ରାଷ୍ଟ୍ର […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟ ପୁଣି ଥରେ ଚାଲାକ୍ କରି ରାଜକ୍ଷମା ଆବେଦନ କରିଛି। ଏହା ପୂର୍ବରୁ ତାର ରାଜକ୍ଷମା ଖାରଜ କରିଥିଲେ ମହାମହିମ ରାଷ୍ଟ୍ରପତି। ତେବେ ରାଜକ୍ଷମା ଆବେଦନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦିଆ ଯାଇନଥିବା ଅଭିଯୋଗ ହୋଇଛି। ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାର ଅନ୍ୟ ଏକ ଦୋଷୀ ପବନ ଗୁପ୍ତା। ସେ କ୍ୟୁରେଟିଭ୍ ପିଟିସନ୍ ପାଇଁ ଆବେଦନ କରିଛନ୍ତି। ମାର୍ଚ୍ଚ ୩ରେ ମାମଲାରେ ସମସ୍ତ ୪ ଦୋଷୀଙ୍କୁ […]
ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ବଡ଼ ସଫଳତା। ପୁଲଓ୍ୱାମା ଆକ୍ରମଣରେ ଜଣଙ୍କୁ ଗିରଫ କରିଛି NIA। ପୁଲ୍ଓ୍ୱାମା ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ଆତଙ୍କୀ ସଂଗଠନ ଜୈସ୍-ଇ-ମହମ୍ମଦର ସଦସ୍ୟ ସାକିର ବସିର ମାଗ୍ରେକୁ ଗିରଫ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଓ ପାକ୍ ଆତଙ୍କବାଦୀ ମହମ୍ମଦ ଉମରକୁ ବସିର ଘରେ ଆଶ୍ରୟ ଦେଇଥିବା କୁହାଯାଉଛି। ୨୦୧୮ ଶେଷ ଆଡୁ ଆକ୍ରମଣ ହେବା ଯାଏ ଉଭୟଙ୍କୁ ଘରେ ରଖିବା ସହ ଆଇଇଡି ପ୍ରସ୍ତୁତ ପାଇଁ ମଧ୍ୟ ସହାୟତା […]
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ ଜେଏନ୍ୟୁ ସଭାପତି ତଥା ସିପିଆଇଏମ୍ ନେତା କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦିଲ୍ଲୀ ପୋଲିସକୁ କେଜ୍ରିଓ୍ୱାଲ୍ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ଲୋକସଭା ନିର୍ବାଚନରେ କହ୍ନେୟା ସିପିଆଇ ଟିକେଟ୍ରୁ ଲଢ଼ିଥିଲେ। କହ୍ନେୟା ଏବଂ ଜେଏନ୍ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ, ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏଥିରେ ଅଭିଯୁକ୍ତ ଅନ୍ୟମାନେ ହେଉଛନ୍ତି ଉମର […]
ନୂଆଦିଲ୍ଲୀ: ସେୟାର ବଜାରରେ କରୋନା ଭାଇରସ ଆତଙ୍କ। ଗୋଟିଏ ଦିନରେ ୧୪୨୮ ପଏଣ୍ଟ ଖସିଛି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ବି ୪୩୨ ପଏଣ୍ଟ ହ୍ରାସ ପାଇଛି। ଗତ ୬ ଦିନରେ ବିଏସଇ ସୂଚକାଙ୍କ ୨୮୭୨ ପଏଣ୍ଟ ହ୍ରାସ ପାଇ ୩୮ ହଜାର ୨୯୭ରେ ପହଞ୍ଚିଛି। ଫଳରେ ନିବେଶକାରୀଙ୍କୁ ୫ଲକ୍ଷ ୫୦ହଜାର କୋଟିର କ୍ଷତି ସହିବାକୁ ପଡ଼ିଛି। କରୋନା ଭାଇରସ ମହାମାରୀ ରୂପ ନେବା ଆଶଙ୍କା ବଢ଼ିଯାଇଥିବାରୁ ବିଶ୍ୱବ୍ୟାପୀ ବାଣିଜ୍ୟ […]
ନୂଆଦିଲ୍ଲୀ: ନିୟନ୍ତ୍ରଣାଧୀନ ରହିଛି ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳର ସ୍ଥିତି। ଯାନବାହନ ଚଳାଚଳ ଆରମ୍ଭ କରିଥିବା ବେଳେ ଦୋକାନବଜାର ଖୋଲିଛି। ଶୁକ୍ରବାର ଥିବାରୁ ଆଜି ବହୁ ସ୍ଥାନରେ ଲୋକେ ସାଧାରଣଭାବେ ନମାଜ ପାଠ କରିଛନ୍ତି। ତେବେ ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହ ଉତ୍ତେଜନା ଥିବା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଦିଲ୍ଳୀ ପୋଲିସର ବରିଷ୍ଠ ଅଧିକାରୀ ପ୍ରଭାବିତ ଅଂଚଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଜାତୀୟ ମହିଳା କମିଶନ […]
ମୁମ୍ବାଇ: ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନମାନଙ୍କରେ ମୁସଲମାନମାନଙ୍କ ପାଇଁ ୫% ସଂରକ୍ଷଣ ପ୍ରଦାନ କରାଯିବ। ଏନେଇ ଏକ ନୂତନ ବିଲ୍ ଖୁବ୍ଶୀଘ୍ର ରାଜ୍ୟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି ମହା ବିକାଶ ଆଘାଡ଼ି ମେଣ୍ଟ ସରକାରର ଜଣେ ମନ୍ତ୍ରୀ ଆଜି କହିଛନ୍ତି। ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହେବ ବୋଲି ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନବାବ ମଲିକ୍ ଆଜି ସୂଚନା ଦେଇଛନ୍ତି। ଏନ୍ସିପି ସଦସ୍ୟ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ମଲିକ୍ କହିଛନ୍ତି, ସେମାନେ ଚାକିରିରେ ମଧ୍ୟ […]
ନୂଆଦିଲ୍ଲୀ: ପୁଣି ଘୁଞ୍ଚିପାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ। କାରଣ ଫାଶୀର ତାରିଖ ଘୁଞ୍ଚାଇବାକୁ ଆଉ ଏକ ଦୋଷୀ ପୱନ୍ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ପୁଣିଥରେ ସୁପ୍ରିମକୋର୍ଟରେ ଏହାର ବିଚାର ଚାଲିବ। ଫଳରେ ପୁଣି ଘୁଞ୍ଚିବ ଫାଶୀ ତାରିଖ। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ପୱନ୍ ଅନ୍ୟତମ। ସୁପ୍ରିମ୍କୋର୍ଟରେ ଏହି ଦୋଷୀ ନିଜ […]
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ବିଜେପିର ଟାର୍ଗେଟ୍। CAA ପ୍ରସଙ୍ଗରେ ରାଜଧର୍ମ ପାଳନ ନେଇ ସୋନିଆ ଗାନ୍ଧିଙ୍କ ପ୍ରଶ୍ନ ପ୍ରସଙ୍ଗରେ ଜବାବ ମାଗିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ଦାବି କରି ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ସିଏଏ ପାଇଁ ଦାବି କରିଥିଲେ। ଏବେ କଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା ରାଜଧର୍ମ କି ବୋଲି ପଚାରିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ। […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନ୍ଙ୍କ ନାମରେ ମାମଲା ରୁଜୁ କରିବା ପରେ ତାହିର୍ଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କଲା ଆମ୍ ଆଦମୀ ପାର୍ଟି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ ବିଭିନ୍ନ ଭିଡିଓ ଆସିଥିଲା। ଆଜି ପୁଲିସ୍ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ୍ଙ୍କୁ କବ୍ଜାକୁ ଆଣିବା ପାଇଁ ତାଙ୍କ ଘର ଉପରେ ଲଗାତାର ଚଢ଼ଉ କରିଥିଲା। […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍ଗୁ ଦେଶମ୍ ପାର୍ଟିର ମୁଖିଆ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିକୁ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଆଜି ଚନ୍ଦ୍ରବାବୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସଆର କଂଗ୍ରେସ ପାର୍ଟି କର୍ମୀ ବିରୋଧ କରି ଏପରି କରିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରବାବୁ ଜନ ଚୈତନ୍ୟ ଯାତ୍ରା ଲାଗି ଆଜିଠୁ ଦୁଇ ଦିନିଆ ବିଶାଖାପାଟନମ ଗସ୍ତରେ ଯାଇଥିଲେ। ବିମାନବନ୍ଦରରୁ ସେ ପୁଡୁର୍ଥି ଅଭିମୁଖେ ରାଲିରେ ଯାଉଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାର୍ଟିର ସମର୍ଥକମାନେ ବିରୋଧ […]
ନୂଆଦିଲ୍ଲୀ: ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଛନ୍ତି “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। କିନ୍ତୁ ଯିଏ ରାସ୍ତା କ୍ଲିୟର୍ କରିବାକୁ ଅନୁରୋଧ କଲା, ଯେଉଁ ରାସ୍ତା ପାଇଁ ୩୫ ଲକ୍ଷ ଲୋକ ହଇରାଣ ହେଉଥିଲେ ତାଙ୍କୁ ହିଁ ଆତଙ୍କବାଦୀ କୁହାଯାଉଛି ବୋଲି […]
ନୂଆଦିଲ୍ଲୀ: ୩୫ରେ ପହଞ୍ଚିଛି ଦିଲ୍ଲୀ ହିଂସାକାଣ୍ଡ ମୃତ୍ୟୁସଂଖ୍ୟା। ଗଗନ ବିହାର ଓ ଜୋହରିପୁରରୁ ଆଜି ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ଶହରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ହିଂସାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୧୩୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସେହିପରି ହିଂସା ମାମଲାରେ ୪୮ଟି ଏଫଆଇଆର ରୁଜୁ କରାଯାଇଛି। ଚାନ୍ଦବାଗ୍, ମୌଜପୁର, ଜାଫରାବାଦ୍, […]
ନୂଆଦିଲ୍ଳୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳିକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ସରକାରଙ୍କ ପକ୍ଷରୁ ତରବରିଆ ଭାବେ ତାଙ୍କୁ ବଦଳି କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି। ସେପଟେ ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ। ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟର ସର୍ବୋଚ୍ଚ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଫେବୃଆରୀ ୧୨ ତାରିଖରେ ସୁପାରିଶ କରିଥିଲେ। ଏଥିପାଇଁ ସଂପୃକ୍ତ […]
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ମତ ଦେଇଥିବା ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍କୁ କଡ଼ା ସମାଲୋଚନା କରିଛି ଭାରତ। ସେମାନଙ୍କ ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ ଏବଂ ମିସଲିଡିଂ ବୋଲି ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ଓଆଇସି ପକ୍ଷରୁ ଦିଲ୍ଲୀର ହିଂସାକୁ ‘ମୁସଲିମ୍ ବିରୋଧୀ’ ବୋଲି କୁହାଯାଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ରବୀଶ କୁମାର କହିଛନ୍ତି, “ଓଆଇସିର ମନ୍ତବ୍ୟ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ, ସିଲେକ୍ଟିଭ୍ ଏବଂ ମିସଲଡିଂ। ଶାନ୍ତି ଫେରାଇ […]