ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶେଷ ତଥା ୪ର୍ଥ ଦୋଷୀ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିବା ପରେ ଏବେ ଫାଶୀ ପ୍ରକ୍ରିୟାକୁ ପୁଣିଥରେ ତିହାର ଜେଲ କର୍ତ୍ତୃପକ୍ଷ ତ୍ୱରାନ୍ୱିତ କରିଛନ୍ତି। ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ଆଜି ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟରେ ନୂଆ ଡେଥ ୱାରେଣ୍ଟ ଜାରି କରିବାକୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ୪ ଦୋଷୀଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତାକାଲି […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାରରେ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସମର୍ଥନ କରୁଥିବା ୧୦ ବିଧାୟକ କ୍ୟାମ୍ପ ବଦଳାଇବା ଓ ପରେ ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ରାତି ଅଧରେ ରେସ୍କ୍ୟୁ କରିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ୧୦ ବିଧାୟକ ବିଜେପି ଦ୍ୱାରା ପ୍ରଲୋଭିତ ହୋଇ ହରିଆଣାର ଗୁରୁଗ୍ରାମରେ ଥିବା ମାନସେର ହୋଟେଲକୁ ଚାଲିଯାଇଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କଂଗ୍ରେସ ସରକାରଙ୍କ ଚୌକି ଟଳମଳ ହେବା ଆରମ୍ଭ […]
ଶ୍ରୀନଗର: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ସୋଶାଲ ମିଡିଆ ଉପରେ ଲାଗିଥିବା ରହିତାଦେଶକୁ ଆଜି ପ୍ରଶାସନ ଉଠାଇ ଦେଇଛି। ଅର୍ଥାତ ଅଗଷ୍ଟ ୫ରୁ ସୋଶାଲ ମିଡିଆ ବ୍ୟବହାରରୁ ବଞ୍ଚିତ ଲୋକମାନେ ଏଣିକି ଏହାର ଫାଇଦା ଉଠାଇପାରିବେ। ତେବେ ୩ଜି କିମ୍ବା ୪ଜି ଇଣ୍ଟରନେଟ୍ ସେବା କାଶ୍ମୀରବାସୀଙ୍କୁ ମିଳିବ ନାହିଁ। ସେମାନେ କେବଳ ୨ଜି ଇଣ୍ଟରନେଟ ସେବା ବ୍ୟବହାର କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଆବେଦନକୁ ଖାରଜ୍ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ପବନର ଅବେଦନକୁ ଖାରଜ୍ କରିଛନ୍ତି ରାଷ୍ଟ୍ରପତି। ଦିଲ୍ଲୀ ସରକାର ପବନର ରାଜକ୍ଷମା ଆବେଦନ ଖାରଜ କରିବା ପାଇଁ ପୂର୍ବରୁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀର ଜଣେ ୨୩ ବର୍ଷୀୟ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପବନ ପୂର୍ବରୁ ଅନ୍ୟ ୩ ଦୋଷୀ ମଧ୍ୟ […]
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପୁଲିସ୍ ଉପରକୁ ଗୁଳି ଚଳାଇଥିବା ଶାହାରୁଖ ପଠାନ ଆଜି ଗିରଫ ହେବା ପରେ ତା ମନରେ ଥିବା ବିଷ ଓଗାଳିଛି। ସେଦିନ ତାର ଗୁଳି ଚଳାଇବା କ୍ରିୟାର ପ୍ରତିକ୍ରିୟା ବୋଲି କହିଛି ୨୩ ବର୍ଷୀୟ ଶାହାରୁଖ । ଦିଲ୍ଲୀ ଦଙ୍ଗାରେ ଜାଫ୍ରାବାଦ୍ର ମୈଜାପୁରରେ ଶାହରୁଖ ଜଣେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ସେତେବେଳେ ସିଏ ଖୁବ୍ ରାଗରେ ଥିଲେ। ଏହି କାରଣରୁ ସେ ହଠାତ୍ ପ୍ରତିକ୍ରିୟାଶୀଳ ହୋଇ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା […]
ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା […]
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମଧ୍ୟାହ୍ଣ ସମୟରେ ସଂସଦ ଭବନରେ ହିଁ ମୋଦି ଓ କେଜ୍ରିୱାଲଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ବୈଠକ ହୋଇଛି। ଏହି ବୈଠକରେ କେଜ୍ରିୱାଲ ଦିଲ୍ଲୀ ହିଂସା ଓ ଦେଶରେ କାୟା ମେଲାଉଥିବା କରୋନା ଭାଇରସ ବିପତ୍ତି ଉପରେ ମୋଦିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ କେଜ୍ରିୱାଲ […]
କାବୁଲ: ଆମେରିକା ସହ ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆତଙ୍କୀ ସଂଗଠନ ଆଜି ଆଫଗାନିସ୍ତାନ ପୁଲିସ୍ ଚେକ ପୋଷ୍ଟରେ ହମଲା କରିଛି। ଏଥିରେ ୫ ଜଣ ଆଫଗାସ୍ତାନ ପୁଲିସ୍ ପ୍ରାଣ ହରାଇଛନ୍ତି। ଆମେରିକା ସହ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ କରିବ ବୋଲି କହିଥିଲା। ଏହି ଧମକକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପୂର୍ବ ଆଫଗାନିସ୍ତାନର ଏକ କପର ମାଇନ ନିକଟରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ତାଲିବାନ […]
ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ିଶାରେ ବି କରୋନା ଆତଙ୍କ ଖେଳାଇଛି। ପାରାଦୀପରରୁ ଦୁଇଜଣ ସନ୍ଦିଗ୍ଧକୁ ଆଜି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ସହିତ ଭାଇରସ୍ ଅଛି […]
ଜମ୍ମୁ କଶ୍ମୀରର ବାନ୍ଦିପୋରାର ଶୋକବାବା ଜଙ୍ଗଲରେ ସୁରକ୍ଷାବଳ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୨ ଆତଙ୍କୀ ନିପାତ ହେଲେ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପଜିଟିଭ୍ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରିଛନ୍ତି। ସଂକ୍ରମଣ ମୁକାବିଲା ନେଇ ବିଭାଗୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ସହ ଏନେଇ ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ସ୍କ୍ରିନିଂ କରିବାକୁ ଜୋର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି। ଏହାଛଡ଼ା କରୋନାକୁ ନେଇ ଭୟଭୀତ ନ ହୋଇ ନିଜେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି। There is […]
ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]
ନୂଆଦିଲ୍ଲୀ: ସୋଶାଲ ମିଡିଆ କଥା ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଆପେ ଆସିଯାଏ। ଭାରତରେ ସୋଶାଲ ମିଡିଆ ବ୍ୟାପକ ହେବା ପରେ ହିଁ ସେ ସରକାରକୁ ଆସିଛନ୍ତି। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ଯଦି ନିଜେ ସୋଶାଲ ମିଡିଆରୁ ବିଶ୍ରାମ ନେବା କଥା କହିବେ ତେବେ ଆପଣଙ୍କୁ କେମିତି ଲାଗିବ ? ଆମେ […]
ତେହରାନ: ଦେଶକୁ ଦେଶ ଡେଇଁବାରେ ଲାଗିଛି ପ୍ରାଣଘାତୀ କରୋନା ଭୂତାଣୁ। ଚାଇନା ପରେ ଏବେ ଇରାନରେ କାୟାବିସ୍ତାର କରିଚାଲିଛି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି। ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ […]
ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଫାଶୀ ନିର୍ଭାୟ ଦୋଷୀଙ୍କ ଫାଶୀ ତାରିଖ। ମଙ୍ଗଳବାର ନିର୍ଭୟା ଜଘନ୍ୟ ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ହେବ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ଡେଥ୍ ଓ୍ୱାରେଣ୍ଟ ଉପରେ କୋର୍ଟ ରୋକ ଲଗାଇଛନ୍ତି।ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ବା ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଗସ୍ତ ସାରି ସ୍ୱଦେଶ ଫେରିବାର ବେଶ କିଛି ଦିନ ବିତିଗଲାଣି। କିନ୍ତୁ ତାଙ୍କ ଝିଅ ଏବଂ ଟ୍ରମ୍ପ ଏବେବି ଭାରତର ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ଏକ ଫଟୋଶପଡ୍ ମିମ୍ ସହ ପଞ୍ଜାବୀ ଗାୟକ- ଅଭିନେତା ଦିଲଜିତ୍ ଏଭଳି ଏକ ଟ୍ୱିଟ୍ କରିବା ପରେ ଖୋଦ୍ ଇଭାଙ୍କା ଏହାର ଉତ୍ତର ରଖିଛନ୍ତି। ତାଜ୍ ବୁଲାଇବା ପାଇଁ ସେ ଦିଲ୍ଜିତ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। Thank you for taking […]
ଗୋରଖପୁର: କରୋନା ଭାଇରସ୍ର ଭୟାବହତା ଭାରତରେ ନ ପହଞ୍ଚିଥିଲେ ମଧ୍ୟ ଏହାକୁ ନେଇ ଗୁଜବ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଚିକେନ୍ପ୍ରେମୀମାନଙ୍କୁ ଏହା ବେଶ୍ ସୁବିଧା ଯୋଗାଇଛି। ଗୋରଖପୁରରେ ଏବେ ଚିକେନ୍ ଆଇଟମ୍ ସବୁଚ ମାତ୍ର ୩୦ ଟଙ୍କାରେ ମିଳୁଛି। ଶନିବାର ସ୍ଥାନୀୟ କୁକୁଡ଼ା ଫାର୍ମ ଆସୋସିଏସନ୍ ପକ୍ଷରୁ ଜନସଚେତନତା ପାଇଁ ଏବଂ ଗୁଜବ ବାବଦରେ ଲୋକଙ୍କୁ ବୁଝାଇବା ପାଇଁ ଚିକେନ୍ ମେଳା ଆୟୋଜନ କରାଯାଇଥିଲା। ଏଠାରେ କମ୍ ଦରରେ ବିଭିନ୍ନ ଚିକେନ୍ ଆଇଟମ୍ ମିଳୁଥିଲା। ଏହି […]