ଅମୃତସର: ପଞ୍ଜାବର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚର ନିର୍ଦ୍ଦେଶକ ଜଗତା ରାମ କହିଛନ୍ତି, “ବୁଧବାର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ […]
ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଗୋରଖନାଥ ମନ୍ଦିରରେ ଯଜ୍ଞ ସହ ମନ୍ତ୍ର ପାଠ କରାଯାଇଛି। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ ଏହି ଯଜ୍ଞକାମ ସମ୍ପନ୍ନ ହୋଇଛି। ଏହି ଶାନ୍ତି ଯଜ୍ଞରେ ୫୧ […]
ନୂଆଦିଲ୍ଲୀ: ପୁଣିଥରେ ଭାରତରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁରୁଗ୍ରାମରେ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେଆ ୧୫୯ରେ ପହଞ୍ଚିଛି। ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତେବେ ସେମାନଙ୍କ ରକ୍ତ ନମୁନାକୁ ଅଧିକ ପରୀକ୍ଷା ପାଇଁ ସୱାଇ ମାନସିଂ ହସ୍ପିଟାଲକୁ ପଠାଯାଇଛି। ସେହିପରି ମହାରାଷ୍ଟ୍ରର ପିମପିର ଛିଞ୍ଚୱାଡରେ ଜଣେ ୨୧ ବର୍ଷୀୟ ଯୁବକଙ୍କ […]
ନୂଆଦିଲ୍ଲୀ: ବିଶ୍ୱ ଶତ୍ରୁ କରୋନାକୁ ହରାଇବା ପାଇଁ, ରିତିମତ୍ ଯୁଦ୍ଧ ଚଳାଇଛି ଭାରତ। ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା, ସଚେତନତା ଓ ସାମାଜିକ ଦୂରତ୍ୱ। ଟ୍ରେନ୍, ଷ୍ଟେସନ୍, ବସ୍ ଆଉ ବସ୍ ଷ୍ଟାଣ୍ଡ୍ ସବୁଠି କରୋନା ସତର୍କତା। ଦେଶର ପାର୍ଲାମେଣ୍ଟରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସ୍ଥାନ, ସାନିଟାଇଜର ସ୍ପ୍ରେ ସହ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି। ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ବି ନିଜ ଶରୀରର ତାପମାତ୍ରା ଯାଞ୍ଚ କରାଇ ନେଇଛନ୍ତି। […]
ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି। ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ସେହି ଡାକ୍ତରଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯିବ ବୋଲି ଗୁଲବର୍ଗାରେ ଡେପୁଟି କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଗୁଲବର୍ଗାରେ କରୋନା ସଂକ୍ରମଣରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା। ସାଉଦି […]