ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ପୂରା ଶକ୍ତି ଲଗାଇଦେଇଥିବା ଭାରତୀୟ ଜନତା ପାର୍ଟିର ପରାଜୟ କାରଣ ନେଇ ଏହି ଦଳର ଦିଲ୍ଲୀ ୟୁନିଟ୍ ମୁଖ୍ୟ ମନୋଜ ତିୱାରୀ ମୁହଁ ଖୋଲିଛନ୍ତି। ଦଳ ‘ହେଟ୍ ସ୍ପିଚ୍’ ବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ହାରିଥିବା ମନୋଜ ସ୍ୱୀକାର କରିଛନ୍ତି। ଜାତୀୟ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ କାର୍ଯ୍ୟକ୍ରମରେ ସେ ବିଜେପି ହାରିବାର ବିଭିନ୍ନ କାରଣ ବାବଦରେ କହିଛନ୍ତି। ତେବେ ଏହା ମଧ୍ୟରେ ପ୍ରମୁଖ ଥିଲା ‘ହେଟ୍ ସ୍ପିଚ୍’। ସେ କେନ୍ଦ୍ରମନ୍ତ୍ରୀ […]
ନୂଆଦିଲ୍ଲୀ: ଭାରତ ଗସ୍ତ ଅବସରରେ ସିଏଏ ଏବଂ ଏନଆରସି ପ୍ରସଙ୍ଗରେ ଚର୍ଚ୍ଚା କରିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ ଆମେରିକା ପ୍ରଶାସନ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଭାରତର ଗଣତନ୍ତ୍ର ଓ ଏହାର ସାମ୍ବିଧାନୀକ ଅନୁଷ୍ଠାନକୁ ବେଶ୍ ସମ୍ମାନ ଜଣାଏ ଆମେରିକା। ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେରିକା ସବୁବେଳେ ସମର୍ଥନ ଦେବ ବୋଲି ହ୍ୱାଇଟ […]
ନୂଆଦିଲ୍ଲୀ: ଦୋଷୀ ବିନୟ ଶର୍ମାଙ୍କ ମାନସିକ ବିକୃତି ନେଇ ହୋଇଥିବା ପିଟିସନ୍କୁ ଖାରଜ୍ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଯାହାକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି। ଅନ୍ୟପଟେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ। ଦୋଷୀମାନଙ୍କୁ ପରିବାରବର୍ଗଙ୍କ ସହିତ ଶେଷଥର ଭେଟ କରାଇବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ୪ […]
ଭୁବନେଶ୍ୱର: ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପରିବର୍ତ୍ତେ ହିନ୍ଦୀ ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ […]
ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଯୋଗାଇ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ପୂର୍ବରୁ ଏହି ଜମି ଗ୍ରହଣକୁ ନେଇ ବିବାଦ ଚାଲଥିବା ବେଳେ ଆଜି ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏହି ଜମିକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛି। ବୋର୍ଡର ଅଧ୍ୟକ୍ଷ ଜୁଫାର ଫାରୁକି କହିଛନ୍ତି, “ଜମି ପ୍ରଦାନକୁ ଅଗ୍ରାହ୍ୟ କରିବାର ଅଧିକାର କେବେ ହେଲେ ମୋର ନାହିଁ। କାରଣ ଜମି ଗ୍ରହଣ […]
ନୂଆଦିଲ୍ଲୀ: ଷାହୀନବାଗ ବିକ୍ଷୋଭକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସ ଭବନକୁ ଯାଇ ଭେଟିବାକୁ ଅନୁମତି ଦେଲାନି କି ଦିଲ୍ଲୀ ପୁଲିସ। ପ୍ରାୟ ୫ ହଜାର ବିକ୍ଷୋଭକାରୀ ପାଦରେ ଚାଲି ଚାଲି ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ଏତେମାତ୍ରାରେ ବିକ୍ଷୋଭାକାରୀଙ୍କୁ ଦିଲ୍ଲୀ ପୁଲିସ୍ ଅନୁମିତି ଦେଇନଥିବା ଶୁଣିବାକୁ ମିଳୁଛି। ଦିଲ୍ଲୀ ପୁଲିସ କହିବା ଅନୁସାରେ, ଶନିବାର ଅପରାହ୍ଣ ୩ଟା ବେଳେ ଶାହୀନବାଗର ବିକ୍ଷୋଭାକାରୀଙ୍କ ଏକ ଦରଖାସ୍ତ ଦିଲ୍ଲୀ ପୁଲିସ୍ ମୁଖ୍ୟାଳୟକୁ […]
ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ଥିବା କ୍ୟାଡର ମାଓବାଦୀ ଅଶୋକ ବାହନ୍ଦା ଓରଫ୍ ବୋକେୟା ବାହନ୍ଦାଙ୍କୁ ଗିରଫ କରିଛି ଝାରଖଣ୍ଡ ପୁଲିସ। ଅଶୋକ ଓ ତାର ସହଯୋଗୀ ପୋଲିସ ଓ ଯବାନଙ୍କୁ ଟାର୍ଗେଟ କରି ଟିମରା ପିକେଟି ରାସ୍ତାରେ କ୍ୟାନ୍ ବୋମା ଲଗାଇବାକୁ ଯୋଜନା କରୁଥିଲେ। ବିସ୍ପୋରକ ଖଞ୍ଜିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀ ଖବର ପାଇ ଚଢ଼ାଉ କରିଥିଲେ। ସୁରବେୟା ଜଙ୍ଗଲରେ ଥିବା ପିକେଟକୁ ଲୁଟିବା ପାଇଁ ଏହି ଯୋଜନା କରାଯାଉଥିଲା। ଘଟଣାରେ ଦୁର୍ଦ୍ଧାନ୍ତ ମାଓ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜିଠୁ ପୁଣି ଥରେ ଚାଲିବ କେଜରିୱାଲ୍ଙ୍କ ସରକାର। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିୱାଲ୍। ଏଥିପାଇଁ ଦିଲ୍ଲୀର ରାମଲୀଳା ମୈଦାନରେ ବ୍ୟାପକ ଆୟୋଜନ ହୋଇଛି। ଏଥିସହିତ ଦିଲ୍ଲୀର ଜନତାଙ୍କୁ ଧନ୍ୟବାଦ ଜଣାଇ ଅରବିନ୍ଦ କେଜ୍ରିୱାଲ୍ଙ୍କ ଫଟୋ ସହିତ ‘ଧନ୍ୟବାଦ ଦିଲ୍ଲୀ’ ଲେଖା ଥିବା ଏକ ବଡ଼ ବ୍ୟାନର ଲାଗିଛି। କେଜରିୱାଲଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଗତ କ୍ୟାବିନେଟରେ ମନ୍ତ୍ରୀ ଥିବା ମନିଷ ସିସୋଦିଆ, […]
କର୍ଣ୍ଣାଟକା: ରାଜ୍ୟରେ ପୋଲିସର ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ବେଙ୍ଗଳୁରୁରେ କଂଗ୍ରେସର ଆନ୍ଦୋଳନ ଚାଲିଥିବାବେଳେ ବିରୋଧୀ ଦଳ ନେତା ସିଦ୍ଦରମୈୟାଙ୍କୁ ଅଟକ ରଖିଛି ପୋଲିସ। ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁରାଓଙ୍କ ସମେତ ଅନ୍ୟ ନେତାଙ୍କୁ ଅଟକ ରଖିଛି ପୋଲିସ। ଆନ୍ଦୋଳନବେଳେ ଗୁଣ୍ଡୁ ରାଓ ବେଙ୍ଗଳୁରୁ ଗ୍ରାମାଞ୍ଚଳ ସାଂସଦ ଡି. କେ. ସୁରେଶ ବ୍ୟାରିକେଡ୍ ଡେଇଁବାକୁ ଉଦ୍ୟମ କରିଥିଲେ। ସକାଳେ ଗାନ୍ଧି ପ୍ରତିମୂର୍ତ୍ତି ପାଖରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ହେଲେ ରାସ୍ତାରେ ପୋଲିସ ଏହାକୁ ଅଟକାଇବା ସହ […]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର। ଫେବ୍ରୁଆରି ୩ରେ ଦିଲ୍ଲୀ ନିର୍ବାଚନ ପ୍ରଚାର ପୂର୍ବରୁ ଜାଭଡ଼େକର ଦେଇଥିବା ବୟାନକୁ ଏବେ ସେ ନିଜେ ଖଣ୍ଡନ କରିଛନ୍ତି। ପ୍ରଥମତଃ ସେ ଏଭଳି କିଛି କହିନାହାନ୍ତି, ଦ୍ୱିତୀୟରେ ଦିଲ୍ଲୀରେ କଂଗ୍ରେସ ପୂରା ମୂଳପୋଛ ହୋଇଗଲା ବୋଲି ଆଜି ପୁଣେରେ ଜାଭଡ଼େକର କହିଛନ୍ତି। ପ୍ରଥମେ ବିଜେପି ସାଂସଦ ପରବେଶ ବର୍ମା ଜାନୁଆରି ୨୫ରେ କେଜରିଓ୍ୱାଲଙ୍କୁ ଆତଙ୍କବାଦୀ କହିଥିଲେ। କେବଳ […]
ଗାନ୍ଧିନଗର: ଗୁଜରାଟ ଭୂଜର ଶ୍ରୀ ସହଜାନନ୍ଦ ଗାର୍ଲସ ଇନଷ୍ଟିଟ୍ୟୁଟ୍ ହଷ୍ଟେଲରେ ଛାତ୍ରୀମାନଙ୍କୁ ଉଲଗ୍ନ କରାଇବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଭୂଜ ପୋଲିସ ପକ୍ଷରୁ ଇନଷ୍ଟିଟ୍ୟୁଟର ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସ୍ୱାମୀ ନାରାୟଣ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି କଲେଜର ହଷ୍ଟେଲରେ ୧୩ ତାରିଖ ଦିନ ଅଭାବନୀୟ ଘଟଣା ଘଟିଥିଲା। […]
ଭୁଜ୍: ଗୁଜରାଟର ଏକ କଲେଜ୍ରେ ୬୮ ଜଣ ଛାତ୍ରୀଙ୍କୁ ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ସେମାନେ ଏପରି କରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି। ଶ୍ରୀ ସହଜାନନ୍ଦ ଗାର୍ଲ୍ସ୍ ଇନ୍ଷ୍ଟିଚ୍ୟୁଟ୍ରେ ଏପରି ଘଟିଛି। ଏହି କଲେଜ୍ଟି କ୍ରାନ୍ତିଗୁରୁ ଶ୍ୟାମାଜୀ କୃଷ୍ଣ ବର୍ମା କଚ୍ଛ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଛି। ଉକ୍ତ କଲେଜ୍ର ହଷ୍ଟେଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ଆଣିଥିଲେ, କିଛି ଛାତ୍ରୀ ଋତୁସ୍ରାବ ସମୟରେ ଧାର୍ମିକ ନିୟମର […]
ନୂଆଦିଲ୍ଲୀ: ଚୀନ୍ରେ ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୫ଶହ ଟପିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ପାର ହୋଇଗଲାଣି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ହୁବାଇ ଅଂଚଳର। ଏପଟେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ନେପାଳ, ଭୁଟାନ ଓ ଚୀନ ସୀମାରେ କାର୍ଯ୍ୟ କରୁଥିବା ଆଇଟିବିପି ଓ ଏସଏସବିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିମାନବନ୍ଦର ଗୁଡ଼ିକରେ ସତର୍କମୂଳକ ପଦକ୍ଷେପ ନେବାକୁ ଗୃହମନ୍ତ୍ରାଳୟ ପକ୍ଷରୁ […]
ନୂଆଦିଲ୍ଲୀ: ପୂର୍ବଥର ଭଳି ଏଥର ବି ‘ଆପ୍’ ଦିଲ୍ଲୀରେ ବହୁମତରେ ସରକାର ଗଢ଼ିବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଆମ ଆଦମୀ ପାର୍ଟି ସରକାର ଗଠନ କରିବ। ଏହି ଦିନ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ତେବେ ତାଙ୍କ ଶପଥ ପାଠ ଉତ୍ସବରେ କେବଳ ଦିଲ୍ଲୀ ଜନତାଙ୍କୁ ନିମନ୍ତ୍ରଣ ରହିଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ନିମନ୍ତ୍ରଣ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍। […]
ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ ନିମନ୍ତ୍ରଣ ଜଣାଇଛନ୍ତି। ହାର୍ଟ ଚିତ୍ରରେ ଫୁଲ ସଜାଇ ବିକ୍ଷୋଭକାରୀମାନେ ମୋଦିଙ୍କ ନାଁ ଲେଖିଛନ୍ତି। ଏଥିରେ ଲେଖାଯାଇଛି ଯେ “ପ୍ରଧାନମନ୍ତ୍ରୀ ମୋଦି ଦୟା କରି ଶାହୀନ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କାହିଁକି ଦୀର୍ଘ ୬ ମାସ ହେଲା ଅଟକ ରଖାଯାଇଛି ଏବଂ ତାଙ୍କ ନାଁରେ କାହିଁକି ପିଏସ୍ଏ ଲାଗୁ କରାଯାଇଛି ଏକଥା ଜାଣିବା ପାଇଁ ଆଜି କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଓମାର ଅବଦୁଲ୍ଲାଙ୍କ ଭଉଣୀ ଅଟକ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଓମାରଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା। ସୁପ୍ରିମକୋର୍ଟ ୩ ଦିନ ଏହାର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରିଦେଇଛନ୍ତି। ଅର୍ଥାତ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ […]
ନୂଆଦିଲ୍ଲୀ: ଭେଣ୍ଟିଲେଟର ରହି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛନ୍ତି ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଟିଇଆରଆଇର ମୁଖ୍ୟ ଆରକେ ପାଚୌରୀ। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହାର୍ଟ ଆଟାକର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ପୂର୍ବରୁ ଏହି ଏସର୍କଟ ହାର୍ଟ ଇନଷ୍ଟିଚ୍ୟୁଟରେ ପାଚୌରୀଙ୍କ ଓପନ […]
ନୂଆଦିଲ୍ଲୀ: ଦିଲ୍ଲୀ ହାରିବା ପରେ କମିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ରୁଆପ। ଦିଲ୍ଲୀ ପରାଜୟର ଦିନକ ପରେ ବିଜେପି ଚାଣକ୍ୟ ଅମିତ୍ ଶାହ ବଡ଼ ବୟାନ ଦେଇଛନ୍ତି। ଦଳୀୟ ନେତାଙ୍କୁ ଗୋଲି ମାରୋ ଓ ଭାରତ–ପାକ୍ ମ୍ୟାଚ୍ ମନ୍ତବ୍ୟ ଦେବାର ନଥିଲା ବୋଲି ଶାହ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପଶ୍ଚିମ ଦିଲ୍ଲୀ ସାଂସଦ ପରବେଶ ବର୍ମା ଓ ଦିଲ୍ଲୀ ମଡେଲ ଟାଉନ ପ୍ରାର୍ଥୀ କପିଲ ମିଶ୍ରଙ୍କ ଭଳି […]
ନୂଆଦିଲ୍ଲୀ: ଅରବିନ୍ଦ କେଜରିଓ୍ୱାଲ୍ଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବେ ଜୁନିଅର କେଜରିଓ୍ୱାଲ। ଦିଲ୍ଲୀ ନିର୍ବାଚନରେ ଆପ୍ର ବିଜୟ ପରେ ସଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ବେବି ମଫଲର୍ମ୍ୟାନ୍ ଶପଥ ଗ୍ରହଣ ସମାରୋହକୁ ଆପ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି। ଦିଲ୍ଲୀ ଭୋଟ୍ ଗଣତି ଦିନ କେଜରିଓ୍ୱାଲଙ୍କ ଗେଟ୍ଅପ୍ରେ ଦେଖିବାକୁ ମିଳିଥିଲା ଜଣେ କୁନି ଶିଶୁଙ୍କୁ। ଆସନ୍ତା ରବିବାର ରାମଲୀଳା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ମଧ୍ୟ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ପୁଣି ତେଜିଲା ମହଙ୍ଗା ବିରୋଧୀ ପ୍ରତିବାଦ। ଗଲା କିଛି ଦିନ ଧରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଚଢ଼ା ଦରକୁ ନେଇ ସାଧାରଣ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଗତକାଲି ଗ୍ୟାସ୍ ଦରରେ ପ୍ରାୟ ଦେଢ଼ଶହ ଟଙ୍କା ବୃଦ୍ଧିକୁ ନେଇ ପୁଣି ଅଣନିଶ୍ୱାସୀ ହୋଇଛନ୍ତି ଜନତା। ଅଣସବ୍ସିଡି ଗ୍ୟାସ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ପରେ ଆଜି ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ଦିଲ୍ଲୀ, ଲକ୍ଷ୍ମୌ, କୋଲକାତା ସବୁଠି ଗ୍ୟାସ୍ ସିଲିଣ୍ଡର […]