ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ତାହିରଙ୍କ ନାଁରେ ହିଂସା ଘଟାଇବା ଅଭିଯୋଗ ରହିଛି। ତାହିରଙ୍କ ଘରଠାରୁ ଅଳ୍ପ ଦୂରରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଅଙ୍କିତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ତାହିରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାହିରଙ୍କ ଘର ଉପରୁ ବୋମା, […]
ଭୁବନେଶ୍ୱର : ଗୁଗଲ୍ ଟ୍ରାନ୍ସଲେଟ୍ର୍ରେ ଏବେ ଆପଣ ଇଂରାଜୀ ଓ ହିନ୍ଦୀରୁ ଓଡ଼ିଆ ଭାଷାକୁ ଅନୁବାଦ କରିପାରିବେ। କେବଳ ଇଂରାଜୀ କାହିଁକି ଅନ୍ୟ ଭାଷାକୁ ବି ଆପଣ ଓଡ଼ିଆରେ ଅନୁବାଦ କରିପାରିବେ। ଆମେରିକା ଭିତ୍ତିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ର ଟ୍ରାନ୍ସଲେସନ୍ ବା ଅନୁବାଦ ଏବେ ଓଡ଼ିଆ ଭାଷା ମଧ୍ୟ ଯୋଡ଼ି ହୋଇଛି। ଗୁଗଲ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଓଡ଼ିଆ ସମେତ ମୋଟ ୫ଟି ନୂଆ ଭାଷାରେ ଏହି ସୁବିଧା ରହିଛି। ଏବେ ଇଂରାଜୀରୁ ହିନ୍ଦୀ, […]
ନୂଆଦିଲ୍ଲୀ: କଳାପଟାରେ ସ୍ୱପ୍ନ ଦେଖିବା ଶିଖାଉଥିବା ସ୍କୁଲ୍ କାନ୍ଥ ଏବେ ଦଙ୍ଗାର ନିଆଁରେ କଳାକାଠ। ବହି ଓ ବେଞ୍ଚ ସବୁ ଏବେ ପାଉଁଶ। ରବିବାରଠାରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଲାଗିରହିଥିବା ଦଙ୍ଗାରେ ଏକ ସ୍କୁଲ କୋଠା ମଧ୍ୟ ପୋଡ଼ିବାକୁ ପଛାଇନାହାନ୍ତି ଦୃର୍ବୃତ୍ତ। ପଥରମାଡ଼ ଏବଂ ଅନ୍ୟ ଅକଥନୀୟ ଆକ୍ରମଣରେ ୩୦ ଜଣରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି ଏବଂ ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ବ୍ରିଜପୁରୀ ରୋଡ୍ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍କୁଲ ପୋଡ଼ିର ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ […]
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦରବାରରେ ପହଞ୍ଚିଲା ଦିଲ୍ଲୀ ହିଂସା ପ୍ରସଙ୍ଗ। କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏସମ୍ପର୍କିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳ ପଦଯାତ୍ରା କରି ରାଷ୍ଟ୍ରପତି ଭବନକୁ ଯାଇଥିଲା ଦିଲ୍ଲୀର ଭୟଙ୍କର ହିଂସା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ନିଷ୍କ୍ରିୟତା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ […]
ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ କ୍ଷୁବ୍ଧ ହେଲେ ଦିଲ୍ଲୀ କୋର୍ଟ ଓ ସୁପ୍ରିମକୋର୍ଟ। ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବାବେଳେ ହାଇକୋର୍ଟ ମଧ୍ୟ ଦିଲ୍ଲୀ ପୋଲିସ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏପଟେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି। ସ୍ଥିତି ପାଇଁ ବିଜେପି ଓ କେନ୍ଦ୍ର ସରକାରକୁ ଦାୟୀ କରି କଂଗ୍ରେସ ଗୃହ ମନ୍ତ୍ରୀଙ୍କ ଉସ୍ତଫା ଦାବି କରିଛି। ଆପ […]
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍ ପକ୍ଷରୁ ‘ଶୁଟ ଆଟ ସାଇଟ୍’ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ […]
ନୂଆଦିଲ୍ଲୀ: ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଠି ଥାପୁଡ଼େଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରଂପ। ସିଏଏ ପ୍ରସଙ୍ଗରେ ମତ ଦେଇ କହିଛନ୍ତି ଯେ ଭାରତରେ ଧାର୍ମିକ ସ୍ୱାଧୀନତା ରହିଛି। ତେଣୁ ଏହାକୁ କିପରି ସମାଧାନ କରାଯାଇ ପାରିବ ତାହା ଭାରତ ଉପରେ ନିର୍ଭର କରେ ବୋଲି ଟ୍ରମ୍ପ କହିଛନ୍ତି। ସିଏଏ ପ୍ରସଙ୍ଗରେ ବି ଟ୍ରମ୍ପ ମତ ରଖିଛନ୍ତି। ସେ କହିଛନ୍ତି, “ଧାର୍ମିକ ସ୍ୱାଧୀନତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନେକ କାମ କରୁଥିବା ମୋତେ କହିଛନ୍ତି। ଆମେ ସିଏଏ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଉଗ୍ର ହୋଇଛି ନାଗରିକତା ଆଇନ ବିରୋଧୀ ନିଆଁ। ଲଗାତାର ତୃତୀୟ ଦିନ ପାଇଁ ଅଶାନ୍ତ ରହିଛି ଉତ୍ତର ପୂର୍ବ ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଘଟିଥିବା ସଂଘର୍ଷରେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୫୬ ଜଣ ପୁଲିସ୍ କର୍ମଚାରୀଙ୍କ ସହିତ ଶହେରୁ ଅଧିକ ଆହତ ହୋଇଛନ୍ତି। କିଛି ଅଞ୍ଚଳରେ ମାସେ ଯାଏ ୧୪୪ ଧାରା ଜାରି କରାଯାଇଛି ଗୃହମନ୍ତ୍ରୀ ଅମିତ୍ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ […]
ନୂଆଦିଲ୍ଲୀ: ର୍ନିଭୟା ଦୋଷୀମାନଙ୍କୁ ଏକାଠି ଫାଶି ଦିଆଯିବ ନା ଅଲଗା ଅଲଗା, ସେ ନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସୁପ୍ରିମ କୋର୍ଟ ଶୁଣାଣି କରିବେ। କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମିଳିତ ଆବେଦନ ଉପରେ ଶୁଣାଣି କରି ପରବର୍ତ୍ତୀ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟଙ୍କ ଏହି ଶୁଣାଣି ପରେ ମାର୍ଚ୍ଚ ୩ ତାରିଖରେ ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶି ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଦୋଷୀ ମୁକେଶ, […]
ପାଟନା: କେନ୍ଦ୍ର ସରକାର ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଙ୍କେତ ଦେବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ହେଲେ ଏବେ ବିଜେପିର ବିହାର ସହଯୋଗୀ ତଥା କ୍ଷମତାସୀନ ଜେଡିୟୁ ବିହାର ବିଧାନସଭାରେ ଆଜି ଏନଆରସି ବିରୋଧୀ ସଂକଳ୍ପ ପାରିତ କରିଛି। ଅର୍ଥାତ ବିହାରରେ କେବେ ହେଲେ ବି ଏନଆରସି ଲାଗୁ ହେବନାହିଁ ବୋଲି ଗୃହୀତ ସଂକଳ୍ପରେ କୁହାଯାଇଛି। ସେହିପରି ବିହାରରେ ଏନପିଆର ଲାଗୁ ହେବ। ହେଲେ ୨୦୧୦ରେ ଲାଗୁ ହେଉଥିବା ନିୟମ ଅନୁସାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏକୁ ନେଇ ଜଳୁଥିବା ହିଂସାକାଣ୍ଡର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆଜି ଆକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀର ଏକ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ଗୁଳିମାଡ଼ ହୋଇଛି। ସେହିପରି ଜାତୀୟ ଗଣମାଧ୍ୟମ ଏନଡିଟିଭିର ୩ ଜଣ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନଙ୍କୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ମାଡ଼ ମାରିଛନ୍ତି। ଆକ୍ରମଣରେ ଆହତ ସାମ୍ବାଦିକମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକ ରହିଛନ୍ତି। ସ୍ଥାନୀୟ ଜେକେ ୨୪/୭ ଚ୍ୟାନେଲର ଆକାଶ ମୌଜପୁର […]
ବେଜିଂ: କରୋନା ଭାଇରସରେ ଆକ୍ରାନ୍ତରେ ଚୀନ୍ରେ ପୁଣି ଶହେରୁ ଅଧିକ ଲୋକ ପ୍ରାଣ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି। ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୮ ଜଣ ନୂଆ ଲୋକ କରୋନାରେ ଆକ୍ରାନ୍ତ […]
ନୂଆଦିଲ୍ଲୀ: ଦିଲ୍ଲୀରେ ସଂଗଠିତ ହିଂସା ପାଇଁ କିଛି ବାହାର ଲୋକ ହିଁ ଦାୟୀ। ସେମାନେ ଦିଲ୍ଲୀକୁ ଆସି ହିଂସାକାଣ୍ଡ ଘଟାଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ହିଂସା ପ୍ରବଣ ଅଞ୍ଚଳର ବିଧାୟକମାନେ। ଆଜି ଗୃହମନ୍ତ୍ରୀଙ୍କ ବୈଠକ ପୂର୍ବରୁ କେଜରିଓ୍ୱାଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଯେଉଁଠି ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ବିଧାୟକ ଯୋଗଦେଇଥିଲେ। ଶାନ୍ତି ବଜାଏ ରଖିବା ସହ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସୀମାକୁ ସିଲ୍ ରଖିବାକୁ ଯୋଜନା କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତି କରିଥିବା କେଜରୀୱାଲ୍ କହିଛନ୍ତି।ତେବେ ପ୍ରତିଷେଧକମୂଳକ […]
ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ସ୍କୁଲ ବୁଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଦକ୍ଷିଣ ଦିଲ୍ଲୀର ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିଛନ୍ତି ମେଲାନିଆ। ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀ ହାତରେ ପ୍ଲାକାଡ ଧରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ସ୍କୁଲକୁ ନିଆଯାଇଥିଲା। ଆଜି ସକାଳେ ମେଲାନିଆ ଦକ୍ଷିଣ ଦିଲ୍ଲୀର ମୋତି ବାଗ ଠାରେ ଥିବା ସର୍ବୋଦୟ କୋ […]
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତିଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଛି। ବିଚାରପତି ମାନଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଥିବାରୁ ସେମାନେ କୋର୍ଟ କାର୍ଯ୍ୟରେ ଯୋଗଦେଇ ପାରୁନାହାନ୍ତି। ଆଜି ସୁପ୍ରିମକୋର୍ଟକୁ ସୂଚନା ଦେଇ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକଥା କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆଜି କୋର୍ଟ ପ୍ରୋସେଡିଂ ବେଳେ କହିଛନ୍ତି ଯେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ଆମର ୬ […]
ନୂଆଦିଲ୍ଲୀ: ଟ୍ରମ୍ପଙ୍କର ଭାରତ ଗସ୍ତକୁ ନେଇ ଲାଭ କ୍ଷତିର ହିସାବ କିମ୍ବା କେଉଁ ସିକ୍ରେଟ୍ ଡିଲ୍ ହେବା ନେଇ ପ୍ରଶ୍ନ ଉଠିଥିବା ବେଳେ ଆଜି ଆମେରିକା ଓ ଭାରତ ମଧ୍ୟରେ ୩ ଶହ କୋଟି ଡଲାରର ଚୁକ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହାଇଦ୍ରାବାଦ ହାଉସରେ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ଏଥିରେ ଆତଙ୍କବାଦ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କ ଉପରେ […]
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାରକୁ ସ୍ୱାଗତ ଲାଗି ଶେଷ ପ୍ରସ୍ତୁତି ଚାଲିଛି। ଏଥିପାଇଁ ପ୍ରସ୍ତୁତ ଅହମ୍ମଦାବାଦ୍ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ। ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଅତି ସୁନ୍ଦର ଭାବେ ସଜା ଯାଇଛି। ସେହିପରି ଗଦା ଗଦା ଫୁଲରେ ସଜେଇ ହୋଇଛି ସାବରମତି ଆଶ୍ରମ। ସାବରମତି ରିଭରଫ୍ରଣ୍ଟକୁ ବି ଚକାଚକ୍ କରାଯାଇଛି। ବିଶ୍ୱର ସର୍ବବହତ କ୍ରିକେଟ ଷ୍ଟାଡିୟମ ମୋଟେରାରେ ଅନୁଷ୍ଠିତ ହେବ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଉଭୟ ଭାରତୀୟ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ହଜାର ହଜାର ଟନ୍ ସୁନା ଗଛିତ ଅଛି ବୋଲି ଯେଉଁ ଖବର ଦୁଇଦିନ ହେଲା ଶୁଣିବାକୁ ମିଳୁଛି, ତାହା ମିଛ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସ୍ପଷ୍ଟ କରିଛି। କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜିଏସ୍ଆଇର ମହାନିର୍ଦ୍ଦେଶକ ଏମ୍. ଶ୍ରୀଧର କହିଛନ୍ତି ଯେ, ସୋନଭଦ୍ରରେ ସୁନା ଗଛିତ ନେଇ କୌଣସି ପ୍ରକାର ଆକଳନ ହୋଇନାହିଁ। ଏନେଇ ଜିଏସ୍ଆଇ ପକ୍ଷରୁ କେବେ ବି କାହାକୁ କୁହାଯାଇ ନାହିଁ ବୋଲି ଶ୍ରୀଧର […]
ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର। ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର […]
ନୂଆଦିଲ୍ଲୀ: ସିଓଟିପିଏ ଆଇନ୍ରେ ତମାଖୁ ସେବନ ନେଇ ଥିବା ଆଇନ୍କୁ ପରିବର୍ତ୍ତନ କଲେ ବାପା ମା ବି ପିଲାକୁ ତମାଖୁ ଆଣିବା ପାଇଁ ପଠାଇ ପାରିବେ ନାହିଁ। ଏଥିସହିତ ୨୧ ବର୍ଷରୁ କମ୍ ବୟସର ପିଲା ତମାଖୁ ସେବନ କଲେ ଜୋରିମାନ ସହିତ ଦଣ୍ଡ ଭୋଗିବେ। ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। […]
ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏକ ଶୋଭାଯାତ୍ରା ସମୟରେ ପଥର ମାଡ଼ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଜାଫ୍ରାବାଦ୍ ନିକଟବର୍ତ୍ତୀ, ଯେଉଁଠାରେ ଏବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲୁ ରହିଛି। ତେବେ ମୌଜପୁରଠାରେ ବିଜେପି ନେତା କପିଲ ମିଶ୍ରା ସିଏଏ ସମର୍ଥନରେ ରାଲି କରିବା ପରେ ବିବାଦ ବଢ଼ିଯାଇଛି। ଏବେ ପରିସ୍ଥିତିକୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ପୁଲିସ୍ ମୂତୟନ କରାଯାଇଛି। ସେହି ଅଞ୍ଚଳ ସମେତ ସମସ୍ତ ଡିସିପି […]
ଚେନ୍ନାଇ: କୁଖ୍ୟାତ ଅପହରଣକାରୀ, ହାତୀ ଦାନ୍ତ ମାଫିଆ, ଚନ୍ଦନ ଦସ୍ୟୁ ବୀରାପ୍ପାନର ଝିଅ ବିଧ୍ୟା ରାଣୀ ବିଜେପିରେ ଯୋଗଦେଇଛନ୍ତି। ତାମିଲନାଡ଼ୁର କ୍ରିଷ୍ଣଗିରିଠାରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କ ସହ ଅନ୍ୟ ୧୦୦୦ କର୍ମୀ ମଧ୍ୟ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ପିଏମ୍କେର କର୍ମୀ ମଧ୍ୟ ଅଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସବୁରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ […]