Advertisment

ଲଖିମପୁର ଖେରି ଯିବା ପାଇଁ ରାହୁଲ ଗାନ୍ଧିଙ୍କୁ ଅନୁମତି ଦେଲେନି ଯୋଗୀ ସରକାର

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ। ତେବେ ବଡ଼ ସଭା ଆୟୋଜନ ପାଇଁ ପ୍ରତିବନ୍ଧ ଲଗାଯାଇଥିବା ଦର୍ଶାଇ ରାହୁଲଙ୍କ ଗସ୍ତକୁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। 

Advertisment

ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହିଂସାକାଣ୍ଡ ବ୍ୟାପିବାରୁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାପରେ ବିରୋଧୀ ଦଳର ନେତା ଘଟଣାସ୍ଥଳକୁ ଯିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଉତ୍ତରପ୍ରଦେଶ ସରକାର ସେମାନଙ୍କୁ ରୋକିବାରେ ଲାଗିଛନ୍ତି।

Advertisment

ପୂର୍ବରୁ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଘଟଣାସ୍ଥଳକୁ ଯିବା ପାଇଁ ଉଦ୍ୟମ ବେଳେ ସୀତାପୁରରେ ତାଙ୍କୁ ଅଟକ ରଖାଯାଇଥିଲା। ତେବେ ଶାନ୍ତି ଭଙ୍ଗ ଅଭିଯୋଗରେ ପରେ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଥିଲା। ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଙ୍ଗଳବାର ଲଖିମପୁର ଖେରି ଯିବା ପାଇଁ ବାହାରିଥିଲେ। ହେଲେ ଲକ୍ଷ୍ନୌ ଏୟାରପୋର୍ଟରେ ତାଙ୍କୁ ଅଟକାଇ ଦିଆଯାଇଥିଲା। 

ସୂଚନାଥାଉ କି, ଅକ୍ଟୋବର ୩ରେ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ୧୪୪ ଧାରା ଲାଗୁ କରାଯାଇଛି।  ହିଂସାକାଣ୍ଡ ଘଟଣାର ଯାଞ୍ଚ ପାଇଁ ମଙ୍ଗଳବାର SIT ଗଠନ କରାଯାଇଛି। ୬ ଜଣିଆ SIT ଟିମ୍‌ ଏହି ହିଂସାକାଣ୍ଡ ଘଟଣାର ଯାଞ୍ତଚ କରିବ। ଏଥିରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି। 

Farmers Protest Rahul Gandhi Congress Leader UP Violence Lakhimpur Kheri Violence
Advertisment
Advertisment