ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।
ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୮,୮୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମୋଟ୍ ୨୭୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ
ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।
ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।
କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।
ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।
ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍କା। ପୁଣିଥରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦାମ୍ ମହଙ୍ଗା ହୋଇଛି। ଗୋଟିଏପଟେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏଲ୍ପିଜି ସିଲିଣ୍ଡର ଦାମ୍ ବୃଦ୍ଧି ନେଇ ଲୋକଙ୍କ ଚିନ୍ତା ଆହୁରି ଦ୍ୱିଗୁଣିତ ହୋଇଛି।
ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି।
ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।
କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।
ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟିକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।
ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
ଉତ୍ତର ପ୍ରଦେଶ ଲଖିମ୍ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି ।
ପଞ୍ଜାବ କଂଗ୍ରେସ ଦଳର ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ଅସନ୍ତୋଷ ଜାହିର କରିଛନ୍ତି । ସରକାରଙ୍କୁ ଚେତାବନୀ ଦେବା ସହ ଏକ ଟ୍ୱିଟ୍ ମାଧ୍ୟମରେ କରିଛନ୍ତି ଯେ, ଆସନ୍ତାକାଲି ମଧ୍ୟରେ କୃଷକଙ୍କ ନିର୍ଦ୍ଦୟ ହତ୍ୟା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଗିରଫ କରାନଗଲେ ଏବଂ ବେଆଇନ୍ ଭାବରେ ଗିରଫ କରାଯାଇଥିବା ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ମୁକ୍ତ ନ କଲେ , ପଞ୍ଜାବ କଂଗ୍ରେସ ଲଖିମପୁର ଖେରିରେ ଆନ୍ଦୋଳନ ଆରମ୍ଭ କରିବ।
ଜୀବନ ନେଇଗଲା ଦୂଷିତ ପାଣି । ସ୍ୱଚ୍ଛ ପାଣି ପାଇଁ ଡହକବିକଳ ଲୋକେ । କର୍ଣ୍ଣାଟକର ବିଜୟନଗରରେ ଦୂଷିତ ପାଣି ପିଇବା ପରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡିଛନ୍ତି । ତେବେ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତୁରନ୍ତି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଏ ମୃତ୍ୟୁ ପାଇଁ ଦାୟୀ କିଏ ?
ମାୟାନଗରୀ ମୁମ୍ୱାଇରେ ବେଶ ଜଣାଶୁଣା ସତୀଶ ମନେଶିନ୍ଦେ। ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣା ହେଉ ଅବା ହିଟ୍ ଆଣ୍ଡ ରନ୍ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତୀଶ ମନେଶିନ୍ଦେ। ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ପାଇଁ ସେ କରୁଛନ୍ତି ଓକିଲାତି
ବିମାନବନ୍ଦରର ତଳେ ବସିଲେ ଛତିଶଗଡର ମୁଖ୍ୟ ଭୁପେଶ ବଘେଲ୍ । ଲଖିମ୍ପୁର ଖିରିରେ କୃଷକଙ୍କ ମୃତ୍ୟୁ ପରେ ଛତିଶଗଡର ମୁଖ୍ୟ ଭୁପେଶ ବାଗେଲ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ ।
କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।
ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି । ତେବେ କୌଣସି ପରିସ୍ଥିତି ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ତୟାର ଥିବା ସେ କହିଛନ୍ତି ।
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।