Advertisment

୬ ଘଣ୍ଟା ପାଇଁ କୋଟି କୋଟି କ୍ଷତି

୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଛି। ଏଥିପାଇଁ କମ୍ପାନୀକୁ ୭ ବିଲିୟନ ଡଲାର ବା ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଛି। ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା।

author-image
Otv Khabar Bureau

ସୋମବାର ରାତିରେ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଫେସ୍‌ବୁକ୍‌, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମ୍‌ର ସର୍ଭର ହଠାତ୍ ଡାଉନ ହୋଇଯିବାରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ୟୁଜର୍ସମାନେ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା। ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା। ୬ ଘଣ୍ଟାରୁ ଅଧିକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହୋଇଥିଲା ଏହି ୩ ସୋସିଆଲ୍‌ ମିଡିଆ ଆପ୍‌। 

Advertisment
Loses
Advertisment
Advertisment